ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ନୟାଗଡ଼ ପକ୍ଷରୁ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ନୟାଗଡ଼ ପକ୍ଷରୁ ଯୁବ ସମ୍ମିଳନୀ

ସେବା,ସମ୍ପର୍କ,ତ୍ୟାଗ ଏବଂ ରାଷ୍ଟ୍ର ନିର୍ମାଣ ର ଆହ୍ବାନ ନେଇ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତାର ଶତବାର୍ଷିକ ପାଳନ କରୁଛି।ଏହି ଅବସର ରେ ସାରା ଦେଶରେ ତାର ଶତବାର୍ଷିକ ଉତ୍ସବ ଚାଲିଛି। ତନ୍ମଧ୍ୟ ରୁ ନଭେମ୍ବର ମାସ ରେ ସାରା ଦେଶରେ ୧୮ରୁ ୪୦ ବର୍ଷ ବୟସର ଯୁବ ପିଢ଼ି ଙ୍କୁ ନେଇ ଯୁବ ସମ୍ମିଳନୀ ଆୟୋଜିତ ହୋଇଥିଲା। ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଯୁବ ସମ୍ମିଳନୀ ତା ୦୨.୧୧.୨୦୨୫ ରିଖ ରବିବାର ଦିନ ଆୟୋଜିତ ହୋଇଥିଲା।ଏହି ଭବ୍ୟ ଉତ୍ସବରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ମୁଖ୍ୟ ଅତିଥି ରୂପେ ରାଜା ମଧୁସୂଦନ ଦେବ କଲେଜ ର ଅଧକ୍ଷ ଶ୍ରୀ ପ୍ରଶାନ୍ତ କୁମାର ରାଉତ, ମାନନୀୟ ନଗର ସଂଘଚାଳକ ଶ୍ରୀ ଦୟାନିଧି ରଥ, ସହପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ବେଲେଶ୍ୱର ସାହୁ ଏବଂ ଜିଲ୍ଲା କାର୍ଯ୍ୟବାହ ଶ୍ରୀ ପ୍ରକାଶ ପ୍ରଧାନ।ପ୍ରଥମ ସତ୍ର ରେ ଶ୍ରୀ ବେଲେଶ୍ୱର ସାହୁ ସଂଘର ଇତିହାସ ଏବଂ ଆଗାମୀ କାର୍ଯ୍ୟ ଲକ୍ଷ୍ୟ ବିଷୟରେ ବିସ୍ତୃତ କଥା ରଖିଥିଲେ।ଦ୍ୱିତୀୟ ସତ୍ର ରେ ସଙ୍କା ସମାଧାନ ଏବଂ ନୟାଗଡ଼,ଓଡ଼ିଶା ରାଜ୍ୟ,ଭାରତ ବର୍ଷ ର ଅନେକ ବିଷୟବସ୍ତୁ କୁ ନେଇ ପ୍ରଶ୍ନୋତ୍ତର ସହ ପୁରସ୍କାର ବିତରଣ ମଧ୍ୟ ହୋଇଥିଲା।ଚଳିତ ବର୍ଷ ରେ ଆମ ଜିଲ୍ଲା ର ଶ୍ରୀମାନ ସାଇ କିରଣ ପାତ୍ର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ଲବ୍ଧ କ୍ରମାଙ୍କ ୩୭ ସ୍ଥାନ ରେ ରହି ଆମ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ଏହି ଯୁବ ସମ୍ମିଳନୀ ରେ ତାଙ୍କୁ ମଞ୍ଚସ୍ଥ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।ତୃତୀୟ ବା ଶେଷ ସତ୍ର ରେ ମୁଖ୍ୟ ବକ୍ତା ଶ୍ରୀ ରାଉତ ଯୁବକ ମାନଙ୍କ କର୍ତ୍ତବ୍ୟ,ରାଷ୍ଟ୍ର ନିର୍ମାଣରେ ଯୁବକ ମାନଙ୍କ ଭୂମିକା ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୫୦୦ ରୁ ଉର୍ଦ୍ଧ ଯୁବକ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *