ମାଟିଦୀପର ଗାଁ ଫକିରପୁର

ମାଟିଦୀପର ଗାଁ ଫକିରପୁର
କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ଫକିରପୁର ଗାଁର କୁମ୍ଭାରସାହି ମାଟି ଦୀପ ପାଇଁ ପ୍ରସିଦ୍ଧ ହୋଇଛି। ଏଠାରେ ୩ଟି କୁମ୍ଭାରସାହି ରହିଛି । ପୂର୍ବରୁ ଚାଳିଶ ପରିବାର ଏହି କାମରେ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ କରୁ ଥିବାବେଳେ ଧୀରେ ଧୀରେ ଏହା ହ୍ରାସ ପାଇ ଏବେ ୧୦ପରିବାରରେ ପହଞ୍ଚିଛି। ମାଟି ଚକଟାଠାରୁ ଆରମ୍ଭ କରି ଚକରେ ବିଭିନ୍ନ ପ୍ରକାର ଝୁଣା ଦୀପ, ପାଞ୍ଚମୁଖୀ ଦୀପ, ତିନି ମୁଖୀ ଦୀପ, ସାତ ମୁଖୀ ଦୀପ ପ୍ରଭୃତି ମାଟିରେ ଗଢି ତିଆରି କରୁଛନ୍ତି । ଛୋଟ ଦୀପଠୁ ଆରମ୍ଭ କରି ବଡ ମାଟିଦୀପ ଏଠାରେ ତିଆରି ହେଉଛି। କୁମ୍ଭାରସାହିରେ ପୁରୁଷ ଓ ମହିଳା ସମସ୍ତେ ଏହି କାମ କରନ୍ତି । କୁମ୍ଭାରମାନେ ପାରମ୍ପରିକ ଶୈଳୀରେ ମାଟିଦୀପ ତିଆରି କରିଥାନ୍ତି। ଏବର୍ଷ ଦୀପାବଳିରେ ଭଲ ଦି’ପଇସା ରୋଜଗାର କରିଛନ୍ତି । ଦିନ ଥିଲା ଫକିରପୁର ମାଟି ତିଆରି ଜିନିଷର ଖଣ୍ଡମଣ୍ଡଳରେ ପ୍ରବଳ ଚାହିଦା ଥିଲା। ୪୦ରୁ ଊର୍ଦ୍ଧ୍ୱ କୁମ୍ଭାର ପରିବାର ମାଟିର ବିଭିନ୍ନ ସାମଗ୍ରୀ ତିଆରି କରି ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଏବେ କୁମ୍ଭକାର ପାଇଁ ମାଟି, ଭାଟି ପାଇଁ ଜାଳ କାଠ ସଂଗ୍ରହ କାଠିକର ହେଲାଣି । ଏଥିସହ ଚାଇନା ଦୀପ ବଜାରକୁ ଆସିବା ଦ୍ୱାରା ପାରମ୍ପରିକ ଶୈଳୀରେ ମାଟି ତିଆରି ସାମଗ୍ରୀର ଚାହିଦା ଧୀରେ ଧୀରେ କମିବାରେ ଲାଗିଛି । ଏହି କାରଣରୁ କୁମ୍ଭାର କାମ କରି ପେଟ ପୋଷିବା ଏବେ କଷ୍ଟକର ହେଲାଣି।

Leave a Reply

Your email address will not be published. Required fields are marked *