ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ଯୁବ ଶିବିର

ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ଯୁବ ଶିବିର

ମୟୂରଭଞ୍ଜ ଜିଲ୍ଲା ଉଦଳା ତୁଳସୀ ମଣ୍ଡପ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୁଲ୍ୟରେ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀ ର ଉଦଘାଟନ କାର୍ଯ୍ୟ କ୍ରମରେ ରେ ମୟୁରଭଞ୍ଜ ଜିଲ୍ଲା ମାନନୀୟ ଜିଲ୍ଲା ସଂଘଚାଳକ ଡ.ପ୍ରକାଶ କୁମାର ନାୟକ, ମୁକ୍ଷ୍ୟ ଅତିଥି ମାନନୀୟ ଶ୍ରୀଯୁକ୍ତ ରବିନ କୁମାର ପଟ୍ଟନାୟକ (ଅବସର ପ୍ରାପ୍ତ କାରାଗାର ଅଧିକାରୀ)ଓ ମୟୂରଭଞ୍ଜ ଜିଲ୍ଲା କର୍ଯ୍ୟବାହ ଶ୍ରୀଯୁକ୍ତ ନିର୍ମଳ ପ୍ରକାଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ମାନସ କୁମାର ବେହେରା ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପରବର୍ତ୍ତୀ ସତ୍ରରେ ବିଭାଗ ପ୍ରଚାର ପ୍ରମୁଖ ଆଦରଣୀୟ ତୁଷାର କାନ୍ତି ମହାନ୍ତ ଓ ସହପ୍ରାନ୍ତ କର୍ଯ୍ୟବାହ ମା ରବିନାରାୟଣ ପଣ୍ଡା ଙ୍କର ମାର୍ଗଦର୍ଶନ ରେ କାର୍ଯ୍ୟକ୍ରମ ସମାରୋପ ହୋଇଥିଲା।

ଏଠାରେ ଉଦଳା,କପ୍ତିପଦା, ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକର ୧୮ ବର୍ଷରୁ ୪୦ ବର୍ଷ ବୟସ ର ଯୁବକ ମାନେ ଉପସ୍ଥିତ ରହିଥିଲେ । କାର୍ଯକ୍ରମ ଆରମ୍ଭରେ ଯୁବ ପ୍ରତିଭା ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା।

Leave a Reply

Your email address will not be published. Required fields are marked *