ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଜଗତସିଂହପୁର ପକ୍ଷରୁ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଜଗତସିଂହପୁର ପକ୍ଷରୁ ଯୁବ ସମ୍ମିଳନୀ

ଜଗତସିଂପୁର-ଜଗତସିଂହପୁରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ଉପଲକ୍ଷେ ଏକ ଯୁବ ସମ୍ମିଳନୀ ସ୍ବାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ ଅଡିଟୋରୀୟମଠାରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଜଗତସିଂହପୁର ନଗର ,ରଘୁନାଥପୁର ଖଣ୍ଡ ,ବିରିଡ଼ି ଖଣ୍ଡ ଓ ଜଗତସିଂହପୁର ଖଣ୍ଡର ୯୦୦ରୁ ଉର୍ଦ୍ଧ ୧୮ ରୁ ୪୦ ବର୍ଷ ମଧ୍ୟର ବିଦ୍ୟାର୍ଥୀ ତଥା ବିଭିନ୍ନ ସାମାଜିକ ବର୍ଗ ଓ ଶ୍ରେଣୀର ଯୁବଗୋଷ୍ଠୀ ଏକତ୍ରିତ ହୋଇଥିଲେ।ବିଭିନ୍ନ ସାମାଜିକ ପ୍ରତିଷ୍ଠାନ ଓ ବୁଦ୍ଧିଜୀବୀ ମାନଙ୍କ ପ୍ରୟାସ ଓ ପ୍ରେରଣାଦାୟୀ ଜନସଂପର୍କ ଏକ ସଫଳ ସମ୍ମିଳନୀରେ ରୂପାୟନ ହୋଇଥିଲା ।

ପ୍ରାକ୍ ବୈଦିକ କାଳରୁ ଆଜି ପର୍ଯ୍ୟନ୍ତ ଜ୍ଞାନର ଏନ୍ତୁଡ଼ିଶାଳ ଭାରତ କିଭଳି ଗଣିତ ବିଜ୍ଞାନ ସାହିତ୍ୟ ବୈଷୟିକ ବିଦ୍ୟା ଧାର୍ମିକ ଚିନ୍ତା ଆଦିରେ ସମଗ୍ର ବିଶ୍ଵକୁ ମାର୍ଗ ଦର୍ଶନ କରିଛି।ସେ ବିଷୟରେ ଆଲୋକପାତ କରିଥିଲେ କଟକ ବିଭାଗ ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ବିଜୟ କୁମାର ନାୟକ। ସଂଘର କଟକ ବିଭାଗ କାର୍ଯ୍ୟବାହ ଶ୍ରୀ ଶରତ ଚନ୍ଦ୍ର ସେନ ସଂଘର ପଞ୍ଚ ପରିବର୍ତ୍ତନ ବିଚାରକୁ ନିଜ ଜୀବନରେ ଅନୁସରଣ କରିବାକୁ ଯୁବକ ମାନଙ୍କଠାରେ ଆଗ୍ରହ ପ୍ରକାଶ କରିଥିଲେ। ପ୍ରାନ୍ତ ସହ ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ବିଶ୍ବମ୍ବର ପାଣି ତାଙ୍କ ଅଭିଭାଷଣରେ ଯୁବକ ଦେଶ ପ୍ରେମିହେବା ଓ ବିକଶିତ ଭାରତ ନିର୍ମାଣରେ ସହଯୋଗୀ ହେବାକୁ କହିଥିଲେ ଜାତିଭେଦ ଭଳି କୁରୀତି ତଥା ନିଶାସେବନ ଓ ମୋବାଇଲର ଅପବ୍ୟବହାରଠାରୁ ଦୂରେଇ ରହି ବରିଷ୍ଠ ଚରିତ୍ର ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ। ମାନନୀୟ ଜିଲ୍ଲା ସଂଘଚାଳକ ଶ୍ରୀଯୁକ୍ତ ସୁରେଶ ରାୟ ସଭାର ସଭାପତିତ୍ବ କରିଥିଲେ ।ଜିଲ୍ଲା କାର୍ଯ୍ୟବାହ ଶ୍ରୀଯୁକ୍ତ ଜିତେନ୍ଦ୍ର ବିଶ୍ଵାଳ ସଭା ପରିଚାଳନା କରିଥିଲେ ।ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ଶ୍ରୀଯୁକ୍ତ କାଳନ୍ଦୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସ୍ୱୟଂସେବକ ଶ୍ରୀ ଜତିନ୍ଦ୍ର ପରମାଣିକ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଭାଗ ସେବା ପ୍ରମୁଖ ଶ୍ରୀଯୁକ୍ତ ବିଜୟ ଦତ୍ତ ଓ ନଗର କାର୍ଯ୍ୟବାହ ଶ୍ରୀଯୁକ୍ତ ବାଦଲ କୁମାର ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *