Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂଖ୍ଯାଲଘୁ କିଏ ପ୍ରମାଣ ଦେଉନାହାଁନ୍ତି 6ଟି ରାଜ୍ଯ-: ଏମାନଙ୍କ ଉପରେ ସୁପ୍ରିମ୍ କୋର୍ଟ ଖପ୍ପା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂଖ୍ଯାଲଘୁ କିଏ ପ୍ରମାଣ ଦେଉନାହାଁନ୍ତି 6ଟି ରାଜ୍ଯ-: ଏମାନଙ୍କ ଉପରେ ସୁପ୍ରିମ୍ କୋର୍ଟ ଖପ୍ପା


ନୂଆଦିଲ୍ଲୀ: ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦିଅ । ସଂଖ୍ୟାଲଘୁଙ୍କ ବିକାଶ କର । ସମସ୍ତ ରାଜନୈତିକ ଦଳ ପାର୍ଟିରେ ଏହି ସ୍ୱର । ହେଲେ କେଉଁ ରାଜ୍ୟରେ କିଏ ସଂଖ୍ୟାଲଘୁ ସେମାନଙ୍କୁ ଚିହ୍ନଟ କରିବାରେ କିଛି ରାଜ୍ୟ ପଛ ଘୁଂଚା ଦେଉଛନ୍ତି । ସୁପ୍ରିମ୍କୋର୍ଟ ରାଜ୍ୟସ୍ତରରେ ସଂଖ୍ୟାଲଘୁଙ୍କ ଚିହ୍ନିତ କରିବା ପ୍ରସଙ୍ଗ ଉପରେ ଜାମ୍ମୁ-କାଶ୍ମୀର ସମେତ ୬ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସେମାନଙ୍କ ରାୟ ନଦେବାକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି । ଜଷ୍ଟିସ୍ ଏସ୍.କେ କୌଲ, ଜଷ୍ଟିସ୍ ଏଏସ୍ ଓକା ଓ ବିଚାରପତି ଜେ ବି ପାରଦିବାଲାଙ୍କ ଗଠିତ ଖଣ୍ଡପୀଠ କହିଛନ୍ତି ଏହା ବୁଝାପଡ଼ୁନାହିଁ ଯେ କ’ଣ ପାଇଁ ଏହି ରାଜ୍ୟମାନେ ସେମାନଙ୍କର ଜବାବ ଦେଉନାହାନ୍ତି । ଖଣ୍ଡପୀଠ କହିଛନ୍ତି ଯେ ଆମେ କେନ୍ଦ୍ର ସରକାରଙ୍କୁ ତାଙ୍କର ନିଷ୍ପତି ନେବାପାଇଁ ଶେଷ ସମୟ ଦେଉଛୁ । ଏପରି ନହେଲେ ଏହା ମାନିନେବାକୁ ପଡ଼ିବ ଯେ ସେମାନଙ୍କ ପାଖରେ ଜବାବ ଦେବା ପାଇଁ କିଛି ନାହିଁ । କେନ୍ଦ୍ର ପକ୍ଷରୁ ନିଯୁକ୍ତ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟାରମଣୀ ମନ୍ତ୍ରାଳୟର ବର୍ତମାନର ସ୍ଥିତି ଉପରେ କୋର୍ଟଙ୍କୁ ତାଙ୍କ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ୨୪ ରାଜ୍ୟ ଓ ୬ କେନ୍ଦ୍ରଶାସିତ ଅଂଚଳ ଏହି ସମ୍ବନ୍ଧରେ ନିଜର ଟିପ୍ପଣୀ ଦେଇଛନ୍ତି । ଗତ ସପ୍ତାହରେ ସୁପ୍ରିମ୍କୋର୍ଟରେ ଦାୟର କରାଯାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଅରୁଣାଚଳ ପ୍ରଦେଶ, ଜାମ୍ମୁ ଏବଂ କାଶ୍ମୀର, ଝାଡ଼ଖଣ୍ଡ, ଲାକ୍ଷାଦୀପ, ରାଜସ୍ଥାନ ଓ ତେଲେଙ୍ଗାନାରୁ ଏ ପର୍ଯ୍ୟନ୍ତ ଜବାବ ମିଳିନାହିଁ । ଯେତେବେଳେ ଭେଙ୍କଟରମଣୀ ଖଣ୍ଡପୀଠ ସମ୍ମୁଖରେ କହିଥିଲେ ଯେ ୬ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଏ ପର୍ଯ୍ୟନ୍ତ ଏହି ମାମଲାରେ ନିଜର ରାୟ ଦେଇନାହାନ୍ତି ସେତେବେଳେ ଖଣ୍ଡପୀଠ ତାଙ୍କୁ କହିଥିଲେ ଯେ ଦୀର୍ଘସମୟ ପର୍ଯ୍ୟନ୍ତ ଏପରି କରାଯାଇପାରିବ ନାହିଁ ।

Leave a Reply