ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

ଫୁଲବାଣୀ: ନିକଟରେ ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳାଫଳ । ଏହି ମ୍ୟାଟ୍ରିକ ଫଳାଫଳ ଘୋଷଣା ନାମା ଅନୁସାରେ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶତ ପ୍ରତିଶତ ଫଳାଫଳ ହୋଇଛି । ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ମୋଟ ୮୫ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗ ଦେଇଥିଲେ । ତନ୍ମଧ୍ୟରୁ ଏ-୧ ଶ୍ରେଣୀରେ ୬ଜଣ, ଏ-୨ଶ୍ରେଣୀରେ ୮ଜଣ, ବି-୧ ଶ୍ରେଣୀରେ ୧୫ଜଣ, ବି୨ ଶ୍ରେଣୀରେ ୩୬ ଜଣ, ସି ଶ୍ରେଣୀରେ ୧୮ ଜଣ ଓ ଡ ଶ୍ରେଣୀରେ ୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏ-୧ ଶ୍ରେଣୀର ୬ଜଣଙ୍କ ମଧ୍ୟରେ ଛାତ୍ରୀ ଅଙ୍କିତା ରାଉତ ମୋଟ ୫୬୭ ୯୪.୫ % ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଓ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଲିବୁନ କୁମାର କର ୫୬୩ ୯୩.୮% ନମ୍ବର ରଖି ଜିଲ୍ଲାରେ ତୃତୀୟ ଓ ବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ, ଇପ୍ସିତା ବିଷୋୟୀ ୫୪୩ ୯୦.୫% ନମ୍ବର ରଖି ବିଦ୍ୟାଳୟରେ ତୃତୀୟ ସ୍ଥାନ, ବିଭୁପ୍ରସାଦ ତ୍ରିପାଠୀ ୫୪୨ ୯୦.୩% ନମ୍ବର ରଖି ଚତୁର୍ଥ ସ୍ଥାନ, ସ୍ନେହାମୟୀ ଶାସନି ୫୪୧ ୯୦.୧% ନମ୍ବର ରଖି ପଞ୍ଚମ ସ୍ଥାନ ଏବଂ ଆୟୁଷ କୁମାର ସାହୁ ୫୪୦ ୯୦ ପ୍ରତିଶତ ନମ୍ବର ରଖି ଷଷ୍ଠ ସ୍ଥାନରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିପାରିଛନ୍ତି । ବିଦ୍ୟାଳୟର ସଫଳତାକୁ ନେଇ ବିଦ୍ୟାଳୟ ପରି·ଳନା ସମିତିର ସଭାପତି ଡ.ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି.ଶି ଶଙ୍କର ପାତ୍ର, ବିଦ୍ୟାଳୟର ପ୍ରଧାନ ଆ·ର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ, ସହ-ପ୍ରଧାନ ଆ·ର୍ଯ୍ୟା ବୈଜୟନ୍ତି ସାମନ୍ତରାୟ, ବିଦ୍ୟା ମନ୍ଦିର ବିଭାଗର ବରିଷ୍ଠ ଆ·ର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକ, ଅନୀଲ କୁମାର ସାହୁ, ରାଜେଶ ପ୍ରଧାନ, ସୂଜିତ ପ୍ରଧାନ, ଦୁଃଶାସନ ଦିଗାଲ, ଆ·ର୍ଯ୍ୟା ସବିତା କୁମାରୀ ମିଶ୍ର, ପ୍ରତିଭା ଦାଶ, ସ୍ମିତା ଗୁରୁ ପ୍ରମୁଖ ଆ·ର୍ଯ୍ୟ ଆ·ର୍ଯ୍ୟା ନିଜକୁ ଗୌରବାନ୍ୱିତ ମନେ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏତଦ୍ ବ୍ୟତିତ ବିଦ୍ୟାଳୟ ପରି·ଳନା ସମିତି ତଥା ପ୍ରଧାନ ଆ·ର୍ଯ୍ୟ ସଫଳତାର ସମସ୍ତ ଶ୍ରେୟ ବିଦ୍ୟାଳୟର ବିଦ୍ୟା ମନ୍ଦିର ବିଭାଗର ଆ·ର୍ଯ୍ୟ ଆ·ର୍ଯ୍ୟା ମାନଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ଶିକ୍ଷା ବର୍ଷରେ ମଧ୍ୟ ଏପରି ସଫଳତା ଅର୍ଜନ କରିବା ପାଇଁ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଉତ୍ସାହିତ କରିଛନ୍ତି । ପୁନଶ୍ଚ ବିଦ୍ୟାଳୟର ସମସ୍ତ ଆ·ର୍ଯ୍ୟ ଆ·ର୍ଯ୍ୟା, ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ, ସେବକ ସେବିକା ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *