ଆଏସ୍‌ଏସ୍ ବିରୋଧରେ ଆପରିଜନକ ମନ୍ତବ୍ୟ ଶିକ୍ଷକଙ୍କ ବିରୋଧରେ ଏତଲା, ତଦନ୍ତ ଦାବି

ଆଏସ୍‌ଏସ୍ ବିରୋଧରେ ଆପରିଜନକ ମନ୍ତବ୍ୟ ଶିକ୍ଷକଙ୍କ ବିରୋଧରେ ଏତଲା, ତଦନ୍ତ ଦାବି
କନ୍ଧମାଳ- ଭୁବନେଶ୍ୱରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଉତ୍ସବ ପାଳନ ହେଉଥିଲା। ଏନେଇ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ଦାରିଙ୍ଗବାଡ଼ିର ଜନୈକ ପ୍ରଧାନଶିକ୍ଷକ ଆପରି ଜନକ ମନ୍ତବ୍ୟ ଦେଇଛନ୍ତି । ଏହାର ପ୍ରତିବାଦ କରାଯିବା ସଂଘର ସ୍ୱୟଂସବେକମାନେ ଅକ୍ଟୋବର ୧୪ ତାରିଖ ଦିନ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ପ୍ରଦାନ କରିଛନ୍ତି। ଆରଏସ୍‌ଏସ୍‌କୁ ସରକାରୀ ଢୋଲ ବାହିନୀ କହିବା ସହ ବାସ୍ତବରେ ସହରୀ ନକ୍ସଲ ବୋଲି ପୋଷ୍ଟ କରିଥିବା ଅଭିଯୋଗ ହୋଇଛି । ସେ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଦଳରେ କାମ କରିଥିବା ଯୋଗୁଁ ବିଗତ ଦିନରେ ତାଙ୍କୁ ଚାକିରିରୁ ନିଲମ୍ବନ ମଧ୍ୟ କରାଯାଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଇନ୍ସପେକ୍ଟର ଜୟନ୍ତ ସେଠୀଙ୍କୁ ଏତଲା ଦେବା ସମୟରେ ସୁକାନ୍ତ ସାହୁ, ମାନଗୋବିନ୍ଦ ପ୍ରଧାନ, ମିଟୁ ସାହୁ, ଭାଲୁ ସାହୁ, ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ରାଇକିଆ ଥାନାରେ ମଧ୍ୟ ଶିକ୍ଷକଙ୍କ ବିରୋଧରେ ଲିଖତ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *