ବିପଦ ସମୟରେ ଆରଏସଏସ ସର୍ବଦା ଦେଶ ଏବଂ ସମାଜ ସହିତ ଛିଡା ହୋଇଛି।

ବିପଦ ସମୟରେ ଆରଏସଏସ ସର୍ବଦା ଦେଶ ଏବଂ ସମାଜ ସହିତ ଛିଡା ହୋଇଛି।

ନାଗପୁର,୪/୬:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-ଦ୍ୱିତୀୟର ସମାପନ ସମାରୋହ ୪ ଜୁନ ୨୦୨୬ ଗୁରୁବାର ଦିନ ରେଶିମବାଗ ମୈଦାନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଖିଳ ଭାରତୀୟ ବର୍ଗର ସମାପନ ଉତ୍ସବରେ ପ୍ରଖ୍ୟାତ ଶିଳ୍ପପତି ପଦ୍ମଭୂଷଣ କୁମାର ମଙ୍ଗଳମ୍ ବିର୍ଲା ମୁଖ୍ୟ ଅତିଥି ଥିଲେ ଏବଂ ସରସଂଘଚାଳକ ଡକ୍ଟର ମୋହନ ଭାଗବତଙ୍କ ଉଦ୍‌ବୋଧନ ହୋଇଥିଲା। ସାରା ଦେଶରୁ ନିମନ୍ତ୍ରିତ ବିଶେଷ ଅତିଥିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଭାରତ ଭୂଷଣ ତ୍ୟାଗୀ, ପୂଜ୍ୟ ଶ୍ରୀ ଯୋଗୀ ଭବନନାଥ ଜୀ ମହାରାଜ, ମହାରାଜା ଗଜ ସିଂହ ଜୀ, ଗୋପାଳଭାଇ ମାଭଜୀ ଗୋରସିଆ, ଦିବ୍ୟମ୍ ଜୀ ତ୍ରିପାଠି ଏବଂ ଭାର୍ଗବଭାଇ ସୁଥାର ଉପସ୍ଥିତ ଥିଲେ।

ସମାପନୀ ଉତ୍ସବରେ ମୁଖ୍ୟ ଅତିଥି କୁମାର ମଙ୍ଗଳମ୍ ବିର୍ଲାଙ୍କ ଭାଷଣର ମୁଖ୍ୟ ବିନ୍ଦୁ…
-ଆତ୍ମନିର୍ଭରତା କେବଳ ଏକ ଆର୍ଥିକ ନୀତି ନୁହେଁ, ବରଂ ଏହା ହେଉଛି ରାଷ୍ଟ୍ର ନିର୍ମାଣର କାମ।
ଭାରତର ଯୁବପିଢ଼ିଙ୍କୁ ମୋର ନିବେଦନ ହେଉଛି ଯେ ଭାରତରେ ନିର୍ମାଣ କରନ୍ତୁ , ଭାରତ ପାଇଁ ତିଆରି କରନ୍ତୁ ଭାରତରେ ରହି ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ନିର୍ମାଣ କରନ୍ତୁ।
-ମୋତେ ଅନେକ ଥର ଭାଗବତ ଜୀଙ୍କ ସହ ସାକ୍ଷାତ ଏବଂ ଭାବ ବିନିମୟ କରିବାର ସୌଭାଗ୍ୟ ମିଳିଛି। ପ୍ରତ୍ୟେକ ସାକ୍ଷାତରେ ତାଙ୍କର ସରଳତା ଏବଂ ବିନମ୍ରତା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଅଟଳ ସମର୍ପଣ ମୋତେ ସର୍ବଦା ପ୍ରେରଣା ଦେଇଛି।
-ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଭାରତ ପାଇଁ ସଂକଳ୍ପ ଆମ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବ।
-୮୩,୦୦୦ ଶାଖା, ୬୦ ଲକ୍ଷ ସ୍ୱୟଂସେବକ, ୧୭୭,୦୦୦ ସେବା କାର୍ଯ୍ୟ ଏବଂ ଅଗଣିତ ଅନ୍ୟାନ୍ୟ ସଂଗଠନ – ସମସ୍ତେ ଗୋଟିଏ ଧାରାରେ କାର୍ଯ୍ୟ କରନ୍ତି। ଏହା ଅଭୂତପୂର୍ବ। ସ୍ୱାଧୀନତା ପୂର୍ବରୁ ଏଯାଏ ଦେଶରେ ଭୂମିକମ୍ପ, ସୁନାମି ଏବଂ ଅଗଣିତ ଆହ୍ୱାନ ସମୟରେ , ଆରଏସଏସ ସର୍ବଦା ଦେଶ ଏବଂ ସମାଜ ସହିତ ଠିଆ ହୋଇଛି।
-ଆନ୍ତର୍ଜାତୀୟ ଆହ୍ୱାନ ମଧ୍ୟ ରେ ଭାରତ ନିଜର ଅମୃତ କାଳ ଆରମ୍ଭ କରୁଛି।
-ମୋ ଜେଜେବାପା (ଜିଡି ବିର୍ଲା) ବିଭାଜନ ସମୟରେ ଦେଶ ସମ୍ମୁଖରେ ଉଭା ଆହ୍ୱାନ ଗୁଡ଼ିକୁ ଦେଖିଥିଲେ ଏବଂ ସେଗୁଡ଼ିକୁ ସୁଯୋଗରେ ପରିଣତ କରିଥିଲେ।
-ଆଜି ଭାରତ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି ଆଉ ଆଜି ଆମେ ଦ୍ରୁତ ଗତିରେ ପ୍ରଗତି କରୁଛୁ। ପ୍ରଧାନମନ୍ତ୍ରୀ ମୋଦି ଆଗାମୀ ଅମୃତକାଳ ବିଷୟରେ କହୁଛନ୍ତି, ଏହା ଏପରି ଏକ ସମୟ ଯାହା ଭାରତକୁ ନୂତନ ଉଚ୍ଚତାକୁ ନେଇଯିବ।
-ଆଦିତ୍ୟ ବିର୍ଲା ଗ୍ରୁପ୍ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଭିନ୍ନ କାର୍ଯ୍ୟକଳାପ ମଧ୍ୟରେ ଅନେକ ସମାନତା ଅଛି। ଆମେ ମଧ୍ୟ ପ୍ରାଥମିକ ଏବଂ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଉନ୍ନତି, ମହିଳା ସଶକ୍ତିକରଣ ଏବଂ ଦକ୍ଷତା ବିକାଶକୁ ବହୁତ ଗୁରୁତ୍ୱ ଦେଉଛୁ।
-ବିକଶିତ ଭାରତର ସ୍ୱପ୍ନ ହେଉଛି ବଡ ଏବଂ ଏହାକୁ ପୁରଣ କରିବା ପାଇଁ ବଡ଼ ଶିଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
-ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏବେ ଏକ ବଡ଼ ସୁଯୋଗ ଆସିଛି। ଭାରତୀୟମାନେ ଏହି ସୁଯୋଗର ପୂର୍ଣ୍ଣ ଲାଭ ଉଠାଇବେ। ଭାରତର ଜନତା ଏହାର ସବୁଠାରୁ ବଡ଼ ଶକ୍ତି।
-ରାଷ୍ଟ୍ର ନିର୍ମାଣରେ ଆରଏସଏସର ଅବଦାନ ବିଷୟରେ ମୋର ଦୃଷ୍ଟିକୋଣ ଆହୁରି ଦୃଢ଼ ହୋଇଛି।

Leave a Reply

Your email address will not be published. Required fields are marked *