ଆରଏସଏସ ମୁଖ୍ୟାଳୟରେ ପରମ ପୂଜନୀୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତଙ୍କ ଦ୍ୱାରା ରାଷ୍ଟ୍ରୀୟ ଧ୍ୱଜ ଉତ୍ତୋଳନ

ଆଜି ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଜୀ ନାଗପୁରସ୍ଥିତ ମହାଲ ସଂଘ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଧ୍ୱଜାରୋହଣ କରିଛନ୍ତି।

ସ୍ୱାଧୀନତା ଦିବସ ସମାରୋହରେ ସରସଂଘଚାଳକ ଜୀ କହିଛନ୍ତି ଯେ ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ପାଇଁ ଗୌରବ ଓ ଉତ୍ସବର ବିଷୟ। ୧୮୫୭ରୁ ଗଣନା କଲେ କ୍ରମାଗତ ୯୦ ବର୍ଷ ଧରି ଅନେକ ତ୍ୟାଗ ଓ ବଳିଦାନ ଦେଇ ଆମ ପୂର୍ବପୁରୁଷମାନେ ସ୍ୱାଧୀନତା ହାସଲ କରିଛନ୍ତି। ସେହି ତ୍ୟାଗ ଓ ବଳିଦାନର ଗୌରବ ଆମ ମନରେ ରହିଛି। କିନ୍ତୁ ଏହା ସହିତ ଏକ ସଚେତନତା ମନରେ ରହିବା ଆବଶ୍ୟକ ଯେ, ଏତେ ତ୍ୟାଗ-ପରିଶ୍ରମ କରି ଯେଉଁ ସ୍ୱାଧୀନତା ଆମକୁ ମିଳିଛି, ସେହି ସ୍ୱାଧୀନତାକୁ ବଜାୟ ରଖିବା ଏବଂ ଯେପରି ସାବରକର ଜୀ କହିଛନ୍ତି – “ଜେ ଜେ ଉତ୍ତମ, ଉଦାତ୍ତ, ଉନ୍ନତ, ମହନ୍ମଧୁର ତେ ତେ। ସ୍ୱତନ୍ତ୍ରତେ ଭଗବତୀ, ସର୍ବ ତବ ସହଚାରୀ ହୋତେ” — ତେଣୁ ସ୍ୱାଧୀନତାର ଫଳସ୍ୱରୂପ ଯାହା କିଛି ଉତ୍ତମ, ଉଦାତ୍ତ, ଉନ୍ନତ ଓ ମହନ୍ମଧୁର, ସେସବୁ ଆମ ଦେଶରେ ଅବତୀର୍ଣ୍ଣ ହେଉ। ଏହାର ଆବଶ୍ୟକତା ପୂରଣ କରିବାର ଦାୟିତ୍ୱ ମଧ୍ୟ ଆମର।

ଆମ ରାଷ୍ଟ୍ର ସ୍ୱାଧୀନ ତ ହୋଇଗଲା ଏବଂ ସ୍ୱାଧୀନ ରହିବ। ଏହି କଥା ନିଶ୍ଚିତ। କିନ୍ତୁ ସେହି ରାଷ୍ଟ୍ରକୁ ସୁଖୀ, ସମ୍ପନ୍ନ ଓ ସୁରକ୍ଷିତ କରିବାକୁ ହେବ। ବିଶ୍ୱରେ ଆମର ନିର୍ଦ୍ଧାରିତ ଯୋଗଦାନ ଦେଉଥିବା ରାଷ୍ଟ୍ର ଗଢ଼ିବାକୁ ହେଲେ ଅନେକ ପ୍ରତିବନ୍ଧକ ଏବଂ ବିପରୀତ ଦିଗରେ ଯାଉଥିବା ଲୋକ ଆମ ରାସ୍ତାରେ ଅଛନ୍ତି। ଆମ ନିଜ ଆଦର୍ଶ/ତତ୍ତ୍ୱରୁ ବିଚ୍ୟୁତ ନ ହୋଇ ସମଗ୍ର ବିଶ୍ୱରେ ଏହିସବୁ ପରିସ୍ଥିତିର ସାମ୍ନା କରି ଆମକୁ ଭାରତକୁ ଏକ ବିଶ୍ୱଗୁରୁ ରାଷ୍ଟ୍ର ଭାବରେ ଗଢ଼ିତୋଳିବାକୁ ହେବ। ସମଗ୍ର ମାନବଜାତିର ଜୀବନରେ ଆମର ସାର୍ଥକ ଯୋଗଦାନ ରଖୁଥିବା ଦେଶ ଗଢ଼ିବାକୁ ହେବ। ଏହି କର୍ତ୍ତବ୍ୟ ଆଜି ଆମ ସମ୍ମୁଖରେ ରହିଛି। ଏହା ଉପରେ ଆମେ ଚିନ୍ତନ କରିବା ଏବଂ ଆଜିର ଏହି ସନ୍ଦେଶ ନେଇ ଏଠାରୁ ପ୍ରସ୍ଥାନ କରିବା।

Leave a Reply

Your email address will not be published. Required fields are marked *