ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବାରିପଦା ଦ୍ୱାରା ଯୁବ ସମ୍ମିଳନୀ

ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବାରିପଦା ଦ୍ୱାରା ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବାରିପଦା ଦ୍ୱାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ୫ ଟି ଖଣ୍ଡରୁ ୧୨୦୦ ରୁ ଉର୍ଦ୍ଧ ଯୁବକ ଉପସ୍ଥିତ ଥିଲେ। କଳାପ୍ରିୟ ଭଞ୍ଜ ମାଟିରେ ଅନନ୍ୟ କଳାର ପ୍ରତିଭା ପ୍ରଦର୍ଶନ ଯଥା ସାମଜସେବା, କଳା, ଖେଳ, ଶିକ୍ଷା ଆଦିରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ଏହି ଯୁବା ସମ୍ମିଳନୀରେ ସମ୍ବର୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମା. ଜିଲ୍ଲା ସଂଘଚାଳକ ପ୍ରକାଶ କୁମାର ନାୟକ ସ୍ବାଗତ ବକ୍ତବ୍ୟ ରଖିଥିଲେ ଏବଂ ଆଦରଣୀୟ ବସନ୍ତ କୁମାର ମଲ୍ଲିକ (ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୁଖ)ଭାରତ ର ଗୌରବ ଶାଳୀ ଇତିହାସ ସମ୍ବନ୍ଧରେ ଅବଗତ କରିଥିଲେ। ମୁଖ୍ୟ ଅତିଥି ମାନନୀୟ ଶିଶିର କୁମାର ବେହେରା (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ, ଗବେଷକ ଓ ବିଶିଷ୍ଟ ସାହିତ୍ୟିକ)ଆଜିର ଭବିଷ୍ୟତ ଯୁବକ ସମ୍ବନ୍ଧରେ ଆଲୋକ ପାତ କରିଥିଲେ।ଏଠାରେ ଅତିଥି ଓ ବକ୍ତା ଙ୍କ ଦ୍ୱାରା ପ୍ରାଚୀନ ସଂସ୍କୃତି ଓ ପରମ୍ପରା, ରାଷ୍ଟ୍ରବାଦ ଉପରେ ଆଲୋକପାତ ହୋଇଥିଲା ।ବିକଶିତ ଭାରତ ବର୍ଷରେ ଜୀବନ୍ତ ଆଦିବାସୀ ସାଂସ୍କୃତିକୁ କିପରି ଲୋକଲୋଚନ କୁ ଅଣା ଯାଇପରିବ ସେଥିପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ ” ଯୁବକ ମାନଙ୍କ ର ଅମୂଲ୍ୟ ବୁଝାମଣା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରଶ୍ନ ଉତ୍ତର କଳାଂଶ ହୋଇଥିଲା ।ଆଦରଣୀୟ ଚୈତନ୍ୟ ପ୍ରସାଦ ବାରିକ ସ୍ୱାଧିନତା ରୁ ସ୍ୱତନ୍ତ୍ରତା ବିଷୟ ରଖିଥିଲେ। ଏହି ସଭା କାର୍ଯ୍ୟ କୁ ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ କିଶୋର କୁମାର ମହାନ୍ତ ପରିଚାଳନା କରିଥିଲେ ଓ ସହ ଜିଲ୍ଲା ବୌଦ୍ଧିକ ପ୍ରମୁଖ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିବିଧ କ୍ଷେତ୍ର ର କାର୍ଯ୍ୟକର୍ତ୍ତା ଓ ସ୍ୱୟଂସେବକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *