ମୌଳିକତା, ପ୍ରାଚୀନତା ଓ ସ୍ୱାତନ୍ତ୍ରତା ଓଡ଼ିଆ ଅସ୍ମିତାକୁ ପରିର୍ପୂ କରେ


ମୌଳିକତା, ପ୍ରାଚୀନତା ଓ ସ୍ୱାତନ୍ତ୍ରତା ଓଡ଼ିଆ ଅସ୍ମିତାକୁ ପରିର୍ପୂ କରେ
ଭୁବନେଶ୍ୱର,୨୫/୧୦: ‘ଓଡ଼ିଆ ଅସ୍ମିତା’ ଏକ ରାଜନୈତିକ ସ୍ଲୋଗାନ ଭିତରେ ସୀମିତ ନୁହେଁ । ମୌଳିକତା, ପ୍ରାଚୀନତା ଏବଂ ସ୍ୱାତନ୍ତ୍ରତା ଏହି ତିନିଟି ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ଓ ତର୍ଜମା କଲେ ଓଡ଼ିଆ ଅସ୍ମିତାର ପରମ୍ପରିକ ଧାରାକୁ ରୁଦ୍ଧିମନ୍ତ କରେ । ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଭାରତୀୟ ଇତିହାସ ସଂକଳନ ସମିତି ଓଡିଶାର ଅଷ୍ଟମ ପ୍ରାନ୍ତୀୟ ଅଧିବେଶନରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ଶିକ୍ଷାବିତ ଓ ସାହିତି୍ୟକମାନେ ମତବ୍ୟକ୍ତ କରିଛନ୍ତି ।
ଆମ ସମସ୍ତଙ୍କୁ ଏକ କରିଥିବା, ସବୁ ଧର୍ମ, ର୍ବ, ଜାତିର ସମିଶ୍ରଣର ଏମିତି ଜଣେ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତାର ମୌଳିକତା । ଚିରକଳ ଧରି ନିଜ ମୌଳିକତାରେ ନିମଗ୍ନ ଚିଲିକା, ପ୍ରଭୁ ଲିଙ୍ଗରାଜ, ଆମ ତାନ୍ତ୍ରିକ ପରମ୍ପରାର ପ୍ରତୀକ ରଣିପୁରଝରିଆଲ, ଅଦସେିଦ୍ଧି ଏବଂ ଜ୍ଞାନ ସିଦ୍ଧି ଲେଖାଯାଇଥିବା ବଜ୍ରଯାନୀ ପରମ୍ପରା, ଖଗିରି ଓ ଖାରବେଳ ଆଦି ଜୈନଧର୍ମ ପରମ୍ପରା ହେଉଛି ଆମର ମୌଳିକତା । ଉକ୍ରଳ ସାହିତ୍ୟ ସମାଜ ଗଠନ ହେବାର ୨୦ ବର୍ଷ ପୂର୍ବରୁ ୧୮୮୩ ମସିହାରେ ଖଡ଼ିଆଳ ସାହିତ୍ୟ ସମିତି ଗଠନ ହୋଇସାରିଥିଲା । ତାହା ହେଉଛି ଆମର ଓଡିଆ ଅସ୍ମିତାର ମୌଳିକତା । ସେହିଭଳି ସାରଳା ଦାସଙ୍କ ନବଗୁଞ୍ଜର ଏବଂ ତାଙ୍କ ଦର୍ଶନର ରକ୍ତନଦୀ କହେ ଓଡିଆ ଅସ୍ମିତାର ମୌଳିକତା ।
ସେହିଭଳି ଓଡିଆ ଅସ୍ମିତାରେ ପ୍ରାଚୀନତାର ଗୌରବତାକୁ ଦର୍ଶାଇ କୁହାଯାଇଛି, ଆମେ କଥା ହେଉଥିବା ଓଡିଆ ଭାଷା ଭରତ ନାଟ୍ୟଶାସ୍ତ୍ର ଉଡ୍ରୋ ଭାଷାରେ ର୍ବିତ । ଉକôଳ, କଳିଙ୍ଗ, ବଙ୍ଗ ତିନୋଟି ରାଜ୍ୟ ସମେତ ତୋଶାଳୀ, କଙ୍ଗୋଦ ଆଦି ଅନେକ ବିଷୟରେ ର୍ବନା କରାଯାଇଛି । ତେଣୁ ପ୍ରାଚିନତା ହେଉଛି ଆମ ଓଡିଆ ଅସ୍ମିତାର ବୃହତ ଆଧାର । ତୃତୀୟରେ ସ୍ୱାତନ୍ତ୍ରତା ଆମ ପିଠା, ପଣା, ପର୍ବ ପର୍ବାଣୀ, ଓଡିଶୀ ଗୀତ, ସଂଗୀତ, ଆମ ଆଚାର, ବ୍ୟବହାର ଏସବୁ ହେଉଛି ଆମ ସ୍ୱାତନ୍ତ୍ରତା । ଆମ ଲୋକ ନୃତ୍ୟ, ଲୋକବାଦ୍ୟ, ଲୋକସଂଗୀତ ଆମ ସ୍ୱାତନ୍ତ୍ରତା । ତେଣୁ ମୌଳିକତା, ପ୍ରାଚୀନତା ଏବଂ ସ୍ୱାତନ୍ତ୍ରତାର ସମିଶ୍ରଣରେ ଏକ ପରିର୍ପୂ ଓଡିଆ ଆସ୍ମିତା ଆଗକୁ ବଢିଚାଲିଛି ।
ଦୁଇ ଦିବସୀୟ ଭାରତୀୟ ଇତିହାସ ସଂକଳନ ସମିତି ଓଡିଶାର ଅଷ୍ଟମ ପ୍ରାନ୍ତୀୟ ଅଧିବେଶନ ସମ୍ମିଳନୀକୁ ଶନିବାର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଡ଼ ବିକ୍ରମ କେଶରୀ ମହାପାତ୍ର ସଭାପତିତ୍ୱ କରିଥିଲେ । ରାଷ୍ଟ୍ରୀୟତା ପୃଷ୍ଠଭୂମିରେ ଓଡ଼ିଆ ଅସ୍ମିତା ଶୀର୍ଷକ ବିଷୟରେ ଆଲୋଚନା ହୋଇଥିଲା । ମୂଖ୍ୟ ବକ୍ତା ଭାବେ ଇତିହାସ ସଙ୍କଳନ ସମିତି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ପ୍ରଫେସର ଈଶ୍ୱର ଶରଣ ବିଶକର୍ମା, ଅତିଥି ଏବଂ ବକ୍ତା ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବରେ ଓଡ଼ିଆ ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା, କମଲେଶ ଦାଶ, ଯଜ୍ଞସୱର ଦପାଟ, ଦଧି ବାମନ ମିଶ୍ର, ଡ଼.ପାରେଶ୍ୱର ସାହୁ ପ୍ରମୁଖ ଓଡ଼ିଆ ଅସ୍ମିତା ସମ୍ପର୍କରେ ମତ ରଖିଥିଲେ । ଆଲୋଚନାରେ ଅସ୍ମିତାକୁ ନେଇ ରାଜନୈତିକ ବୟାନ ନ କରି ଓଡ଼ିଆ ଅସ୍ମିତା ସବୁବେଳେ ଉକ୍ରର୍ଷ ଥିଲା ଓ ଦୟାନଦୀର ଇତିହାସ ସମ୍ପର୍କରେ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଥିବା ଏଠାରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମର ଗଣମାଧ୍ୟମ ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିଲେ ଇତିହାସ ସଂକଳନ ସମିତିର ଓଡ଼ିଶା ରାଜ୍ୟ ପ୍ରଚାର ପ୍ରମୁଖ ।

Leave a Reply

Your email address will not be published. Required fields are marked *