ବିଶ୍ୱ ହିନ୍ଦୁ ପରିଷଦର ପଦଯାତ୍ରା

ବିଶ୍ୱ ହିନ୍ଦୁ ପରିଷଦର ପଦଯାତ୍ରା
ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ କାଶୀନଗରରେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ସାଧୁସନ୍ଥଙ୍କ ଉପସ୍ଥିତିରେ ଏକ ପଦଯାତ୍ରାରେ ବାହାରି ଅକ୍ଟୋବର ୧୫ ତାରିଖ ଦିନ ସହର ପରିକ୍ରମା କରିଥିଲେ । ଏଥିରେ ସ୍ୱାମୀ ସତ୍ୟାନନ୍ଦ ଗିରି ମହାରାଜ, ଅଜୟାନନ୍ଦ ମହାରାଜ, ଲୀଳାକୃଷ୍ଣ ମହାରାଜ, କୈଳାସ ପଟ୍ଟନାୟକ, କାଶୀନଗର ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର, ସମ୍ପାଦକ ପ୍ରକାଶ ପାତ୍ର, ସମାଜସେବୀ ହୃଷୀକେଶ ଗୌଡ଼ ପ୍ରମୁଖ ଏଥିରେ ସାମିଲ ଥିଲେ । ହିନ୍ଦୁ ଧର୍ମର ନୀତି ନିୟମ ପାଳନ ଦ୍ୱାରା କିପରି ଦିବ୍ୟାନୁଭୂତି ମିଳୁଛି ଏବଂ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେଲେ ମୋକ୍ଷ ପ୍ରାପ୍ତି ପାଇଁ ମାର୍ଗ ଉନ୍ମୋଚିତ ହୋଇପାରୁଛି, ସେ ନେଇ ସଦୁପଦେଶ ପ୍ରଦାନ କରାଯାଇଥିଲା। ଜୟ ଶ୍ରୀରାମ ନାରା ଦେଇ ହିନ୍ଦୁ ଧର୍ମର ପ୍ରଚାର, ପ୍ରସାର ଓ ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ରଥ କାଶୀନଗର ସହର ସାରା ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲା ।

Leave a Reply

Your email address will not be published. Required fields are marked *