– କମ୍ୟୁନିଷ୍ଟ ପାର୍ଟି ମୁସଲିମ୍ ଲିଗ୍ର ବିଭାଜନ ଦାବିକୁ ସମର୍ଥନ କରିବା ସହିତ ନିଜର ଅନେକ ମୁସଲିମ୍ ସଦସ୍ୟଙ୍କୁ “ଦ୍ୱି-ରାଷ୍ଟ୍ର ସିଦ୍ଧାନ୍ତ’କୁ “ବୌଦ୍ଧିକ ବଳ’ ପ୍ରଦାନ କରିବା ପାଇଁ ମୁସଲିମ୍ ଲିଗ୍ରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ।
– ସ୍ୱାଧୀନତା ସ୍ୱାଧୀନତା ପୂର୍ବ ଭାରତରେ କମ୍ୟୁନିଷ୍ଟ ଏବଂ ମୁସଲିମ ଲିଗ ମଧ୍ୟରେ ସହଯୋଗ ଉପରେ ଅତ୍ୟନ୍ତ ମୌଳିକ ରଚନା “ହଂସିଆ ଔର ଚନ୍ଦ୍ରକାର’ରେ, ସୁନନ୍ଦା ସାନ୍ୟାଲ ଏବଂ ସୌମ୍ୟ ବସୁ ଦର୍ଶାଇଛନ୍ତି ଯେ ଏହି ସହଯୋଗ କେତେ ପରିମାଣରେ ହୋଇଥିଲା।
– ହାୱଡ଼ାର ଉତ୍ତରରେ କିଛି କିଲୋମିଟର ଦୂର “ବଲ୍ଲି ଜୁଟ୍ ମିଲ୍’ରେ କମ୍ୟୁନିଷ୍ଟ ନେତା ଅମର ମୁଖାର୍ଜୀ ଏବଂ ମାଙ୍ଗରୁ ଟଟୋଆ ଜୁଟ୍ ମିଲ୍ର କର୍ମଚାରୀ ଓ ସ୍ଥାନୀୟ ଦୋକାନୀମାନଙ୍କୁ କହିଥିଲେ ଯେ ଯଦି ସେମାନେ “ଡାଇରେକ୍ଟ ଆକ୍ସନ୍ ଡେ’ ଦିନ ହରତାଳରେ ସାମିଲ ନହୁଅନ୍ତି, ତେବେ ସେମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।