ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେନୀ ଶିଶୁ ମାନଙ୍କୁ ନେଇ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ କିଶୋର କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରକଳ୍ପ ଉଦ୍ଘାଟନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂକୁଳ ପ୍ରମୁଖ ଜେ. କୁର୍ମାରାଓ, ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତି, ସମ୍ପାଦକ ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଏ.ରାବଣା ରାଓ ପ୍ରମୁଖ ଯୋଗ ଦେଇ ଶିଶୁଙ୍କୁ ଉତ୍ସାହିତ କରିଥିବା ବେଳେ ସ୍ଥାନୀୟ ଅଂଚଳର ଶିକ୍ଷାବିତ୍ ଜଗନ୍ନାଥ ପଣ୍ଡା, କବି ତଥା ଆଇନଜିବୀ ପ୍ରଶାନ୍ତ କୁମାର ଶତପଥୀ, ପୁର୍ବତନ ବିଧାୟକ ଅଶୋକ ଚୈାଧୁରୀ ଆଦି ବହୁ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ, କଳାପ୍ରେମୀ, ମୁର୍ତି କାରିଗର ମାନେ ବିଚାରକ ଭାବେ ଯୋଗ ଦେଇ ପ୍ରାୟ ୩୧୪ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ । ଏହି ବିଜ୍ଞାନ ମେଳାରେ ଶିଶୁ ମାନେ ଗଣିତ, ବିଜ୍ଞାନ ଏବଂ ଲେକ କଳା, ସଂସ୍କୃତି ଆଧାରିତ ବିଭିନ୍ନ ପ୍ରକଳ୍ପ, ପ୍ରୟୋଗ, ପତ୍ରବାଚନ, ଲୋକନୃତ୍ୟ, ମୂର୍ତିନିର୍ମାଣ ଆଦି ବିଷୟକୁ ନେଇ ପ୍ରତିଯୋଗିତା ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥୀ ବିଜ୍ଞାନ ମେଳାର ବୃତ ପଠନ କରିଥିବା ବେଳେ, କୃତି ଶିଶୁ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଟି. ସୁରେଶ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଭିଭାବକ, ଅଭିଭାବିକା, ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ସହେଯାଗ କରିଥିଲେ ।

Leave a Reply

Your email address will not be published. Required fields are marked *