Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶା ସରକାର ଯେତିକି ମାଗିଥିଲେ ତା’ଠୁ ୧୯% ଅଧିକ ଦେଇଛନ୍ତି କେନ୍ଦ୍ର ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶା ସରକାର ଯେତିକି ମାଗିଥିଲେ ତା’ଠୁ ୧୯% ଅଧିକ ଦେଇଛନ୍ତି କେନ୍ଦ୍ର ସରକାର

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ଅନୁଦାନରେ ଅଗ୍ରାଧିକାର ଦିଆଯାଇଛି । ରାଜ୍ୟକୁ ୧୦,୦୧୨କୋଟି ଟଙ୍କା ଅନୁଦାନ ମିଳିଛି । ରାଜ୍ୟ ସରକାର ୮୪୦୦ କୋଟି ଟଙ୍କା ମାଗିଥିବା ବେଳେ କେନ୍ଦ୍ରସରକାର ଓଡିଶା ମାଗିଥିବା ପରିମାଣଠୁ ପ୍ରାୟ ୧୬୧୨କୋଟି ଟଙ୍କା ଅଧିକ ଅନୁଦାନ ମିଳିଛି । ଯାହାକି ୧୯ ପ୍ରତିଶତ ଅଧିକ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଏହା ସହ ରାଜ୍ୟରେ ୨୮୦କିମି ନୂଆ ରେଳଲାଇନ ନିର୍ମାଣ ଓ ୫୭ଟି ଷ୍ଟେସନର ନବୀକରଣ ଲାଗି ଅର୍ଥ ବ୍ୟୟବରାଦ କରାଯାଇଛି । ଓଡିଶାକୁ କେନ୍ଦ୍ରୀୟ ବଜେଟରେ ୨୦୨୩-୨୪ରେ ମିଳିଥିବା ରେଳ ଅନୁଦାନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତଟ ରେଳପଥ ଜେନେରାଲମ୍ୟାନେଜର ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ୮୪୦୦ କୋଟି ଟଙ୍କାର ବ୍ୟୟବରାଦ ଦାବି କରିଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ୧୦୧୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ବଜେଟରେ ଓଡ଼ିଶାକୁ ୬,୩୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା, ସେତେବେଳେ ଓଡ଼ିଶା ୭୬୦୦ କୋଟି ଟଙ୍କା ମାଗିଥିଲା । ତେବେ ରାଜ୍ୟ ଭାଗ ଓ ବଜେଟ ଭିନ୍ନ ଅନ୍ୟାନ୍ୟ ବ୍ୟୟବରାଦକୁ ମିଶାଇଲେ ଚଳିତ ଆର୍ଥିକ ବର୍ଷରେ ତାହା ୯୭୩୪ କୋଟି ଟଙ୍କାକୁ ପହଞ୍ଚିଛି । ନୂଆ ଲାଇନ୍ ପାଇଁ ୨୫୬୪ କୋଟି, ଡବଲିଂ ପାଇଁ ୩୮୦୦ କୋଟି ଟଙ୍କା ଅନୁଦାନ କରାଯାଇଛି । ସେହିପରି ଚଳିତ ବର୍ଷ ମୋଟ ୨୮୦ କିଲୋମିଟର ନୂଆ ରେଳପଥ ନିର୍ମାଣ କରାଯିବ ଓ ୫୭ଟି ଷ୍ଟେସନର ଆଧୁନୀକିକରଣ କରାଯିବ ବୋଲି ରେଳମନ୍ତ୍ରୀ ସୂଚନଓଡ଼ିଶାକୁ ମିଳିଲା ୧୦ ହଜାର… ଦେଇଛନ୍ତି । ସେଥିମଧ୍ୟରୁ ପୂର୍ବରୁ ୩୪ଟି ଷ୍ଟେସନର ନବୀକରଣ ପ୍ରସ୍ତାବ ମଞ୍ଜୁର ହେଇଥିଲା । ଏହାମଧ୍ୟରେ ପୁରୀ, ଭୁବନେଶ୍ୱର, କଟକ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଭଦ୍ରକ, କେନ୍ଦୁଝରଗଡ଼ ଆଦି ଷ୍ଟେସନ ରହିଛି । ସେହିପରି ପୁରୀ ଲାଗି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ବିମାନବନ୍ଦରରରୁ ଭକ୍ତମାନେ ବ୍ୟାଟେରୀ ଚାଳିତ ଗାଡିରେ ଲିଙ୍ଗରାଜ ରୋଡ୍ ଷ୍ଟେସନ ଆସି ସେଠାରୁ ଟ୍ରେନରେ ସିଧାସଳଖ ପୁରୀ ଯାଇପାରିବେ । ଏଥିପାଇଁ ଲିଙ୍ଗରାଜ ରୋଡ୍ ଷ୍ଟେସନର ଆଧୁନୀକିକରଣ କାର୍ଯ୍ୟ କରାଯାଉଛି । ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ବନେ୍ଦ ମେଟ୍ରୋ ଟ୍ରେନ ପାଇଁ ପ୍ରସ୍ତୁତ ହେବ ପ୍ରୋଟୋଟାଇପ । ବନେ୍ଦ ଭାରତ ଟ୍ରେନ୍ ଭଳି ବନେ୍ଦ ଭାରତ ମେଟ୍ରୋ ୩୫-୫୦ କିମି ଥିବା ଷ୍ଟେସନ ଭିତରେ ଚାଲିବ । ଓଡିଶାରେ ପ୍ରଥମ ବନେ୍ଦ ଭାରତ ମେଟ୍ରୋ ଲିଙ୍ଗରାଜରୋଡ୍-ପୁରୀ ଭିତରେ ଚାଲିବା ଯୋଜନା ହୋଇଛି । ଅନ୍ୟପକ୍ଷରେ ରେଳବାଇ ମହାପ୍ରବନ୍ଧକ କହିଛନ୍ତି ଯେ, ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରୋଡ୍ ରେଳମାର୍ଗ ନିର୍ମାଣ ଶେଷ ପାଇଁ ୧୬୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ରାଉରକେଲା-ଝାରସୁଗୁଡା ପର୍ଯ୍ୟନ୍ତ ୧୦୧ କିମି ତୃତୀୟ ଲାଇନ ନିର୍ମାଣ ପାଇଁ ୧୨୬କୋଟି ଟଙ୍କା, ବଣ୍ଡମୁଣ୍ଡା-ରାଉରକେଲା ୪ର୍ଥ ଲାଇନ ନିର୍ମାଣ ପାଇଁ ୩୯କୋଟି, ଭଦ୍ରକ-ଖଡଗପୁର ପାଇଁ ୩୭କୋଟି ନାରାୟଣଗଡ-ଭଦ୍ରକ ୧୫୫କିମି ତୃତୀୟ ଲାଇନ୍ ପାଇଁ ୫୦୫କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସାରା ଦେଶରେ ଜନଜାତୀୟ ଗୌରବ କରିଡ଼ର ଲାଗି ୭୦ ହଜାର କୋଟି ଓ ଫ୍ରେଟ୍ କରିଡ଼ର ପାଇଁ ୪୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯେଉଁଥିରୁ ଓଡ଼ିଶା ଲାଭ ପାଇବ । ସୂଚନାଯୋଗ୍ୟ, କେନ୍ଦ୍ର ଅର୍ଥମନ୍ତ୍ରୀ ଗତ ୧ ତାରିଖରେ ଲୋକସଭାରେ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ । ସେଥିମଧ୍ୟରୁ ରେଳ ବିଭାଗ ପାଇଁ ୨ ଲକ୍ଷ ୪୦ ହଜାର କୋଟିର ବ୍ୟୟବରାଦ କରାଯାଇଥିଲା ।

Leave a Reply