କଳା ସେତୁ” ନାମକ ଦେଶବ୍ୟାପୀ ପ୍ରୟାସ ଆରମ୍ଭ କରିଛି ଷ୍ଟାର୍ଟ-ଅପ୍ ଆକ୍ସିଲରେଟର ୱେଭଏକ୍ସ

ଭାରତ ତାର ଡିଜିଟାଲ ପ୍ରଶାସନ ଯାତ୍ରାକୁ ତ୍ୱରାନ୍ୱିତ କରୁଥିବାବେଳେ, ନାଗରିକମାନଙ୍କ ସହିତ ସେମାନଙ୍କର ନିଜ ଭାଷାରେ ତୁରନ୍ତ ଏବଂ ପ୍ରଭାବଶାଳୀ ଭାବେ ଯୋଗାଯୋଗ କରିବାର କ୍ଷମତା ଏବେ ପୂର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପାରମ୍ପରିକ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି ପଦ୍ଧତି ଆଜି ସାର୍ବଜନୀନ ପ୍ରଚାର ପାଇଁ ଆବଶ୍ୟକ ବିଶାଳତା, ଗତି ଏବଂ ବିବିଧତା ସହିତ ତାଳ ଦେବାରେ ସକ୍ଷମ ହୋଇପାରୁନି। ଭାରତ ସରକାରଙ୍କର ସମାବେଶୀ, ପ୍ରଯୁକ୍ତିଗତ ଯୋଗାଯୋଗ ପ୍ରତି ପ୍ରତିବଦ୍ଧତା ଅନୁଯାୟୀ, ଭାଷାଗତ ବିଭେଦକୁ ଦୂର କରିବା ଏବଂ ଦେଶରେ ଶେଷ ମାଇଲ ପର୍ଯ୍ୟନ୍ତ ସୂଚନା ପହଞ୍ଚାଇବା ପାଇଁ ଏଆଇ-ଆଧାରିତ ସମାଧାନକୁ ଗ୍ରହଣ କରିବା ପାଇଁ ଏକ ଦୃଢ଼ ପ୍ରୟାସ ଚାଲିଛି।

କଳା ସେତୁ: ଭାରତ ପାଇଁ ରିଅଲ-ଟାଇମ ଭାଷା ଟେକ୍ନୋଲୋଜି : ସମାବେଶୀ ଯୋଗାଯୋଗ ପାଇଁ ଏଆଇ ଶକ୍ତିର ଉପଯୋଗ କରିବା  ପାଇଁ ଏକ ରଣନୀତିକ ପ୍ରୟାସ ସ୍ୱରୂପ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତାଙ୍କର ଓ୍ଵେଭଏକ୍ସ ଷ୍ଟାର୍ଟଅପ ଆକ୍ସେଲରେଟର ପ୍ଲାଟଫର୍ମ ମାଧ୍ୟମରେ “କଳା ସେତୁ – ଭାରତ ପାଇଁ ରିଅଲ-ଟାଇମ ଭାଷା ଟେକ୍ନୋଲୋଜି” ଚ୍ୟାଲେଞ୍ଜ ଆରମ୍ଭ କରିଛି। ଏହି ଜାତୀୟ ପଦକ୍ଷେପ ଭାରତର ଶୀର୍ଷ ଏଆଇ ଷ୍ଟାର୍ଟଅପମାନଙ୍କୁ ଟେକ୍ସଟୁଆଲ ଇନପୁଟରୁ ଅଡିଓ, ଭିଡିଓ ଏବଂ ଗ୍ରାଫିକ କଣ୍ଟେଣ୍ଟର ସ୍ୱୟଂଚାଳିତ ସୃଜନ ପାଇଁ ଦେଶୀୟ ଓ ବିସ୍ତାରଶୀଳ ସମାଧାନ ବିକାଶ କରିବାକୁ ଆହ୍ୱାନ ଜଣାଇଛି, ଯାହା ଏକାଧିକ ଭାରତୀୟ ଭାଷାକୁ ସମର୍ଥନ କରୁଥିବ।

ଏହି ଚ୍ୟାଲେଞ୍ଜ ସ୍କେଲେବଲ୍ ସମାଧାନ ଉପରେ ଧ୍ୟାନ କେନ୍ଦ୍ରିତ କରେ ଯାହା ଏଆଇ -ଆଧାରିତ କଣ୍ଟେଣ୍ଟ ଉତ୍ପାଦନର ତିନୋଟି ପ୍ରମୁଖ କ୍ଷେତ୍ରକୁ ସମର୍ଥନ କରେ। ପ୍ରଥମତଃ, ଟେକ୍ସଟ-ରୁ-ଭିଡିଓ ଉତ୍ପାଦନ, ଯାହା ଟେକ୍ସଟରୁ ଭିଡିଓ କଣ୍ଟେଣ୍ଟର ସ୍ୱୟଂଚାଳିତ ସୃଷ୍ଟି ପାଇଁ ଅନୁମତି ଦିଏ, ପରିବେଶ, ସ୍ୱର ଏବଂ କଣ୍ଟେଣ୍ଟକୁ ବିଭିନ୍ନ ଯୋଗାଯୋଗ ଆବଶ୍ୟକତା ଅନୁଯାୟୀ କଷ୍ଟମାଇଜ୍ କରିବାର କ୍ଷମତା ସହିତ। ଦ୍ୱିତୀୟତଃ, ଟେକ୍ସଟ-ରୁ-ଗ୍ରାଫିକ୍ସ ଜେନେରେସନ୍, ଯାହା ଡାଟା-ଚାଳିତ ଇନଫୋଗ୍ରାଫିକ୍ସ ଏବଂ ଚିତ୍ରଣାତ୍ମକ ଭିଜୁଆଲ୍ ଉତ୍ପାଦନକୁ ସକ୍ଷମ କରେ ଯାହା ଜଟିଳ ସୂଚନାକୁ ବୁଝିବାକୁ ସହଜ ଏବଂ ଦୃଶ୍ୟମାନ ଭାବରେ ଆକର୍ଷଣୀୟ କରିଥାଏ। ତୃତୀୟତଃ, ଟେକ୍ସଟ -ରୁ-ଅଡିଓ ଜେନେରେସନ୍, ଯାହା ଅଡିଓ ଉତ୍ପାଦନ ପାଇଁ ଉନ୍ନତ ସ୍ୱର ସଂଶ୍ଳେଷଣ ବ୍ୟବହାର କରେ ଯାହା କେବଳ ସଠିକ ନୁହେଁ ବରଂ ଭାବପ୍ରବଣ ଭାବରେ ପ୍ରକାଶିତ ଏବଂ ଆଞ୍ଚଳିକ ଉଚ୍ଚାରଣ ପ୍ରତି ସମ୍ବେଦନଶୀଳ, ବହୁଭାଷୀ ପ୍ରସଙ୍ଗରେ ପ୍ରାସଙ୍ଗିକତା ଏବଂ ପ୍ରଭାବକୁ ବୃଦ୍ଧି କରେ।

ନାଗରିକ-କୈନ୍ଦ୍ରିକ ଆପ୍ଲିକେସନ୍

କଳା ସେତୁ ଡିଜିଟାଲ୍ ଭାଷାର ବ୍ୟବଧାନକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି ଯାହା ଦ୍ୱାରା ସାଧାରଣ ଯୋଗାଯୋଗ ସଂସ୍ଥାଗୁଡ଼ିକ ଆନୁଷ୍ଠାନିକ ସୂଚନାକୁ ପ୍ରକୃତ ସମୟରେ ଇନଫୋଗ୍ରାଫିକ୍ ଭିଜୁଆଲ୍, ପ୍ରାସଙ୍ଗିକ ଭିଡିଓ ବ୍ୟାଖ୍ୟାକାରୀ ଏବଂ ଅଡିଓ ନ୍ୟୁଜ୍ କ୍ୟାପସୁଲ୍ ଭଳି ଆଞ୍ଚଳିକ ଭାବରେ ପ୍ରତିଧ୍ୱନିତ ଫର୍ମାଟ୍ରେ ଗତିଶୀଳ ଭାବରେ ରୂପାନ୍ତରିତ କରିପାରିବେ। ଏହା ପାଣିପାଗ ସତର୍କତା ପାଉଥିବା ଚାଷୀ, ପରୀକ୍ଷା ଅପଡେଟ୍ ପାଉଥିବା ଛାତ୍ର କିମ୍ବା ସ୍ୱାସ୍ଥ୍ୟସେବା ଯୋଜନା ବିଷୟରେ ଶିଖୁଥିବା ବରିଷ୍ଠ ନାଗରିକ ହେଉ, ଏହି ପଦକ୍ଷେପ ଏପରି ଭାବରେ ସୂଚନା ପ୍ରଦାନ କରିବାକୁ ଚେଷ୍ଟା କରେ ଯାହା କେବଳ ପ୍ରାସଙ୍ଗିକ ନୁହେଁ ବରଂ ସେମାନଙ୍କ ନିଜ ଭାଷାରେ ମଧ୍ୟ ଉପଲବ୍ଧ ହେବ।

କିପରି ଆବେଦନ କରିବେ

ଷ୍ଟାର୍ଟ-ଅପ୍ଗୁଡ଼ିକ ଓ୍ବେବେକ୍ସ ପୋର୍ଟାଲ୍ https://wavex.wavesbazaar.com ମାଧ୍ୟମରେ “କଳା ସେତୁ” ଚ୍ୟାଲେଞ୍ଜ ବର୍ଗ ଅଧୀନରେ ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ଏବଂ ଆବେଦନ କରିପାରିବେ। ଷ୍ଟାର୍ଟ-ଅପ୍ଗୁଡ଼ିକୁ ଉତ୍ପାଦର ଭିଡିଓ ଡେମୋ ସହିତ ଜୁଲାଇ ୩୦, ୨୦୨୫ ସୁଦ୍ଧା ଏକ କାର୍ଯ୍ୟକାରୀ ମିନିମମ ଭାୟେବଲ କଣ୍ଟେଣ୍ଟ (ଏମଭିସି) ଦାଖଲ କରିବାକୁ ପଡିବ। ଚୂଡ଼ାନ୍ତ ଦଳଗୁଡ଼ିକ ନୂଆଦିଲ୍ଲୀରେ ଏକ ଜାତୀୟ ଜୁରି ସମ୍ମୁଖରେ ସେମାନଙ୍କର ସମାଧାନ ଉପସ୍ଥାପନ କରିବେ, ବିଜେତା ପୂର୍ଣ୍ଣ-ସ୍କେଲ ବିକାଶ, ଏଆଇଆର, ଡିଡି ଏବଂ ପିଆଇବି ସହିତ ପାଇଲଟ୍ ସହଯୋଗ ଏବଂ ଓ୍ବେଭ୍ସ ନବସୃଜନ ପ୍ଲାଟଫର୍ମ ଅଧୀନରେ ଇନକ୍ୟୁବେସନ୍ ପାଇଁ ଏକ ଏମଓୟୁ ପାଇବେ। ଚ୍ୟାଲେଞ୍ଜ ପାଇଁ ବୈଷୟିକ ଆବଶ୍ୟକତା ଏବଂ ଅନ୍ୟାନ୍ୟ ବିବରଣୀ ୱେଭ୍ସ ପୋର୍ଟାଲରୁ ଉପଲବ୍ଧ ହୋଇପାରିବ।

ଭାଷା ସେତୁ ଚ୍ୟାଲେଞ୍ଜ

‘ଭାଷା ସେତୁ’ ରିଅଲ୍-ଟାଇମ୍ ଭାଷା ଅନୁବାଦ ଚ୍ୟାଲେଞ୍ଜ ଜୁନ୍ ୩୦, ୨୦୨୫ ରେ ଓ୍ବେବେକ୍ସ ଅଧୀନରେ ଆରମ୍ଭ କରାଯାଇଥିଲା। ଷ୍ଟାର୍ଟ-ଅପ୍ ଏବେ ବି ଭାଷା ସେତୁ ଚ୍ୟାଲେଞ୍ଜ ବର୍ଗ ଅଧୀନରେ ଓ୍ବେବେକ୍ସ ପୋର୍ଟାଲ୍ ମାଧ୍ୟମରେ ୨୨ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଏହି ପଦକ୍ଷେପଗୁଡ଼ିକ ଅନ୍ତର୍ଭୁକ୍ତ ଏବଂ ପ୍ରଭାବଶାଳୀ ଶାସନ ପାଇଁ ଏଆଇ-ଚାଳିତ ସମାଧାନ ଅନୁସରଣ କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ମାଧ୍ୟମରେ ବହୁଭାଷୀ କଣ୍ଟେଣ୍ଟ ସୃଷ୍ଟି ଏବଂ ପ୍ରକୃତ-ସମୟ ଭାଷା ଅନୁବାଦରେ ସ୍ୱଦେଶୀ ନବସୃଜନକୁ ପ୍ରୋତ୍ସାହିତ କରି, ସରକାର ଯୋଗାଯୋଗ ବ୍ୟବଧାନକୁ ପୂରଣ କରିବା ଏବଂ ପ୍ରତ୍ୟେକ ଭାରତୀୟ ଭାଷାରେ ସମସ୍ତଙ୍କ ପାଇଁ ସୂଚନା ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖାଯାଇଛି। କଳା ସେତୁ ଏବଂ ଭାଷା ସେତୁ ଏକ ଭବିଷ୍ୟତ-ପ୍ରସ୍ତୁତ ଡିଜିଟାଲ୍ ଇକୋ-ସିଷ୍ଟମ୍ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଦେଶର ଭାଷାଗତ ଏବଂ ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରେ, ସହିତ ଏକ ସ୍ପନ୍ଦନଶୀଳ ଷ୍ଟାର୍ଟଅପ୍ ନବସୃଜନ ପରିଦୃଶ୍ୟକୁ ପ୍ରୋତ୍ସାହିତ କରେ।

ଓ୍ବେବେକ୍ସ ବିଷୟରେ…

ଓ୍ବେବେକ୍ସ ହେଉଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଓ୍ବେବ୍ସ ପଦକ୍ଷେପ ଅଧୀନରେ ଆରମ୍ଭ ହୋଇଥିବା ଏକ ଉତ୍ସର୍ଗୀକୃତ ଷ୍ଟାର୍ଟ-ଅପ୍ ଆକ୍ସିଲେରେଟର ପ୍ଲାଟଫର୍ମ, ଯାହା ଗଣମାଧ୍ୟମ, ମନୋରଞ୍ଜନ ଏବଂ ଭାଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନବସୃଜନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି। ମଇ ୨୦୨୫ରେ ମୁମ୍ବାଇରେ ଅନୁଷ୍ଠିତ ୱେଭ୍ସ ସମ୍ମିଳନୀରେ, ୱେଭ୍ଏକ୍ସ ୩୦ରୁ ଅଧିକ ପ୍ରତିଶ୍ରୁତିବଦ୍ଧ ଷ୍ଟାର୍ଟ-ଅପ୍ସକୁ ପିଚିଂ ସୁଯୋଗ ପ୍ରଦାନ କରିଥିଲା, ଯାହା ସରକାରୀ ଏଜେନ୍ସି, ନିବେଶକ ଏବଂ ଶିଳ୍ପପତିମାନଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବାକୁ ସକ୍ଷମ କରିଥିଲା। ୱେଭ୍ଏକ୍ସ ହାକାଥନ୍, ଇନକ୍ୟୁବେସନ୍, ମେଣ୍ଟରସିପ୍ ଏବଂ ଜାତୀୟ ପ୍ଲାଟଫର୍ମ ସହିତ ସମନ୍ୱୟ ମାଧ୍ୟମରେ ଯୁଗାନ୍ତକାରୀ ଚିନ୍ତାଧାରାଗୁଡ଼ିକୁ ସମର୍ଥନ କରିଆସୁଛି।

Leave a Reply