ସରକାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀମାନଙ୍କୁ ଗିରଫ କରିବା ଉଚିତ

ସରକାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀମାନଙ୍କୁ ଗିରଫ କରିବା ଉଚିତ।
ଜନଜାତି ସମ୍ପ୍ରଦାୟ ବହୁଳ କନ୍ଧମାଳ ଜିଲ୍ଲାରେ ବିଧର୍ମୀଙ୍କ ପ୍ରଭାବ ବଢି ଚାଲିଥିବା ବେଳେ ସେଠାରେ ବ୍ୟାପକ ପରିବର୍ତ୍ତନ ଆଣିଥିବା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ କିମ୍ବ ତଦନ୍ତ ରିପୋଟ ସାର୍ବଜନୀନ ହୋଇପାରୁନାହିଁ ଏହା ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ୨୩ ଅଗଷ୍ଟ ୨୦୦୮ରେ ଖ୍ରୀଷ୍ଟ୍ରୀୟାନ ମାଓବାଦୀମାନେ ହତ୍ୟା କରିଥିଲେ, କିନ୍ତୁ ତାଙ୍କ ହତ୍ୟାକାରୀମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହି। ଓଡ଼ିଶାରେ ମିଶନାରୀମାନେ ବଡ଼ ଧରଣର ଧର୍ମାନ୍ତରୀକରଣ ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି। ଉପାନ୍ତ ଜିଲ୍ଲାରେ ବ୍ୟାପକ ହେବା ସହିତ ସହରାଞ୍ଚଳରେ ମଧ୍ୟ ଏହା ର ପ୍ରଭାବ ଆଜି ଦୃଷ୍ଟି ଗୋଚର ହେଉଛି । ରାଜ୍ୟ ସରକାର ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ। ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ମଧ୍ୟ ତୁରନ୍ତ ବନ୍ଦ କରାଯିବା ଉଚିତ।

ଓଡ଼ିଶା ସରକାରଙ୍କୁ ଯଥାଶୀଘ୍ର ରିପୋର୍ଟକୁ ସାର୍ବଜନୀନ କରିବାକୁ ଅନୁରୋଧ କରାଯାଇଛି। ପୂଜ୍ୟ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ, ବିଶ୍ୱ ହିନ୍ଦୁ ପରିଷଦ (VHP) ତାଙ୍କ ସଂକଳ୍ପ ପୂରଣ କରିବାକୁ ପ୍ରତିବଦ୍ଧ।

ପୁରୀର ପୂଜ୍ୟ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଜୀଙ୍କ କୁଶପୁତ୍ତଳିକା ଦାହ କରିଥିବା ଏବଂ ତାଙ୍କୁ ଅପମାନିତ କରିଥିବା କମ୍ୟୁନିଷ୍ଟ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ବିଶ୍ୱାସଘାତକମାନଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି ହୋଇଛି। ଚୋରି ହୋଇଥିବା ଫାଇଲକୁ ଉଦ୍ଧାର କରି ବା ଦିଗରେ ସରକାର ଯଥାର୍ଥ ପଦକ୍ଷେପ ନେବା ଉଚିତ ।

Leave a Reply

Your email address will not be published. Required fields are marked *