– ଡିସେମ୍ବର ୩୦, ୧୯୦୬ ରେ, ଅତ୍ୟନ୍ତ ସାମ୍ପ୍ରଦାୟିକ ମୁସଲିମ ଲିଗ ଗଠିତ ହୋଇଥିଲା। ମୁସଲିମ ଲିଗ ଆରମ୍ଭରୁ ବିଚ୍ଛିନ୍ନତାବାଦୀ ନୀତି ଅନୁସରଣ କରିଥିଲା ଏବଂ ଭାରତରେ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ବିରୋଧ କରିଥିଲା।
– ପ୍ରକୃତରେ ଲିଗ ୧୯୩୭ ନିର୍ବାଚନ ପରଠାରୁ ସିନ୍ଧରେ ସାଧାରଣ ମୁସଲିମମାନଙ୍କ ମଧ୍ୟରେ ହିନ୍ଦୁ ବିରୋଧୀ ଉନ୍ମାଦ ସୃଷ୍ଟି କରିବାକୁ ଚେଷ୍ଟା କରିଆସୁଥିଲା। ୧୯୩୯ ରେ ଲିଗ ବ୍ୟାପକ ଦଙ୍ଗା ସୃଷ୍ଟି କରିଥିଲା ଯେଉଁଥିରେ ୮୦୦ ରୁ ଅଧିକ ହିନ୍ଦୁଙ୍କ ମୃତ୍ୟୁ ହୋଇଥିଲା।
– ୧୯୪୦ ରେ, ମୁସଲିମ ଲିଗ ଲାହୋରରେ ଏକ ସମ୍ମିଳନୀ କରିଥିଲା, ଯେଉଁଠାରେ ଏହା ଦୁଇ-ରାଷ୍ଟ୍ର ତତ୍ତ୍ୱକୁ ସମର୍ଥନ କରିଥିଲା। ସେମାନେ ସ୍ପଷ୍ଟ ଭାବରେ ଘୋଷଣା କରିଥିଲେ ଯେ ସେମାନେ ଏକାଠି ରହିବା ଅପେକ୍ଷା ଏକ ପୃଥକ ଦେଶ ଚାହାଁନ୍ତି।
– ପ୍ରକୃତରେ, ଦୁଇ-ରାଷ୍ଟ୍ର ତତ୍ତ୍ୱ ପ୍ରଥମେ ସାର୍ ସୟଦ ଅହମ୍ମଦ ଖାନଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଇଥିଲା। ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅହମ୍ମଦ ଖାନ ୧୮୭୬ ରେ ଲେଖିଥିଲେ ଯେ ହିନ୍ଦୁ ଏବଂ ମୁସଲିମମାନେ କେବେବି ଗୋଟିଏ ରାଷ୍ଟ୍ର ଗଠନ ପାଇଁ ଏକତ୍ରିତ ହୋଇପାରିବେ ନାହିଁ।
– ବ୍ରିଟିଶ ବିଭାଜନ ନୀତିକୁ ସହଜ କରିବା ପାଇଁ ମୁସଲିମ ଲିଗ୍ ସ୍ପଷ୍ଟ ଭାବରେ କହିଥିଲେ ଯେ ହିନ୍ଦୁମାନଙ୍କ ପରି ଏବଂ ବିଶେଷକରି ମହାତ୍ମା ଗାନ୍ଧୀଙ୍କ ପରି ମୁସଲମାନମାନେ ଅହିଂସାରେ ବିଶ୍ୱାସ କରନ୍ତି ନାହିଁ। ଜିନ୍ନା କିମ୍ବା ମୁସଲିମ୍ ଲିଗ୍କୁ ପାକିସ୍ତାନର ନିର୍ମାତା କହିବା ସମ୍ପୂର୍ଣ୍ଣ ଉଚିତ୍ ନୁହେଁ। ଏଥିରେ କଂଗ୍ରେସର ନୀତିଗତ ବିଫଳତା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦାୟୀ। ଜିନ୍ନା ନିଜେ ଏହା ସ୍ୱୀକାର କରିଛନ୍ତି ଯେ, ସେ ନିଜ ଜୀବଦ୍ଦଶାରେ ପାକିସ୍ତାନର ଅସ୍ତିତ୍ୱ ଦେଖିପାରିବେ ବୋଲି କେବେ କଳ୍ପନା ମଧ୍ୟ କରିନଥିଲେ।
– ଭାରତର ପୂର୍ବତନ ଶିକ୍ଷାମନ୍ତ୍ରୀ ମହମ୍ମଦ କରିମ୍ ଛାଗଲା ଲେଖିଛନ୍ତି ଯେ, ମହମ୍ମଦ ଅଲ୍ଲୀ ଜିନ୍ନା ଯାହାଙ୍କର ଚାଲିଚଲଣୀ ବିଦେଶୀ ଥିଲା, ଯିଏ ଉର୍ଦ୍ଦୁ ଲେଖିବା-ପଢ଼ିବା ମଧ୍ୟ ଜାଣିନଥିଲେ, ଯିଏ ମଦ୍ୟପାନ କରିବାକୁ ଭଲ ପାଉଥିଲେ, ସେହି ଜିନ୍ନା ହିଁ ଇସଲାମ୍ ନାମରେ ପାକିସ୍ତାନ ଦାବିକୁ ଜୋରଦାର କରିଥିଲେ।
– ମୁସଲିମ୍ ଲିଗ୍ର “ଡାଇରେକ୍ଟ ଆକ୍ସନ୍ ଡେ’ ଯୋଜନା ଅଧୀନରେ ମୁସଲମାନମାନଙ୍କ ଦ୍ୱାରା ହିନ୍ଦୁମାନଙ୍କ ବିରୋଧରେ ଅନେକ ଦଙ୍ଗା ସୃଷ୍ଟି କରାଯାଇଥିଲା। ଲିଗ୍ର ନେତାମାନେ ହିନ୍ଦୁମାନଙ୍କ ବିରୋଧରେ ବିଷୋଦଗାର କରିବା ଆରମ୍ଭ କରିଦେଇଥିଲେ।
– ଡାଇରେକ୍ଟ ଆକ୍ସନ୍ ଡେ ଅଧୀନରେ ଜିନ୍ନା ଘୋଷଣା କରିଥିଲେ— “ଆଜି ଆମେ ସାମ୍ବିଧାନିକ ଉପାୟକୁ ଅଲବିଦା କହୁଛୁ। ଆଜି ଆମ ପାଖରେ ଗୋଟିଏ ନକଲି ପିସ୍ତୋଲ ଅଛି ଏବଂ ଆମେ ତାହା ବ୍ୟବହାର କରିବା ସ୍ଥିତିରେ ଅଛୁ। ଆଜି ମୁଁ ନୈତିକତା ଉପରେ ଆଲୋଚନା କରିବାକୁ ଯାଉନାହିଁ।’
– ଡାଇରେକ୍ଟ ଆକ୍ସନ୍ ଡେ ର ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ମୁସଲିମ୍ ଲିଗ୍ର ସମର୍ଥକ ଭାବେ ପାକିସ୍ତାନୀ ସଂବାଦପତ୍ର ‘ଡନ୍’ ଅଗଷ୍ଟ ୧୬ ତାରିଖରେ ଗୋଟିଏ ବିଜ୍ଞାପନ ପ୍ରକାଶ କରିଥିଲା, ଯେଉଁଥିରେ ବଳପ୍ରୟୋଗ ପାଇଁ ଆହ୍ୱାନ କରାଯାଇଥିଲା।
– କୋଲକାତା ମୁସଲିମ୍ ଲିଗ୍ ସମ୍ପାଦକ ଏସ୍.ଏନ୍. ଉସମାନ୍ ବଙ୍ଗଳା ଭାଷାରେ ଗୋଟିଏ ଇସ୍ତାହାର (ଲିଫଲେଟ୍) ବାଣ୍ଟିଥିଲେ, ଯେଉଁଥିରେ ଲେଖାଥିଲା— “କାଫିରମାନେ, ତୁମର ଶେଷ ସମୟ ଆଉ ବେଶୀ ଦୂର ନୁହେଁ। ସମ୍ପୂର୍ଣ୍ଣ ନରସଂହାର ହେବ। କାଏଦ୍-ଏ-ଆଜମ୍ଙ୍କଠାରୁ ଆମକୁ ବିଦ୍ରୋହର ଆହ୍ୱାନ ମିଳିଛି। ଖୋଲା ଲଢ଼େଇର ଦିନ ଆସିଯାଇଛି, ଯାହାକି ମୁସଲିମ୍ ଦେଶଗୁଡ଼ିକର ସବୁଠାରୁ ବଡ଼ ଇଚ୍ଛା। ଆମ ସମସ୍ତଙ୍କୁ ପାକିସ୍ତାନର ଜୟ, ମୁସଲିମ୍ ଦେଶର ଜୟ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ।’
– ଶେଷରେ ବଙ୍ଗଳାର ପ୍ରଧାନମନ୍ତ୍ରୀ ଏଚ୍.ଏସ୍. ସୁହରାବର୍ଦ୍ଦୀଙ୍କ ଦ୍ୱାରା ଜନସଭାରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦିଆଯିବା ପରେ, ଉତ୍ତ୍ୟକ୍ତ ଜନତା “ଆଲ୍ଲାହୁ ଆକବର, ପାକିସ୍ତାନ ଜିନ୍ଦାବାଦ, ମୁସଲିମ୍ ଲିଗ୍ ଜିନ୍ଦାବାଦ, ଲେକର ରହେଙ୍ଗେ ପାକିସ୍ତାନ, ଲଢ଼ କେ ଲେଙ୍ଗେ ପାକିସ୍ତାନ’ ନାରା ଦେଇ ଦୋକାନବଜାର ଲୁଟପାଟ୍ କରିବା ଆରମ୍ଭ କରିଦେଇଥିଲେ।
– ଉତ୍ତ୍ୟକ୍ତ ଜନତା ସମ୍ପୂର୍ଣ୍ଣ ଭାବେ ହିଂସ୍ର ହୋଇ ସାରା ସହରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ସାଉଥ୍ ପୋର୍ଟ ପୁଲିସ୍ ଅଞ୍ଚଳର ଏକ ମୁସଲିମ୍ ବହୁଳ ଅଞ୍ଚଳରେ ଓଡ଼ିଆ ହିନ୍ଦୁମାନଙ୍କର ଗୋଟିଏ ଛୋଟ ବସତି ଥିଲା, ଯାହାକୁ “ଲିଚୁବାଗାନ’ କୁହାଯାଉଥିଲା। ସେଠାରେ ପ୍ରାୟ ୩୦୦ ଜଣ ଓଡ଼ିଆ ହିନ୍ଦୁଙ୍କୁ ମାତ୍ର ୧୫ ମିନିଟ୍ ମଧ୍ୟରେ ହତ୍ୟା କରାଯାଇଥିଲା।
– ଆଲିପୁର କୋର୍ଟର ଜଣେ ଅତିରିକ୍ତ ବିଚାରପତିଙ୍କୁ ସେତେବେଳେ ହତ୍ୟା କରାଗଲା, ଯେତେବେଳେ ସେ ଜଣେ ଛୋଟ ବାଳକକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ଯୋଡ଼ାସାଙ୍କୋଠାରେ ଜଣେ ଫଳ ବିକ୍ରେତା ନିଜ ପଡ଼ୋଶୀଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲା।
– ହୁଗୁଳି ନଦୀରେ ବାଷ୍ପଚାଳିତ ଡଙ୍ଗାରେ ଥିବା ମୁସଲମାନମାନଙ୍କ ଦଳ ହିନ୍ଦୁମାନଙ୍କ ଦେଶୀ ଡଙ୍ଗାଗୁଡ଼ିକୁ ଧକ୍କା ଦେଇ ବୁଡ଼ାଇ ଦେଇଥିଲେ। ପରଦିନ ପାହାନ୍ତା ପର୍ଯ୍ୟନ୍ତ କୌଣସି ସ୍ଥାନରେ ଜଣେ ହେଲେ ପୁଲିସ୍ କର୍ମଚାରୀ ଦେଖାଯାଇ ନଥିଲେ।
– ଏଚ୍.ଏସ୍. ସୁହରାୱାର୍ଦ୍ଦୀ କୋଲକାତା ପୋଲିସର ଲାଲବଜାରସ୍ଥିତ ନିୟନ୍ତ୍ରଣ କକ୍ଷରେ ବସିଥିଲେ। ସେ ହିଂସାକାଣ୍ଡି ରୋକିବା ପାଇଁ ସେ କୌଣସି ଉଦ୍ୟମ କରିନଥିଲେ ବରଂ ଘଟଣାଗୁଡ଼ିକ ଆରମ୍ଭ କରିବାରେ ତାଙ୍କର ବଡ଼ ଭୂମିକା ଥିଲା। ତାଙ୍କ ଆଦେଶ ବିନା ପୋଲିସ ଅଫିସରଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରଣ କରାଯାଇଥିଲା।