ରାଷ୍ଟ୍ରୀୟ ସୟଂସେବକ ସଂଘ କେନ୍ଦୁଝର ପକ୍ଷରୁ ଯୁବ ସମ୍ମିଳନୀ


ରାଷ୍ଟ୍ରୀୟ ସୟଂସେବକ ସଂଘ କେନ୍ଦୁଝର ପକ୍ଷରୁ ଯୁବ ସମ୍ମିଳନୀ
କେନ୍ଦୁଝର,-କେନ୍ଦୁଝର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସ୍ଏସ୍) ପକ୍ଷରୁ ଜିଲା ପ୍ରେକ୍ଷାଳୟଠାରେ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଘଟଗାଁ ସହକାରୀ ଶ୍ରମ ଅଧିକାରୀ ଘନଶ୍ୟାମ ମହାନ୍ତ, ସମ୍ମାନିତ ଅତିଥ୍‌ଭାବେ ଜିଲା ସଂଘ ଚାଳକ ଭାଗୀରଥ୍ ପୃଷ୍ଟି ମୁଖ୍ୟ ବକ୍ତାଭାବେ ସଂଘର ଓଡ଼ିଶା ପୂର୍ବପ୍ରାନ୍ତ ବୌଦ୍ଧିକ ପ୍ରମୁଖ ତନ୍ମୟ କୁମାର ମହାପାତ୍ର ଯୋଗଦେଇ ଉପସ୍ଥିତ ଯୁବ ବର୍ଗଙ୍କୁ ସ୍ଵାଧୀନତାରୁ ସ୍ଵତନ୍ତ୍ରତା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଦ୍ୱିତୀୟ ସତ୍ରରେ ଜିଲା କାର୍ଯ୍ୟବାହ ବିନୋଦ ମହାନ୍ତ ମଞ୍ଚାସିନ ଥିବା ବେଳେ ମୁଖ୍ୟ ବକ୍ତାଭାବେ ବିଭାଗ ବୌଦ୍ଧିକ ପ୍ରମୁଖ ସତ୍ୟ ରଞ୍ଜନ ମହାକୁଡ ଯୋଗଦେଇ ଭାରତର ଗୌରବଶାଳୀ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ 9 ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୌସେନାରେ କାର୍ଯ୍ୟ କରିବାପରେ ବର୍ତ୍ତମାନ ଚମ୍ପୁଆ ବ୍ଲକ୍‌ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବା ସହିତ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ଥିବା ବ୍ୟକ୍ତିତ୍ଵ ଦିବ୍ୟରଞ୍ଜନ ମହାନ୍ତ ଏବଂ ସେହିପରି ଯୁବବର୍ଗକୁ ତାଲିମ ପ୍ରଦାନ କରି ନିଯୁକ୍ତି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବା ପାଇଁ ଉତ୍ସାହିତ କରୁଥିବା ପୋଲିସ କର୍ମଚାରୀ ସିରପାଣି ମହାନ୍ତଙ୍କୁ ମଞ୍ଚରେ ସମ୍ବଦ୍ଧିତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଉଚ୍ଚକୋଟୀର ନୃତ୍ୟ ପ୍ରଦର୍ଶନ କରି ସ୍ପିରିଟଜା ଏକାଡ଼େମୀ ଏବଂ ଇନ୍ଦ୍ରଧନୁ ସାଂସ୍କୃତିକ ସଂଗଠନ ପରି ବିଭିନ୍ନ ସାଂସ୍କୃତିକ ସଂଗଠନର କଳାକାର ଏବଂ ନେତୃତ୍ବଙ୍କୁ ମଧ୍ୟ ସମ୍ବଦ୍ଧିତ କରାଯାଇଥିଲା। ସମ୍ମିଳନୀକୁ ଜିଲା ମହାବିଦ୍ୟାଳୟ ପ୍ରମୁଖ ମଳୟ ଖଣ୍ଡା ପରିଚାଳନା କରିଥିବା ବେଳେ ପ୍ରଭାତ ରଞ୍ଜନ ଗିରି, ସୌମ୍ୟ ରଞ୍ଜନ ମହାନ୍ତ, ସୌରଜିତ ପରିଡ଼ା, ଗଣେଶ ଦାସ, ପ୍ରମୋଦ ମହାନ୍ତ, ମୁକେଶ ସାହୁ, କାଳୀଚରଣ ମୁଣ୍ଡା, ପ୍ରତାପ ଝରା, ଲକ୍ଷ୍ମୀଧର ନାଏକ, ରାମ ବିଶ୍ଵାଳ ପ୍ରମୁଖଙ୍କ ସହ ନଗରର ବହୁ ସ୍ବୟଂସେବକ ସହଯୋଗ କରିଥିଲେ। ସମ୍ମିଳନୀରେ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଯୁବ ବର୍ଗ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *