ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ,ଜଗତସିଂପୁର ଜିଲ୍ଲା ବାଲିକୁଦାରେ ବିଶାଳ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ,ଜଗତସିଂପୁର ଜିଲ୍ଲା ବାଲିକୁଦାରେ ବିଶାଳ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଜଗତସିଂହପୁର ଜିଲ୍ଲା ପକ୍ଷରୁ ସଂଘ ଶତାବ୍ଦୀ ବର୍ଷ ରେ ତାହାର ତୃତୀୟ ଯୁବ ସମ୍ମିଳନୀ ବାଲିକୁଦା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ଠାରେ ଆୟୋଜିତ ହୋଇଯାଇଅଛି । ପ୍ରାୟ ୨୦୦ ସଂଖ୍ୟା ର ଯୁବକ ଏ ସମ୍ମିଳନୀ ରେ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଉଦ୍ଘାଟନ ସତ୍ର ରେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ,ଓଡିଶା ପୂର୍ବର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗ ଦେଇ ସ୍ବାଧୀନତା ରୁ ସ୍ବତନ୍ତ୍ରତା ବିଷୟ ରେ ଆଲୋକପାତ କରିଥିଲେ। ସେ କହିଥିଲେ ଭାରତର ଦୃଷ୍ଟିକୋଣ କେବଳ ଭୌତିକ ପ୍ରଗତି ପର୍ଯ୍ୟନ୍ତ ସୀମିତ ନୁହେଁ। ଭାରତୀୟ ସଂସ୍କୃତିର ସାମଗ୍ରିକ ଏବଂ ସମନ୍ୱିତ ଦୃଷ୍ଟିକୋଣ ଉପରେ ଆଧାରିତ, ବ୍ୟକ୍ତି, ସମାଜ ଏବଂ ପ୍ରକୃତିର ସନ୍ତୁଳିତ ବିକାଶ ଜରୁରୀ। ସଂଘର ଅନୁଭବ ହେଉଛି ଯେ ସମାଜରେ ପ୍ରକୃତ ପରିବର୍ତ୍ତନ ସେତେବେଳେ ସମ୍ଭବ ଯେତେବେଳେ ବ୍ୟକ୍ତି ନିଜର ଚରିତ୍ରକୁ ପରିବର୍ତ୍ତନ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସ୍ଥାପନ କରନ୍ତି। “ପଞ୍ଚ ପରିବର୍ତ୍ତନ କାର୍ଯ୍ୟକ୍ରମ” ଏହି ଉଦ୍ଦେଶ୍ୟ ପାଇଁ କାର୍ଯ୍ୟକାରୀ କରାଯାଉଛି। ଏଥିରେ ବ୍ୟକ୍ତିଗତ ଚରିତ୍ର ନିର୍ମାଣ, ସାମାଜିକ ସମରସତା, କୁଟୁମ୍ଭ ପ୍ରବୋଧନ,ପର୍ଯ୍ୟବରଣ ସଂରକ୍ଷଣ, ସ୍ୱବୋଧ ଏବଂ ସ୍ୱଦେଶୀ ଅନୁଶାସନ ଭଳି ଆୟାମ ଅନ୍ତର୍ଭୁକ୍ତ। ଏହା କେବଳ ସ୍ୱୟଂସେବକମାନଙ୍କର ନେତୃତ୍ୱ, ଭକ୍ତି ଏବଂ ବୁଝାମଣା ବିକଶିତ କରେ ନାହିଁ, ବରଂ ସମାଜରେ ନିଃସ୍ୱାର୍ଥପର ସେବା ଏବଂ ସାମୂହିକତାର ସଂସ୍କୃତିକୁ ମଧ୍ୟ ସୁଦୃଢ଼ କରେ ।

ସେହିପରି ଉଦ୍ ଯାପନୀ ସତ୍ରରେ ହିନ୍ଦୁଜାଗରଣ ମଞ୍ଚର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ତନ୍ମୟ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୀର୍ଘବର୍ଷ ପର୍ଯ୍ୟନ୍ତ ଭାରତ ଏକ ସ୍ବତନ୍ତ୍ର ରାଷ୍ଟ୍ର ଥିଲା କିନ୍ତୁ କେଉଁ ଭୂଲ କାରଣରୁ ଭାରତ ପରାଧୀନ ହେଲା ଏବଂ ପଞ୍ଚ ପରିବର୍ତ୍ତନ ହେଲେ ଭାରତର ପୂର୍ଣ୍ଣ ସ୍ୱାଧୀନତାରୁ ସ୍ଵତନ୍ତ୍ର ରହି ପାରିବ ସେ ସଂପର୍କରେ ମାର୍ଗଦର୍ଶନ କରିଥିଲେ

ଶେଷରେ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *