କଣ୍ଟିଲୋସ୍ଥିତ ନୀଳମାଧବ ମହାବିଦ୍ୟାଳୟରେ ଆରଏସଏସ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ

କଣ୍ଟିଲୋସ୍ଥିତ ନୀଳମାଧବ ମହାବିଦ୍ୟାଳୟରେ ଆରଏସଏସ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ
ଖଣ୍ଡପଡ଼ା:ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ବ୍ଲକ ଅଧିନ କଣ୍ଟିଲୋସ୍ଥିତ ନୀଳମାଧବ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୁଭି ପାଳନ ଅବସରରେ ଏକ ଯୁବ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥୁ ଭାବେ ସମାଜସେବୀ ପ୍ରସନ୍ନ କୁମାର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅଧ୍ଵବକ୍ତା ପରିଷଦ ରାଜ୍ୟ ସଭାପତି ଅଜିତ କୁମାର ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଲକ୍ଷ୍ୟ ସଂର୍ପକରେ ଆଲୋକପାତ କରିବା ସହ ସ୍ଵର୍ଣ୍ଣପ୍ରସୁ ଭାରତ ବର୍ଷ ବିକାଶ ଦିଗରେ ଅଗ୍ରସର ହେଉଥୁବା ବେଳେ ଏହାର ନେତୃବ ଯୁବ ସମାଜ
ନିଅନ୍ତୁ ବୋଲି ଆହ୍ଵାନ ଦେଇଥିଲେ । ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବକ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଜ୍ଞାନରଞ୍ଜନ ପୃଷ୍ଟି ଓ ଜିତେନ୍ଦ୍ର କୁମାର କାଟିଆଙ୍କ ସମେତ ଅନ୍ୟ ଯୁବ ବନ୍ଧୁମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ । ଏ ଅବସରରେ ସାଧାରଣ ଜ୍ଞାନ,ବକୃତା ଓ ସଂଗୀତ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା । ଶେଷରେ ବନ୍ଦେ ମାତରଂ ଗାନ ସହ ସମ୍ମିଳନୀ ଉଦଯାପିତ ହୋଇଥଥିଲା । ଖଣ୍ଡପଡା,ଭାପୁର ଓ ଗଣିଆ ବ୍ଳକ ଅଞ୍ଚଳରୁ ୫୦୦ରୁ ଉର୍ଦ୍ଧ୍ବ ଯୁବକ ସମ୍ମିଳନୀରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *