ବ୍ୟାସନଗର ଟାଉନହଲ ସଭାଗୃହରେ ଏକ ବିଶାଳ ଯୁବ ସମ୍ମିଳନୀ

ବ୍ୟାସନଗର ଟାଉନହଲ ସଭାଗୃହରେ ଏକ ବିଶାଳ ଯୁବ ସମ୍ମିଳନୀ
ବ୍ୟାସନଗର : ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଶତାବ୍ଦୀ ବର୍ଷ ଉପଲକ୍ଷେ ନଭେମ୍ବର 16 ତାରିଖ ଦିନ ସ୍ଥାନୀୟ ବ୍ୟାସନଗର ଟାଉନହଲ ସଭାଗୃହରେ ଏକ ବିଶାଳ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ, ଚର୍ଚ୍ଚା ଓ ଯୁବକମାନଙ୍କ ପାଇଁ ପ୍ରେରଣାଦାୟକ ଅଧିବେଶନ ହୋଇଥିଲା। ରାଷ୍ଟ୍ରୀୟ ସୃ ସେବକ ସଂଘ , ଓଡିଶା ପୂର୍ବ ପ୍ରାନ୍ତର
ପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶତବାର୍ଷିକୀ ପାଳନର ରୂପରେଖ ଓ ଯୁବ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ୟତମ ଅତିଥି ଭାବେ ବିଭାଗ କାର୍ଯ୍ୟବାହ ବିଷ୍ଣୁମୋହନ ପଣ୍ଡା, ବିଭାଗ ସହକାର୍ଯ୍ୟବାହ ବରୁଣ ବଂଶଲ, ଜିଲ୍ଲା କାର୍ଯ୍ୟବାହ ଅମିୟ କୁମାର ସାମଲ ପ୍ରମୁଖ ଯୋଗଦେଇ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ପ୍ରଚାର ପ୍ରମୁଖ ସନ୍ଦୀପ କୁମାର ନାୟକ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ପ୍ରଚାରକ ମନୋଜ କୁମାର ସାହୁ, ନଗର କର୍ଯ୍ୟବାହ ସୁକାନ୍ତ କୁମାର ରଥ, ନଗର ପାଳକ ଜୟଗୋପାଲ ବୈଶାଖ, ନଗର ବ୍ୟବସ୍ଥା ପ୍ରମୁଖ ସୁକାନ୍ତ କୁମାର ବେହେରା, ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ତପନ କୁମାର ମହାନ୍ତ, ନଗର ବୌଦ୍ଧିକ ପ୍ରମୁଖ ସୁବ୍ରତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ଦାନଗଦୀ, ସୁକିନ୍ଦା, କୋରେଇ ଏବଂ ବ୍ୟାସନଗର ଅଞ୍ଚଳରୁ ବହୁ ସ୍ବୟଂସେବକ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *