ଅଖିଳ ଭାରତୀୟ ସାହିତ୍ୟ ପରିଷଦର ୧୭ ତମ ରାଷ୍ଟ୍ରୀୟ ଅଧିବେଶନରେ ଓଡ଼ିଶାର ପ୍ରତିନିଧିତ୍ବ

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ୧୭ ତମ ରାଷ୍ଟ୍ରୀୟ ଅଧିବେଶନରେ ଓଡ଼ିଶାର ପ୍ରତିନିଧିତ୍ବ।
—————————-
ସାହିତ୍ୟ ସମାଜ ଦର୍ପଣ ବଦଳରେ,ସାହିତ୍ୟ ସମାଜକୁ ଅର୍ପଣ କରେ ନିଜସ୍ଵ ଦୃଷ୍ଟିଭଙ୍ଗୀ ,କଟାକ୍ଷ ଓ ଅଭିବ୍ୟକ୍ତି। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାହିତ୍ୟ କାର୍ଯ୍ୟକ୍ରମ ବଦଳରେ ସାହିତ୍ୟ ରଚନାକାରଙ୍କ କାର୍ଯ୍ୟକ୍ରମ କୁ ପ୍ରାଧାନ୍ୟ ଦିଏ, ଯେ ମୂଳ ରୂପରେ ଦେଶ ର ଅସ୍ଥା ସଂସ୍କୃତି ଉପରେ ପର୍ଯ୍ୟବେସିତ। ଆଦର୍ଶ ର ଅଭିମାନ ବଦଳରେ ଅଭିମାନ କୁ ସାହିତ୍ୟରେ ରୂପେ ଲେଖନୀ ଚାଳନା କରୁଥିବା ସ୍ୱାଭିମାନ ଲେଖକଙ୍କ ଅନେକ ପୁସ୍ତକ ଉନ୍ମୋଚନ ସହିତ ଭାବ ଓ ସାହିତ୍ୟ ବିନିମୟ ତିନିଦିନିଆ ତ୍ରିବର୍ଷିୟ ବାର୍ଷିକ କାର୍ଯ୍ୟକ୍ରମ ମଧ୍ୟପ୍ରଦେଶ ର ରେବା ସହରରେ ଅନୁଷ୍ଠିତ ହୋଇଛି।
ଏଥିରେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ସହସ୍ରାଧିକ ପ୍ରତିନିଧି ଏହି ଅଧିବେଶନରେ ଯୋଗ ଦେଇଛନ୍ତି। “ଆତ୍ମବୋଧରୁ ବିଶ୍ଵବୋଧ” ଶୀର୍ଷକକୁ ନେଇ ଏକ ରାଷ୍ଟ୍ରୀୟ ଆଲୋଚନାଚକ୍ର ନଭେମ୍ବର ୭,୮, ଓ ୯ ତାରିଖ ଏହି ତିନି ଦିନ ଧରି ମଧ୍ୟପ୍ରଦେଶର ରିୱା ସହରଠାରେ ଅନୁଷ୍ଠିତ ହେଉଛି। ନିଜ ନିଜ ରାଜ୍ୟର ବେଶ ପୋଷାକରେ ରିୱା ସହରରେ ଏକ ପଥ ସଂଚଳନ ଅନୁଷ୍ଠିତ ହୋଇଥିଲା।ଅଧିବେଶନକୁ ପୂର୍ବତନ ରାଷ୍ଟ୍ରପତି ମାନନୀୟ ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧିବେଶନ ଉଦ୍ଘାଟନ କରିଥିଲେ।

ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ମଧ୍ୟରେ ଡ଼ଃ ସୁଶୀଲ ଚନ୍ଦ୍ର ତ୍ରିବେଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ଅ. ଭା. ସା.ପ. ମଧ୍ୟ ପ୍ରଦେଶ ର ଉପ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା,ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶାରୁ ସଭାପତି ଡ. ଅଭୟ ନାୟକ, ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ, କ୍ଷେତ୍ର ସଂଗଠନ ମନ୍ତ୍ରୀ ନାରାୟଣ ନାୟକଙ୍କ ସହ ୮୦ଜଣ ସାହିତ୍ୟ ପ୍ରେମୀ ଓ କବି, ଲେଖକ ଯୋଗଦାନ କରିଛନ୍ତି, ପରିଷଦ ମୁଖପତ୍ର ଚିନ୍ମୟ ବୋଡେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *