Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ ମୁକାବିଲା ପାଇଁ ଏକାଠି ହେଲେ ଭାରତ-ଜାପାନ, - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ ମୁକାବିଲା ପାଇଁ ଏକାଠି ହେଲେ ଭାରତ-ଜାପାନ,

ନୂଆଦିଲ୍ଲୀ : ଚୀନର ବଢିଚାଲିଥିବା ଆଧିପତ୍ୟ ଉଭୟ ଓ ଭାରତ ଓ ଜାପାନକୁ ଚିନ୍ତିତ କରିଛି । ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ଚୀନର ମୁକାବିଲା ପାଇଁ ସାମରିକ ସହଯୋଗ ଆରମ୍ଭ କରିଦେଇଛନ୍ତି । ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ବାୟୁ ସମରାଭ୍ୟାସ ‘ବୀର ଗାର୍ଡିଆନ’ ଆରମ୍ଭ ହୋଇଛି । ସୋମବାରଠାରୁ ଏହା ଟୋକିଓ ନିକଟରେ ଥିବା ହ୍ୟାକୁରି ବାୟୁସେନା ଘାଟିଠାରେ ଆରମ୍ଭ ହୋଇଛି । ୧୧ ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ୮ଟି ଲଢୁଆ ବିମାନ ଭାଗ ନେଇଛନ୍ତି । ଏଥିରେ ଭାରତର ୪ଟି ଲଢୁଆ ବିମାନ, ୨ଟି ପରିବହନ ବିମାନ ଓ ଗୋଟିଏ ରିଫୁଏଲିଂ ବିମାନ ଯୋଗ ଦେଇଛନ୍ତି ବୋଲି ଜାପାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନାର ୧୫୦ କର୍ମଚାରୀ ଯୋଗ ଦେଇଛନ୍ତି । ପୂର୍ବରୁ ଜାପାନ ଓ ଭାରତ ମଧ୍ୟରେ ସମରାଭ୍ୟାସ ହେଉଥିଲେ ବା ତାହା ବହୁରାଷ୍ଟ୍ରୀୟ ସମରାଭ୍ୟାସ ଅଧିନରେ ହେଉଥିଲେ ଯେଉଁଥିରେ ୨ରୁ ଅଧିକ ରାଷ୍ଟ୍ର ଅଂଶଗ୍ରହଣ କରୁଥିଲେ । ଉଦାହରଣସ୍ୱରୂପ କ୍ୱାଡ୍ ଦେଶସମୁହଙ୍କ ମଧ୍ୟରେ ହେଉଥିବା ସମରାଭ୍ୟାସରେ ଏହି ଦୁଇ ଦେଶ ଭାଗ ନେଉଥିଲେ । କିନ୍ତୁ ଏଥର ପ୍ରଥମ ଥର ପାଇଁ ଭାରତ-ଜାପାନ ସିଧାସଳଖ ସମରାଭ୍ୟାସ କରିଛନ୍ତି । ଜାପାନ ପୂର୍ବରୁ ରକ୍ଷଣାତ୍ମକ ପ୍ରତିରକ୍ଷା ନୀତି ଗ୍ରହଣ କରୁଥିବାବେଳେ ନିକଟରେ ନିଜର ପ୍ରତିରକ୍ଷା ନୀତିରେ ପରିବର୍ତ୍ତନ କରି ସାମରିକ ଶକ୍ତିକୁ ବୃଦ୍ଧି କରିବା ଆରମ୍ଭ କରିଛି । ଚୀନ ପଟୁ ବିପଦ ବଢୁଥିବାରୁ ଜାପାନ ଏପରି କରିଛି । ଭାରତ ବି ଚୀନ ପଟୁ ବିପଦର ସମ୍ମୁଖୀନ ହେଉଛି । ଏଣୁ ଗୋଟିଏ ଶତ୍ରୁ ଚୀନର ମୁକାବିଲା ଭାରତ ଓ ଜାପାନକୁ ଏକାଠି କରିଛି ।

Leave a Reply