Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଗେଶ୍ୱରପୁର ଗ୍ରାମରୁ ଠାବ ହେଲା ଅଷ୍ଠମ ଶତାଦ୍ଦୀର କୀର୍ତ୍ତିରାଜି ଗ୍ରାମବାସୀଙ୍କ ମନରେ ଉତ୍ସାହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଗେଶ୍ୱରପୁର ଗ୍ରାମରୁ ଠାବ ହେଲା ଅଷ୍ଠମ ଶତାଦ୍ଦୀର କୀର୍ତ୍ତିରାଜି ଗ୍ରାମବାସୀଙ୍କ ମନରେ ଉତ୍ସାହ

ପିପିଲି: ପୁରୀ ଜିଲ୍ଲା ପିପିଲି ବ୍ଲକ ବାଗେଶ୍ୱରପୁର ଗ୍ରାମରେ ରାମେଶ୍ୱର ଦେବଙ୍କର ବହୁ ପୁରାତନ ମନ୍ଦିର ରହିଛି । ଏହି ମନ୍ଦିରରେ ଶିବ ପାର୍ବତୀ ଙ୍କ ସମେତ ଗଣେଷ କାର୍ତିକ ପୂଜା ପାଉଛନ୍ତି । କଳାପାହାଡ଼ ଆର୍କମଣରେ ମନ୍ଦିରର ଅଧା ଅଂଶ ଭାଙ୍ଗି ଯିବା ପରେ ପୁନର୍ବାର ଗ୍ରାମବାସୀମାନେ ଏହି ମନ୍ଦିରକୁ ମରାମତି କରି ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରର ଅନେକ ଭଗ୍ନାଂଶ ଏବେ ବି ମନ୍ଦିର ବେଢା ପରିସରରେ ପଡ଼ି ରହିଛି । ଗ୍ରାମବାସୀ ପ୍ରତ୍ୟେକ ସମୟରେ ଏହି ମନ୍ଦିରର କଳାକୃତି ସାଙ୍ଗକୁ ଏହାର ନିର୍ମାଣଶୈଳୀ ଏବଂ ଏହା କେଉଁ ସମୟରେ ନିର୍ମାଣ କରାଯାଇଥିଲା ତାହା ଜାଣିବା ପାଇଁ ଉତ୍ସୁକ ରହିଥିଲେ । ତେବେ ଏହି ମନ୍ଦିରର ଭଗ୍ନାବଶେଷ କୁ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନଟାକ୍ ଟିମ୍) ତରଫରୁ ଜାଣିବା ପାଇଁ ମନ୍ଦିର ନିକଟରେ ପହଞ୍ଚିଥିଲେ । ଇନଟାକ ଟିମ୍ର ଶ୍ରୀ ଅନିଲ ଧିର, ବିଶ୍ୱଜିତ ମହାନ୍ତି, ବିଷ୍ଣୁ ମୋହନ ଅଧିକାରୀ ମିଳିତ ଭାବରେ ମନ୍ଦିରର ନିକଟରେ ପହଞ୍ଚିଥିଲେ । ସେଠାରେ ଭଗ୍ନାବଶେଷକୁ ତନଖି କରି ମୂର୍ତୀଟି ମନ୍ଦିରକୁ କେବେ ଠାରୁ କେମିତି ଆସିଲା ତାହାର ଅନୁଧ୍ୟାନ କରିଥିଲେ । ତେବେ ଏହା ପୂର୍ବ ଗଙ୍ଗ ବଂଶୀୟ ସମୟର ବୋଲି ଜଣା ପଡ଼ିଛି । ସେ ସମୟରେ ବୋ÷ଦ୍ଧ ଧର୍ମର ବେଶ ପ୍ରଚାର ପ୍ରସାର ହୋଇଥିବାବେଳେ ବୈାଦ୍ଧ ଅବଲୋକିତେଶ୍ୱର ପଦ୍ମପାଣିଙ୍କ ମୂର୍ତୀ ହୋଇପାରେ ବୋଲି ଅନୁମାନ ଜଣା ପଡ଼ିଛି । ଏହି ଶିଳାଲିପି ସପ୍ତମ ତଥା ଅଷ୍ଟମ ଶତାଦ୍ଦୀର ବୋଲି ଇନ୍ଟାକ ଟିମର ସଦସ୍ୟ କହିଛନ୍ତି । ଗବେଷକଙ୍କ ମତରେ ମନ୍ଦିରଟି ଦୟା ନଦୀର ଅବବାହିକାର ରହିଥିବାରୁ ବୋ÷ଦ୍ଧ ଧର୍ମର ପ୍ରଭାବ ଏ ଅଞ୍ଚଳରେ ରହିଥିଲା । ମିଳିଥିବା ଶିଳା ଲିପିରୁ ୧. ହେ ଧର୍ମ ୨. ତୁ ପ୍ରଭୋ ହେ ୩.ତୁ ଟେଶମ୍ ଟାଥାଗା, ୪. ରୁ ହିଆଭଡ଼ା ଟେସମ୍ ୫. ଚା ୟୋ ନିରୋଧ ଇ ୬. ଭାମ୍ ଭେରୀ ମହାଶ୍ରମଣ ୭. ମଣହ ଆଦି ସଂସ୍କୃତ ଭାଷା ରହିଥିବାବେଳେ ଲେଖା ଓଡ଼୍ର ନଗରୀ ରେ ହୋଇଥିବା ର ଇନଟାକ୍ ଟିମର ଦିପକ ନାୟକ କହିଛନ୍ତି । ତେବେ ଦୀର୍ଘ ଦିନ ପରେ ମନ୍ଦିରର ଇତିହାସ ମିଳି ଥିବାରୁ ଜମ୍ବିଲା ବାଗେଶ୍ୱରପୁର ଏବଂ ମାଧିପୁର ଗ୍ରାମରେ ଲୋକମାନଙ୍କ ମନରେ ଖୁସି ଦେଖା ଦେଇଛି ା

Leave a Reply