ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓ ପଟ୍ଟାମୁଣ୍ଡାଇ ଖଣ୍ଡ,ପଟ୍ଟାମୁଣ୍ଡାଇ ନଗରର ଯୁବକ ମାନଂକୁ ନେଇ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓ ପଟ୍ଟାମୁଣ୍ଡାଇ ଖଣ୍ଡ,ପଟ୍ଟାମୁଣ୍ଡାଇ ନଗରର ଯୁବକ ମାନଂକୁ ନେଇ ଯୁବ ସମ୍ମିଳନୀ

ରାଜନଗର:ଯୁବକ ହେଉଛନ୍ତି ଏକ ରାଷ୍ଟ୍ରର ପ୍ରକୃତ ଶକ୍ତି l ଯଦି ଯୁବକ ମାନଙ୍କ ମଧ୍ୟରେ ରାଷ୍ଟ୍ରପ୍ରୀତି ରୁହେ ତେବେ ରାଷ୍ଟ୍ରକୁ ଉନ୍ନତିର ସର୍ବୋଚ୍ଚ ସୋପାନରେ ପହଞ୍ଚାଇବାକୁ କୌଣସି ଶକ୍ତି ଅଟକାଇ ପାରିବନାହିଁ l ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସତବାର୍ଷିକୀ ଅବସରରେ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ପ୍ରେକ୍ଷ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଓ ପଟ୍ଟାମୁଣ୍ଡାଇ ଖଣ୍ଡ,ପଟ୍ଟାମୁଣ୍ଡାଇ ନଗରର ଯୁବକ ମାନଂକୁ ନେଇ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କଟକ ବିଭାଗ କାର୍ଯ୍ୟାବାହ ଶରତ ସେନ ଉପସ୍ଥିତ ରହି ଯୁବକ ମାନଂକୁ ରାଷ୍ଟ୍ର ପ୍ରେମରେ ନିମଗ୍ନ ହେବାକୁ ନିଜ ବକ୍ତବ୍ୟରେ କହିଥିଲେ l ପ୍ରାନ୍ତ ସମ୍ପର୍କ ପ୍ରମୁଖ ସର୍ବେଶ୍ୱର ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ସହ ସଂଘ ଚାଳକ ସଞ୍ଜୟ କୁମାର ପତ୍ରୀ,ଜିଲ୍ଲା କାର୍ଯ୍ୟାବାହ ବିନୋଦ ବିହାରୀ ଦାସ, ସହ କାର୍ଯ୍ୟାବାହ ସୁରେଶ ନାୟକ ଜିଲ୍ଲା ସମରସତା ପ୍ରମୁଖ ପ୍ରଦୀପ ମଲ୍ଲିକ,ଜିଲ୍ଲା ବୌଦ୍ଧିକ ପ୍ରମୁଖ ପ୍ରିୟବ୍ରତ ପରିଜା, ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ଗୋକୁଳ ଚନ୍ଦ୍ର ଦାଶ, ଜିଲ୍ଲା ଶାରୀରିକ ପ୍ରମୁଖ ସୁନାକର ବେହେରା,ମୁଖ୍ୟ ମାର୍ଗ ପ୍ରମୁଖ ସୁଲେଖ ପ୍ରଧାନ,ଜିଲ୍ଲା ଧର୍ମ ଜାଗରଣ ପ୍ରମୁଖ ରାଜେନ୍ଦ୍ର ଗିରି, ଜିଲ୍ଲା ସେବା ପ୍ରମୁଖ ରବୀନ୍ଦ୍ର ସେଠି, ଜିଲ୍ଲା ପ୍ରଚାର ପ୍ରମୁଖ ସୁଧାଂଶୁ ଭୂଷଣ ତ୍ରିପାଠୀ, ପଟ୍ଟାମୁଣ୍ଡାଇ ନଗର କାର୍ଯ୍ୟବାହ ବଳରାମ ମଲ୍ଲିକ, ନଗର ସମ୍ପର୍କ ପ୍ରମୁଖ ପଞ୍ଚାନନ ମାହୁନ୍ତ, ସତ୍ୟ ନାରାୟଣ ନାୟକ, ବିଜ୍ଞାନ ଭୂଷଣ ପ୍ରଧାନ, ସମରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇଥିଲେ l ଦୁଇଶହରୁ ଅଧିକ ଯୁବକ ମାନେ ଏହି ସମ୍ମିଳନୀରେ ଯୋଗ ଦେଇ ଜାତିଭେଦରୁ ଉର୍ଧ୍ଵରେ ରହି ଦେଶ ମାତୃକାର ସେବା କରିବାକୁ ଶପଥ ନେଇଥିଲେ l

Leave a Reply

Your email address will not be published. Required fields are marked *