Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନବରଂଗପୁରରେ ଗୋବଂଶ ଲୋପ ପାଇବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନବରଂଗପୁରରେ ଗୋବଂଶ ଲୋପ ପାଇବ


ନବରଂଗପୁର:ଦୀର୍ଘ ବର୍ଷ ଧରି ନବରଂଗପୁର ଜିଲ୍ଲାରୁ ଓ ଜିଲ୍ଲା ବାହାରୁ ଅବାଧରେ ଚାଲିଛି ଗୋ ଚାଲାଣ । ହଜାର ହଜାର ଗୋରୁ ଚାଲାଣ ହେଉଛି କଂସେଇ ଖାନାକୁ । ଫଳରେ ଲୋପ ପାଇବାକୁ ବସିଲାଣି ଗୋ ବଂଶ । ହିନ୍ଦୁ ଧର୍ମର ଅସ୍ମିତାର କେନ୍ଦ୍ର ଗୋ ମାତା ଓ ଗୋ ସୁରକ୍ଷା ପାଇଁ ଆଇନ୍ ଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ୁନାହିଁ ଗୋ ଚାଲାଣ କାରୀ ମାନଙ୍କ କ୍ଷେତ୍ରରେ ।ଗାଇ ହେଉଛନ୍ତି ଭାରତୀୟ ସଂସ୍କୃତି ଓ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ଆମ ଜୀବନ ଧାରଣର ଉତ୍ସ । ଗୋ ସଂପଦ ଓ ଜୈବ ବିବିଧତାର ପ୍ରତିନିଧି । ଗୋ ସୁରକ୍ଷା ପ୍ରତି ସ୍ୱତଃ ପ୍ରଶ୍ନ ଉଠୁଥିବା ବେଳେ ବର୍ତମାନ ଗୋ ମାତା ଅଲୋଡା ହୋଇଯାଉଥିବା ଦେଖିବାକୁ ମିଳୁଛି । ଫଳରେ ସ୍ଥାନୀୟ ନବରଂଗପୁର ଜିଲ୍ଲାରେ ଗୋବଂଶ ଧିରେ ଧିରେ ଲୋପ ପାଇବାକୁ ବସୁଥିବା ଅନୁମାନ କରାଯାଉଛି । ବର୍ତମାନ ଅତ୍ୟାଧୁନିକ ଯନ୍ତ୍ରପାତିର ଉଦ୍ଭାବନ ଓ ତାହାର କାର୍ଯ୍ୟକାରିତା ଉପଯୋଗୀକୁ ନେଇଁ କୌଣସି ଚାଷୀଙ୍କ ପାଖରେ ବର୍ତମାନ ଗାଇଗୋରୁ ରଖୁ ନା ଥିବା ବେଳେ ଗୋ ବଂଶ କଂସେଇ ଖାନାରେ ଅସଂଖ୍ୟ ପରିମାଣରେ ଗାଇ ବିକ୍ରି କରି ଗୋ ମାଫିଆ ମାନେ ବାଦଶାହ ପାଲଟିଛନ୍ତି । ଗୋ ବଂଶ ଲୋପ ପାଇବା କାରଣରୁ ପ୍ରକୃତ କ୍ଷୀର ଦହି ଘିଅ ବଦଳରେ ବଜାରରେ ମିଳିବାକୁ ଲାଗିଲାଣି ଭେଜାଲ କ୍ଷୀର ଦହି ଘିଅ । ପ୍ରତ୍ୟକ ରବିବାର ସୋମବାର ଦିନ ଆସିଗଲେ ହଜାର ହଜାର ଗାଇ,ବଳଦ,ବାଛୁରୀଙ୍କୁ କଳାହାଣ୍ଡି ଘାଟି ଆଡୁ ଚଲେଇ ଚଲେଇ ନେଇଁ ବଜାରକୁ ପହଁଚାଇବା ପରେ ଗୋରୁ ମୁଣ୍ଡ ହିସାବରେ ବିକ୍ରି କରାଯାଇ ସିଧାସଳଖ କଂସେଇଖାନାକୁ ପହଁଚାଇ ଦିଆଯାଉଛି । କୁହାଯାଏ ଭାରତୀୟ ଗାଇ ଗୋରୁ ଚାହିଦା ବିଦେଶ ମାଟିରେ ଅଧିକ ରହିଥିବାରୁ ଏହାର ଚାହିଦା ଓ ଗୋମାଂସ ରପ୍ତାନୀରେ ଭାରତର ସ୍ଥାନ ସର୍ବାଗ୍ରେ ରହିଥିବା ଜଣାଯାଏ ।ଏଣୁ ମାଲିକ ବାଧ୍ୟ ହୋଇ ଘରେ ଥିବା ଗୋରୁଙ୍କୁ ବିକ୍ରି କରୁଛି ଓ ଦଲାଲ ଦେଶୀ ଗୋମାଂସର ଚାହିଦା ବିଦେଶରେ ଅଧିକା ଥିବାରୁ ଚଢା ଦରରେ ବିକ୍ରିକରି ମାଲାମାଲ ହେଉଛନ୍ତି । ତେବେ ନବରଂଗପୁର ଜିଲ୍ଲାରେ ୨୦୧୮-୧୯ ଗଣନା ଅନୁଯାୟୀ ୩୬୦୦୦୦ ଗାଇଗୋରୁ ରହିଥିଲା ବେଳେ ମଇଁଷି ସଂଖ୍ୟା ୭୦୦୦୦ ପାଖାପାଖି ରହିଥିଲା । ହେଲେ ବର୍ତମାନ ଗୋ ଚାଲାଣ ବୃଦ୍ଧି ଯୋଗୁଁ ଏହାର ସଂଖ୍ୟା ଯଥେଷ୍ଟ କମିଯାଇଥିବା ଅନୁମାନ କରାଯାଉଛି ।ଜିଲ୍ଲାର ଝରିଗାଁ,କୋଷାଗୁମୁଡା ବ୍ଲକର ଘଡାଧନୁଆ ଓ ନନ୍ଦାହାଣ୍ଡି ବ୍ଲକର ସରୁଗୁଡାର ଗୋବିନ୍ଦାଳୟ ଠାରେ ୩ଟି ସ୍ଥାନରେ ଗୋଶାଳା ରହିଛି । ସରକାରଙ୍କ ତରଫରୁ ଏଥିପାଇଁ ପ୍ରତ୍ସାହୋନ ରହିଥିଲେ ବି ପ୍ରକୃତ ଗୋ ପାଳନକାରୀ ଚାଷୀଙ୍କୁ ପ୍ରୋତ୍ସାହନ ଅଭାବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋ ସୁରକ୍ଷା ଆଇନକୁ କଡା କଡି ଲାଗୁ କରା ନ ଯିବା କାରଣରୁ ଗୋ ସଂଖ୍ୟା ହ୍ରାସ ହେବାରେ ଲାଗିଲାଣି । ବାରମ୍ୱାର ଖବର ପ୍ରସାରଣ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଗୋ ଚାଲାଣ ରୋକିବା ପାଇଁ ଦାବି ହେବା ସତ୍ୱେ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଦୁର୍ଭାଗ୍ୟ ଜନକ ବୋଲି ଗୋ ରକ୍ଷକ ଶ୍ରୀ ସୁନିଲ କୁମାର ବେହେରା କହିଛନ୍ତି ।

Leave a Reply