ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ,କଟକ ଜିଲ୍ଲା ତରଫରୁ ଏକ ବିଶାଳ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ,କଟକ ଜିଲ୍ଲା ତରଫରୁ ଏକ ବିଶାଳ ଯୁବ ସମ୍ମିଳନୀ

କଟକ। ତା୧୬/୧୧/୨୦୨୫ ରିଖ ରବିବାର , ସ୍ଥାନୀୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ,କଟକ ଜିଲ୍ଲା ତରଫରୁ ଏକ ବିଶାଳ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ସାମ୍ପ୍ରତିକ ବୈଶ୍ଵିକ ପରିସ୍ଥିତିରେ ବିକଶିତ ଭାରତର ସ୍ବପ୍ନ କୁ ସାକାର କରିବା ଲକ୍ଷ୍ୟ ପଥ ରେ ଆସୁଥିବା ଆହ୍ଵାନ ର ସମ୍ମୁଖୀନ ହେବାପାଇଁ ଯୁବପିଢ଼ି ଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଉକ୍ତ ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଅଖିଳ ଭାରତୀୟ ସହ – ସର କାର୍ଯ୍ୟବାହ ଶ୍ରୀଯୁକ୍ତ ଅତୁଲ ଲିମୟ ଜି ମୁଖ୍ୟ ବକ୍ତା ଭାବେ ଯୁବକ ମାନକୁ ଆଗାମି ବିକଶିତ ଭାରତ ର ନିର୍ମାଣ ରେ ଯୁବ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ବିକାଶ ସ୍ଵାଧୀନୋତ୍ତର ଭାରତରେ “ସ୍ଵ – ଆଧାରିତ” ବା ଆମ ଦେଶର ପରମ୍ପରା ଆଧାରିତ ନୀତି ହେବା ଉଚିତ । ଏହି କାର୍ଯ୍ୟ କରିବାକୁ ଉପନିବେଶବାଦି ଶକ୍ତି ଙ୍କ ଯୋଜନାରେ ପରିଚାଳିତ ହେବା ବନ୍ଦ କରି ସ୍ୱଦେଶୀ ଚିନ୍ତାଧାରା ରେ ଭାରତ କୁ ଆଗେଇ ନେବାକୁ ହେବ ।

ସମ୍ମିଳନୀ ର ଉଦ୍ଘାଟନୀ ସତ୍ରକୁ ସମ୍ବୋଧିତ କରି କଟକ ବିଭାଗ କାର୍ଯ୍ୟବାହ ଶ୍ରୀଯୁକ୍ତ ଶରତ କୁମାର ସେନ , ଉପସ୍ଥିତ ସହସ୍ରାଧିକ ଯୁବକ ମାନଙ୍କୁ ନିଜର ଧ୍ୟେୟ ରାଷ୍ଟ୍ର ର ଧ୍ୟେୟ ଠାରୁ ଭିନ୍ନ ନୁହେଁ ବୋଲି ମନେ ପକାଇ ଦେଇଥିଲେ । ନିଜ ଭିତରେ ରାଷ୍ଟ୍ର ଭକ୍ତି ର ଜାଗରଣ, ଆଚରଣ ,ଚରିତ୍ର ଗଠନ ଓ ସ୍ବପ୍ନ ଦ୍ଵାରା ବିକଶିତ ଭାରତ ଲକ୍ଷ୍ୟ ପ୍ରାପ୍ତି ସମ୍ଭବ । ବିଜ୍ଞାନ , ସଂସ୍କୃତି,ବାଣିଜ୍ୟ,ଅର୍ଥନୀତି, ଓ ସ୍ଵାସ୍ଥ୍ୟ କ୍ଷେତ୍ର ର ଗୌରବମୟ ଅତୀତ ଆଗାମୀ ସମୃଦ୍ଧ ଭାରତ ନିର୍ମାଣ ରେ ଯୁବକ ମାନଙ୍କର ପ୍ରେରଣା ହେଉ ବୋଲି ମତ ପୋଷଣ କରିଥିଲେ ।

ମୁଖ୍ୟ ଅତିଥି ପ୍ରଫେସର ଡ଼ା କମଲଜୀତ ସିଂହ କୁଳପତି ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ କଟକ ନିଜର ପ୍ରେରଣା ଯୁକ୍ତ ଅଭିଭାଷଣରେ ଯୁବକ ମାନଙ୍କୁ ରାଷ୍ଟ୍ର ନିର୍ମାଣ ରେ ଭାଗିଦାରୀ ହେବାପାଇଁ ଆହ୍ଵାନ ଦେଇଥିଲେ ।

ଓଡ଼ିଶା ର ଲୋକ କଳା ଖଞ୍ଜଣି ବାଦ୍ୟ , ଓଡ଼ିଶୀ , ଦେଶଭକ୍ତି ସଙ୍ଗୀତ ଯୋଗ ପ୍ରଦର୍ଶନ , ଯୁବକ ମାନଙ୍କ ଦ୍ଵାରା ପରିବେଷଣ କରାଯାଇ ସମଗ୍ର ଷ୍ଟାଡିୟମ୍ କୁ ଦେଶଭକ୍ତି ର ଭାବରେ ରଙ୍ଗାୟିତ କରାଯାଇଥିଲା । ମଞ୍ଚରେ କଟକ ଜିଲ୍ଲାର ମାନନୀୟ ସଂଘଚାଳକ ଶ୍ରୀଯୁକ୍ତ ବିପିନ ବିହାରୀ ରାଉତ ଉପସ୍ଥିତ ଥିଲେ । କଟକ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ବିଘ୍ନେଶ୍ୱର ସ୍ୱାଇଁ ମଞ୍ଚ ପରିଚାଳନା ତଥା କଟକ ନଗର ମହାବିଦ୍ୟାଳୟ ପ୍ରମୁଖ ଶ୍ରୀଯୁକ୍ତ ମୁକ୍ତେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ , ଶେଷରେ ରାଷ୍ଟ୍ର ଗାନ ବନ୍ଦେମାତରଂ ସହ କାର୍ଯକ୍ରମ ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *