ପାରଳାଖେମୁଣ୍ଡି ରେ ଯୁବ ସମ୍ମିଳନୀ

ପାରଳାଖେମୁଣ୍ଡି ରେ ଯୁବ ସମ୍ମିଳନୀ

https://www.facebook.com/share/p/1CQgmbbq1y/

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନ ସତ୍ର ରେ ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ଶ୍ରୀ ପଙ୍କଜ କୁମାର ନାୟକ ଯୋଗଦେଇ ମାର୍ଗଦର୍ଶନ କରିଥିଲେ l ସମାରୋପ କାର୍ଯ୍ୟକ୍ରମ ରେ ସହ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଶ୍ରୀ ବିଶ୍ୱମ୍ବର ପାଣି ଯୋଗଦେଇ ସଂଘର ଶତାବ୍ଦୀ ବର୍ଷ ଅବସରରେ ଯୁବ ସମ୍ମିଳନୀ ର ଆବଶ୍ୟକତା ଓ ଦେଶ ପ୍ରତି ସଂଘର ଅବଦାନ ଉପରେ ମାର୍ଗଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ସହ ବିଭାଗ ସଂଘ ଚାଳକ ମାନନୀୟ ଗୌରାଙ୍ଗ ପାଣିଗ୍ରାହୀ, ଗଜପତି ଜିଲ୍ଲା ସଂଘ ଚାଳକ ମାନନୀୟ ରାଧାକୃଷ୍ଣ ଜାନି, ସହ ବିଭାଗ କାର୍ଯ୍ୟବାହ ଜୁରିଆ ଜାନି, ବିଭାଗ ବୌଦ୍ଧିକ ପ୍ରମୁଖ ଶ୍ରୀ ରବି ପାତ୍ର, ଜିଲ୍ଲା କାର୍ଯ୍ୟବାହ ରବୀନ୍ଦ୍ରନାଥ ଭୂୟାଁ ଉପସ୍ଥିତ ଥିଲେ l ଏହି ଯୁବ ସମ୍ମିଳନୀ ରେ 81 ଜଣ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *