ଯାଜପୁର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବ ସମ୍ମିଳନୀ

ଯାଜପୁର: ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଯାଜପୁର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବକ୍ଷେତ୍ରର ସହକ୍ଷେତ୍ର ପ୍ରଚାରକ ଜଗଦୀଶ ପ୍ରସାଦ ଖାଡ଼େଙ୍ଗା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ସତ୍ୟ ରଞ୍ଜନ ନାୟକଙ୍କ ପରିଚାଳନାରେ ସହ ପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ ଯୋଗ ଦେଇ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମ ଭାବ ଜାଗ୍ରତ କରିବାକୁ ଯୁବ ପିଢ଼ିଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବିଭାଗ ପ୍ରଚାରକ ବିଷ୍ଣୁ ପ୍ରସାଦ ନାୟକ, ବାଲେଶ୍ଵର ସହ ବିଭାଗ କାର୍ଯ୍ୟବାହ ବରୁନ ବନଛାର, ଜିଲ୍ଲା କାର୍ଯ୍ୟବାହ ଅମୀୟ ସାମଲ, ସହ ଜିଲ୍ଲା କର୍ଯ୍ୟବାହ ସନ୍ଦୀପ ବିଶ୍ବାଳ, ଜିଲ୍ଲା ପ୍ରଚାରକ ମନୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟଧାରା, ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଦେଶ ମାତୃକାର ସେବା କରିବା ଓ ପରମ ବୈଭବଶାଳୀ କରିବା ପାଇଁ ଯୁବ ସ୍ଵୟଂସେବକମାନଙ୍କୁ ଆହ୍ଵାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବ ବ୍ୟବସ୍ଥା ପ୍ରମୁଖ ଲମ୍ବୋଦର ସାହୁଙ୍କ ନେତୃତ୍ଵର ବିରଜା ନଗରର ସ୍ୱୟଂ ସେବକମାନେ ଉପସ୍ଥିତ ରହି ଯୁବ ସମ୍ମିଳନୀ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୧୦୦ବର୍ଷ ପୂର୍ତ୍ତି ଅବସରରେ ବିଗତ ଦିନରେ କରାଯାଇଥିବା ସେବା କର୍ଯ୍ୟକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *