– ନେହରୁ-ଲିଆକତ୍ ଚୁକ୍ତିର ୬ ମାସ ପରେ ପାକିସ୍ତାନର ପ୍ରଥମ ଆଇନ୍ ମନ୍ତ୍ରୀ ଯୋଗେନ୍ଦ୍ର ନାଥ ମଣ୍ଡଳ ନିଜର ଇସ୍ତଫା ଦେଇଥିଲେ। ଯୋଗେନ୍ଦ୍ର ନାଥ ମଣ୍ଡଳ ଲେଖିଛନ୍ତି ଯେ ୧୬ ଅଗଷ୍ଟ ୧୯୪୬ରେ ମୁସଲିମ୍ ଲିଗ୍ ଦ୍ୱାରା “ଡାଇରେକ୍ଟ ଆକ୍ସନ୍ ଡେ’ ପାଳନ କରାଯାଇଥିଲା। ଏହା ଏକ ପ୍ରଳୟରେ ପରିଣତ ହୋଇଥିଲା।
– “ଡାଇରେକ୍ଟ ଆକ୍ସନ୍ ଡେ’ ଅବସରରେ ବା ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଦିବସରେ ବହୁ ପରିମାଣରେ ହିନ୍ଦୁମାନଙ୍କର ନରସଂହାର ହୋଇଥିଲା। ଏହା ପରେ ଅକ୍ଟୋବରରେ ନୋଆଖାଲୀ ଦଙ୍ଗା ଘଟିଥିଲା। ସେଠାରେ ଅନୁସୂଚିତ ଜାତି ସମେତ ହିନ୍ଦୁମାନଙ୍କୁ ହତ୍ୟା କରି ଜବରଦସ୍ତ ଇସଲାମ୍ ଧର୍ମ ଗ୍ରହଣ କରାଯାଇଥିଲା। ଢାକା ଓ ନାରାୟଣଗଞ୍ଜ ଏବଂ ଢାକା ଓ ଚଟ୍ଟଗ୍ରାମ ମଧ୍ୟରେ ଶହ ଶହ ନିର୍ଦ୍ଦୋଷ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା।
– ଫେବୃଆରୀ ୧୯୫୦ରେ ବାରିସାଲ ସହରରେ ବ୍ୟାପକ ପରିମାଣରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଇଥିଲା। ମାଧବପାଶାରେ ୨୦୦, ମୁଲାଦୀରେ ୩୦୦ରୁ ଅଧିକ ହତ୍ୟାକାଣ୍ଡ ଘଟିଥିଲା। ରାଜାପୁର ପୋଲିସ ଷ୍ଟେସନ୍ ଅନ୍ତର୍ଗତ କୈବର୍ତ୍ତଖାଲୀ ନାମକ ସ୍ଥାନରେ ୬୩ ଜଣ ଲୋକ ନିହତ ହୋଇଥିଲେ। ବାବୁଗଞ୍ଜ ବଜାରର ସମସ୍ତ ହିନ୍ଦୁ ଦୋକାନକୁ ଲୁଟ୍ କରି ଜାଳି ଦିଆଯାଇଥିଲା।
– ଯୋଗେନ୍ଦ୍ର ନାଥ ମଣ୍ଡଳ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ନିଜର ଇସ୍ତଫା ପତ୍ରରେ ପାକିସ୍ତାନର ସଂଖ୍ୟାଲଘୁମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିଷୟରେ ସବୁକିଛି ଉଲ୍ଲେଖ କରିଥିଲେ ।