ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଶତାବ୍ଦୀ ବର୍ଷ ଅବସରରେ ଜଳେଶ୍ଵର ଠାରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଶତାବ୍ଦୀ ବର୍ଷ ଅବସରରେ ଜଳେଶ୍ଵର ଠାରେ ଯୁବ ସମ୍ମିଳନୀ

ଦେଶ ଗଠନ ରେ ଯୁବକ ମାନଙ୍କ ଭୂମିକା ତଥା ସ୍ଵାଧିନତା ସମୟ ରେ ଯୁବକ ମାନଙ୍କ ଅବଦାନ ଭୁଲିହେବ ନାହିଁ । ଭାରତୀୟ ଜ୍ଞାନ ପରମ୍ପରା ବିଜ୍ଞାନ ସମ୍ମତ ଥିଲା । ସାରା ବିଶ୍ଵ ଯେତେବେଳେ ଅନ୍ଧକାର ରେ ପରିପୂର୍ଣ ଥିଲା ଭାରତର ଜ୍ଞାନ ବିଜ୍ଞାନ ବିଶ୍ଵ କୁ ନୂଆ ରାସ୍ତା ଦେଖାଇଥିଲା । ଯୁବକ ହେଉଛନ୍ତି ଏକ ରାଷ୍ଟ୍ରର ପ୍ରକୃତ ଶକ୍ତି । ଯଦି ଯୁବକ ମାନଙ୍କ ମଧ୍ୟରେ ରାଷ୍ଟ୍ରପ୍ରୀତି ରୁହେ ତେବେ ରାଷ୍ଟ୍ରକୁ ଉନ୍ନତିର ସର୍ବୋଚ୍ଚ ସୋପାନରେ ପହଞ୍ଚାଇବାକୁ କୌଣସି ଶକ୍ତି ଅଟକାଇ ପାରିବନାହିଁ l ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସତବାର୍ଷିକୀ ଅବସରରେ ଜଳେଶ୍ଵର ମହିଳା ମହାବିଦ୍ୟାଳୟ ଠାରେ ଜଳେଶ୍ଵର ନଗର, ଖଣ୍ଡ, ବସ୍ତା ବାଲିଆପାଳ ଓ ଭୋଗରାଇ ଖଣ୍ଡ ର ଯୁବକ ମାନଙ୍କୁ ନେଇ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ସହ ବିଭାଗ ସଂଘଚାଳକ ମାନନୀୟ ପାର୍ଥସାରଥି ଦାସ ଉପସ୍ଥିତ ରହି ଯୁବକ ମାନଂକୁ ରାଷ୍ଟ୍ର ପ୍ରେମରେ ନିମଗ୍ନ ହେବାକୁ ନିଜ ବକ୍ତବ୍ୟରେ କହିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପଟ୍ଟନାଯକ, ଅଧ୍ୟାପକ ଜଳେଶ୍ଵର ମହିଳା ମହାବିଦ୍ୟାଳୟ , ସମ୍ମାନିତ ଅତିଥି ଓଡ଼ିଶା ର ପୂର୍ବ ଓ ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀମାନ ସୃଷ୍ଟିଧର ବିଶ୍ବାଳ ଦୀର୍ଘଦିନରୁ ଚାଲି ଆସୁଥିବା ଜାତି ପ୍ରଥା କାରଣରୁ ହିନ୍ଦୁ ସମାଜ ଅସଂଗଠିତ ହୋଇଛି ଏବଂ ରାଷ୍ଟ୍ରବିରୋଧି ତତ୍ତ୍ୱ ଏହାର ସୁଯୋଗ ନେଇ ସମାଜକୁ ବିଭାଜନ କରୁଛନ୍ତି | ଏହାଦ୍ୱାରା ଆଗାମୀ ଦିନରେ ସମାଜ ବିଘଟନ ଶକ୍ତି ଅଧିକ ସକ୍ରିୟ ହେବେ ଏବଂ ଏହା ହିନ୍ଦୁ ସମାଜ ପାଇଁ ବିପଦର କାରଣ ହୋଇପାରେ, ଏଣୁ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ । ନିଜର ବକ୍ତବ୍ୟ ମାଧ୍ୟମରେ ସେ ଯୁବଶକ୍ତି ଓ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରି କହିଥିଲେ କି ରାଷ୍ଟ୍ରର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ, ଏଣୁ ପ୍ରତ୍ୟେକ ପରିବାରରୁ ନିଶ୍ଚିତ ଭାବରେ ପ୍ରତିଦିନ ଏକ ଘଣ୍ଟା ସମାଜ ପାଇଁ ସାମୁହିକ ଭାବରେ କିଛି କାମ କରିବା ଆବଶ୍ୟକ ପାଇ ଆହ୍ଵାନ ଦେଇଥିଲେ । ବାଲେଶ୍ବର ଜିଲ୍ଲା ସଂଘଚାଳକ ମାନନୀୟ ଶୁଭ୍ରାଂଶୁ ଶେଖର ଦାସ ମହାପାତ୍ର , ଜିଲ୍ଲା କାର୍ଯ୍ୟାବାହ ଶ୍ରୀମାନ ବିଜୟ କୁମାର ଦାସ , ବିଭାଗ ପ୍ରଚାରକ ମାନନୀୟ ବିଷ୍ଣୁଚରଣ ନାୟକ ପ୍ରମୁଖ ଯୋଗଦେଇଥିଲେ l ତିନିସହ ରୁ ଅଧିକ ଯୁବକ ମାନେ ଏହି ସମ୍ମିଳନୀରେ ଯୋଗ ଦେଇ ଜାତିଭେଦରୁ ଉର୍ଧ୍ଵରେ ରହି ଦେଶ ମାତୃକାର ସେବା କରିବାକୁ ଶପଥ ନେଇଥିଲେ l

Leave a Reply

Your email address will not be published. Required fields are marked *