Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଗ୍ରାହାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ଜ୍ଞାନ ବିଜ୍ଞାନ ମେଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଗ୍ରାହାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ଜ୍ଞାନ ବିଜ୍ଞାନ ମେଳା

ଟାଙ୍ଗୀ-ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଆଗ୍ରାହାଟ ପଞ୍ଚାୟତ ସ୍ଥିତ ଆଗ୍ରାହାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚଳିତ ଶିକ୍ଷାବର୍ଷର ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ମଙ୍ଗରାଜପୁର ଉଚ୍ଚବିଦ୍ୟାଳୟର ବିଜ୍ଞାନଶିକ୍ଷକ ବ୍ରଜକିଶୋର ନାୟକ ଓ ବାଳି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିନୟ କୁମାର କରଣ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଜ୍ଞାନବିଜ୍ଞାନ ମେଳାର ଶୁଭ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ୫୨ଟି ପ୍ରକଳ୍ପରେ ଭାଗ ନେଇଥିଲେ । ଅତିଥିମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯିବା ସହ ପ୍ରତ୍ୟେକ ବିଭାଗରୁ ମୋଟ ୭୯ଜଣ ଛାତ୍ରଛାତ୍ରୀ ସଫଳତାର ସହିତ କୃତିତ୍ୱ ଅର୍ଜନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ପରିଚାଳନା ସମିତିର ସଭାପତି ପ୍ରତାପ କିଶୋର ମହାପାତ୍ର, ଉପସଭାପତି ବିଜୟ କୁମାର ଜେନା, ସଂପାଦକ ଶତୃଘ୍ନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତଚା୍ୱାବଧାନରେ ଆୟୋଜିତ ଏହି ଜ୍ଞାନ ବିଜ୍ଞାନ ମେଳାରେ ପ୍ରଧାନ ଆଚାର୍ଯ୍ୟ ବିଜୟ ପ୍ରତାପ ସାହୁ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ଆଚର୍ଯ୍ୟ କ୍ଷୀରୋଦ ଚନ୍ଦ୍ର ସାହୁ ଅତିଥି ପରିଚୟ ଓ ଆଚର୍ଯ୍ୟା ରଶ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply