ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଦେଶର ସ୍ୱାଧୀନତା ସଂଗ୍ରାମରେ ଅଦମ୍ୟ ସାହସ ଏବଂ ସମର୍ପଣ ସହିତ ସେ ଅଂଶଗ୍ରହଣ କରିଥିଲେ। ଅସହଯୋଗ ଆନ୍ଦୋଳନ ସମୟରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
70 ବର୍ଷରୁ ଅଧିକ ବୟସରେ ମଧ୍ୟ ସ୍ୱାଧୀନତା ଆନ୍ଦୋଳନଗୁଡ଼ିକରେ ସେ ବଢ଼ିଚଢ଼ି ଭାଗ ନେଇଥିଲେ। ସେ ହାତରେ ତ୍ରିରଙ୍ଗା ଧରି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ‘ବନ୍ଦେ ମାତରମ୍’ ନାରା ଦେଇ ସ୍ୱାଧୀନତା ପାଇଁ ସ୍ୱର ଉତ୍ତୋଳନ କରିଥିଲେ।
ଏପରି ଏକ ବୀରାଙ୍ଗନାଙ୍କ ଜୀବନ ଦେଶଭକ୍ତି, ସାହସ ଏବଂ ଅଟଳ ସଂକଳ୍ପର ଏକ ପ୍ରେରଣାଦାୟୀ ଗାଥା ଅଟେ।