Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚନ୍ଦ୍ରଯାନ-୩ ଅବତରଣ ସ୍ଥଳକୁ ‘ଶିବ ଶକ୍ତି’ ନାମରେ ନାମିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚନ୍ଦ୍ରଯାନ-୩ ଅବତରଣ ସ୍ଥଳକୁ ‘ଶିବ ଶକ୍ତି’ ନାମରେ ନାମିତ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଅଭିଯାନର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିଥିବା ସ୍ଥାନର ଆନ୍ତର୍ଜାତିକ ଜ୍ୟୋତିର୍ବିଜ୍ଞାନ ସଂଘ (ଆଇଏୟୁ)ର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ‘ଶିବ ଶକ୍ତି’ ନାମରେ ନାମିତ କରାଯାଇଛି । ଅବତରଣ ସ୍ଥଳକୁ ‘ଶିବ ଶକ୍ତି’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାର ପ୍ରାୟ ସାତ ମାସ ପରେ ଏହି ମଞ୍ଜୁରି ମିଳିଛି । ଚନ୍ଦ୍ରଯାନ-୩ ଅବତରଣ ସ୍ଥଳ ପାଇଁ ଷ୍ଟାଟିଓ ଶିବ ଶକ୍ତି ନାମକୁ ପ୍ୟାରିସ୍ ସ୍ଥିତ ଆଇଏୟୁ ମାର୍ଚ୍ଚ ୧୯ରେ ଅନୁମୋଦନ କରିଥିଲା, ଯାହା ଗ୍ରହ ନିରୋଧକ ସଂଗଠନ ଦ୍ୱାରା ଅନୁମୋଦିତ ଗ୍ରହନାମ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥାଏ । ଏହି ନାମର ଉତ୍ପତ୍ତି ସମ୍ପର୍କରେ ଗେଜେଟିୟର କହିଛି, ଭାରତୀୟ ପୁରାଣର ଯୌଗିକ ଶବ୍ଦ ଯେଉଁଥିରେ ପ୍ରକୃତିର ପୁରୁଷ (ଶିବ) ଏବଂ ନାରୀ (ଶକ୍ତି) ଦ୍ୱେତତାକୁ ଦର୍ଶାଯାଇଛି; ଯାହାକି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରର ଅବତରଣ ସ୍ଥଳ । ଅଗଷ୍ଟ ୨୬, ୨୦୨୩ରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପେ୍ଲକ୍ସରେ ପ୍ରଧାନମନ୍ତ୍ରୀ ତାଙ୍କ ଘୋଷଣାରେ ଏହା ମଧ୍ୟ କହିଛନ୍ତି ଯେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିଥିବା ଦିନ ଅଗଷ୍ଟ ୨୩କୁ ଏବେ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚନ୍ଦ୍ରପୃଷ୍ଠରେ ଯେଉଁସ୍ଥାନରେ ଚନ୍ଦ୍ରଯାନ- ୨ ନିଜର ପାଦଚିହ୍ନ ଛାଡିଥିଲା, ତାହା ଭାରତର ପ୍ରତ୍ୟେକ ପ୍ରୟାସ ପାଇଁ ପ୍ରେରଣା ଭାବରେ ‘ତିରଙ୍ଗା’ ନାମରେ ପରିଚିତ ହେବ । ଏହା ଆମକୁ ମନେ ପକାଇଦେବ ଯେ, କୌଣସି ବିଫଳତା ଚୂଡ଼ାନ୍ତ ନୁହେଁ । ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ର ପୃଷ୍ଠରେ ସଫଳ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା । ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଏବେ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଅଜ୍ଞାତ ଦକ୍ଷିଣ ମେରୁ ନିକଟରେ ପହଞ୍ôଚଛି । ଗତ ସପ୍ତାହରେ ଚନ୍ଦ୍ରଯାନ-୩ ଅଭିଯାନରେ ସଫଳତା ପାଇଁ ଇସ୍ରୋକୁ ସମ୍ମାନଜନକ ଏଭିଏସନ୍ ୱିକ୍ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।

Leave a Reply