ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ପାଟଣା ଠାରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ପାଟଣା ଠାରେ ଯୁବ ସମ୍ମିଳନୀ
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଯୁବ ସମ୍ମଳନୀ ଅନୁଷ୍ଠିତ ହୋଇଛି। କେନ୍ଦୁଝର ଜିଲ୍ଲା ସଂଯୋଜକ ମଳୟ କୁମାର ଖଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି ଭାବେ ପାଟଣା ଖଣ୍ଡ ସଂଘଚାଳକ କାଳୀଚରଣ ମହାନ୍ତ, ମୁଖ୍ୟବକ୍ତା ପ୍ରାନ୍ତ ଘୋଷ ପ୍ରମୁଖ କେଦାରନାଥ ପାତ୍ର ଯୋଗ ଦେଇଥିଲେ । ଧର୍ମ ଜାଗରଣ ସମିତିର ଜିଲ୍ଲା ସଂଯୋଜକ ବିରଞ୍ଚି କୁମାର ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ପ୍ରଚାରକ ବୁଦ୍ଧିରାମ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଅତିଥିମାନେ ଭାରତର ଗୌରବମୟ ଅତୀତ ସମ୍ପର୍କରେ ଆଲୋଚନା କରିଥିଲେ। ଦେଶର ଏକତା, ଅଖଣ୍ଡତା ଓ ସ୍ବତନ୍ତ୍ରତା ପାଇଁ ଯୁବପିଢ଼ି ନିଜକୁ ସ୍ବତନ୍ତ୍ର, ସ୍ବଦେଶୀ ଓ ସ୍ବଚିନ୍ତନ ମନୋଭାବ କରିବାକୁ ପଡ଼ିବ ବୋଲି ଅତିଥିମାନେ କହିଥିଲେ। ସେହିପରି ଦ୍ଵିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଡେମୋନେଷ୍ଟ୍ରେଟର ଶରତ ଚନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ପ୍ରଜ୍ଞାପ୍ରବାହର ପ୍ରାନ୍ତ ସଂଯୋଜକ ରବିନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ବିଭାଗ ସଂଘ ଚାଳକ ପଣ୍ଡିତ ରତିକାନ୍ତ ବୈଦ୍ୟ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ରାଧାକାନ୍ତ ମହାନ୍ତ, ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ନରେନ୍ଦ୍ର କୁମାର ମହାନ୍ତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିଶ୍ବନାଥ ନାୟକ, ଗୌତମ ନାଏକ, ପୂର୍ବତନ ସମିତିସଭ୍ୟ ମହେଶ୍ଵର ପୃଷ୍ଟି, ପ୍ରଦୀପ କୁମାର ମହାନ୍ତ, ଆଇନଜୀବୀ ଅକ୍ଷୟ କୁମାର ଜେନା, କମଳାକାନ୍ତ ସିଂ, ପୂର୍ବତନ ସମିତିସଭ୍ୟ ମିତ୍ରଭାନୁ ମହାନ୍ତ, ଦିଲ୍ଲୀପ କୁମାର ନାଏକ, ଡମ୍ବରୁଧର ମହାନ୍ତ, କୃଷ୍ଣ ମହାନ୍ତ ଉପସ୍ଥିତ ଥିଲେ। ଏହି ଅବସରରେ ଯୁବ ପ୍ରତିଭା, ସଫଳ ଚାଷୀ, ଶିକ୍ଷାବିତ୍, ବ୍ୟବସାୟୀଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ସଂଜୀବ କୁମାର ମହାନ୍ତ, ଦୟାନିଧି ମହାନ୍ତ, ଦେବେନ୍ଦ୍ର କୁମାର ମହାନ୍ତ, ଗଣେଶ୍ବର କର, ପ୍ରଫୁଲ୍ଲ ମହାନ୍ତ, ବ୍ରଜବନ୍ଧୁ ସେଠୀ, ମଧୁସୂଦନ ମହାନ୍ତ, ଯୁଧିଷ୍ଠିର ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *