ଭାରତ ସହିତ ବ୍ୟବସାୟିକ ସମ୍ପର୍କ ପୁଣି ଥରେ ପୁନର୍ସ୍ଥାପିତ ପାଇଁ ବିଚାର କରୁଛି ପାକିସ୍ତାନ

ଇସଲମାବାଦ : ଭାରତ ସହିତ ବ୍ୟବସାୟିକ ସମ୍ପର୍କକୁ ପୁଣି ଥରେ ପୁନଃସ୍ଥାପିତ କରିବାର ସଙ୍କେତ ଦେଇଛି ପାକିସ୍ତାନ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମୁହମ୍ମଦ ଇଶାକ ଡାର ଭାରତ ସହିତ ବ୍ୟବସାୟିକ ସମ୍ପର୍କକୁ ପୁନଃସ୍ଥାପନା ନେଇ ଗୁରୁତର ସହ ବିଚାର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଜିଓ ନ୍ୟୁଜ ମୁତାବକ ପରମାଣୁ ଉର୍ଜା ଶିଖର ସମ୍ମିଳନୀ ପରେ ଲଣ୍ଡନରେ ଏକ ପ୍ରେସମିଟ ସମୟରେ ପାକିସ୍ତାନର ବୈଦେଶିକମନ୍ତ୍ରୀ ଇଶାକ ଡାର କହିଛନ୍ତି ଯେ, ଭାରତ ସହିତ ବ୍ୟବସାୟିକ ଗତିବିଧିକୁ ପୁଣି ଥରେ ଆରମ୍ଭ କରିବାକୁ ନେଇ ପାକିସ୍ତାନର ବ୍ୟବସାୟୀ ସମୁଦାୟ ଉତ୍ସୁକ ଅଟନ୍ତି । ପାକିସ୍ତାନ ଏହା ଉପରେ ଗଭୀର ଭାବେ ବିଚାର କରିବ । ଆମେ ସମସ୍ତ ଡିତାଧିକାରୀଙ୍କ ସହ ବୈଠକ କରିବୁ ଏବଂ ଆର୍ôଥକ ଗତିବିଧି ଓ ବ୍ୟବସାୟକୁ ନେଇ କଣା କରାଯାଇପାରିବ ସେ ଉପରେ ବିଚାର କରିବୁ ।

Leave a Reply

Your email address will not be published. Required fields are marked *