Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୂଜା-ଆଳତି ପରେ ଜ୍ଞାନବ୍ୟାପୀରେ ଭିଡ଼ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୂଜା-ଆଳତି ପରେ ଜ୍ଞାନବ୍ୟାପୀରେ ଭିଡ଼

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ ପରିସରର ତଳମହଲାରେ ପୂଜା ପାଠ ପରେ ଏବେ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ଏବଂ ପୂଜା କରିବା ପାଇଁ ଏଠାରେ ପହଞ୍ଚିଥିବାରୁ, ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି । ଅବଶ୍ୟ ଶ୍ରଦ୍ଧାଳୁଙ୍କୁ ତଳମହଲାର ଭିତରକୁ ପ୍ରବେଶ ଅନୁମତି ଦିଆଯାଇନାହିଁ । କେବଳ ବାହାରୁ ଦର୍ଶନ କରୁଛନ୍ତି ଲୋକେ । ସୂଚନାଥାଉକି, ଗୁରୁବାର ଠାରୁ ଜ୍ଞାନବ୍ୟାପୀ ମସଜିଦ୍‌ର ବ୍ୟାସ ଜୀ ବେସମେଣ୍ଟରେ ଗୌରୀ-ଗଣେଶଙ୍କ ପୂଜା ଅର୍ଚ୍ଚନା ପରେ ଏବେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମଳିଛି । ଗୁରୁବାର, କାଶୀ ବିଶ୍ୱନାଥ ମନ୍ଦିର ପ୍ରଶାସନ ପୂଜା କାର୍ଯ୍ୟସୂଚୀ ମଧ୍ୟ ଜାରି କରିଛନ୍ତି । ଦିନରେ ପାଞ୍ଚ ଥର ଏଠାରେ ପୂଜା-ଆଳତି ହେବ । ପ୍ରଥମ ମଙ୍ଗଳ ଆଳତି ସକାଳ ସାଢ଼େ ତିନିଟାରେ ହେବ, ଯେତେବେଳେକି ଅନ୍ତିମ ପୂଜା ରାତି ୧୦ଟାରେ ହେବ । ସୂଚନାଥାଉକି, ବୁଧବାର ବାରାଣସୀ ଜିଲ୍ଲା ଡଜ୍ ଡା. ଅଜୟ କୃଷ୍ଣ ବିଶ୍ୱେଶ ବ୍ୟାସ ପରିବାରର ସଦସ୍ୟ ଶୈଳେନ୍ଦ୍ର କୁମାର ପାଠକଙ୍କ ଯାଚିକା ଉପରେ ନିଷ୍ପତ୍ତି ଶୁଣାଇ ବ୍ୟାସଜୀ ବେସମେଣ୍ଟରେ ପୂଜା ପାଠ କରିବା ଅଧିକାର ତାଙ୍କୁ ଦେଇଥିଲା । କୋର୍ଟ ଜିଲ୍ଲା ପ୍ରଶାସନକୁ ଆଦେଶ ଦେଇଥିଲେ ଯେ, ସାତ ଦିନରେ ବ୍ୟାସ ବେସମେଣ୍ଟରେ ନିୟମିତ ପୂଜା ପାଠକୁ ନେଇ ବ୍ୟବସ୍ଥା କରାନ୍ତୁ । ଏହା ସହ ବ୍ୟାସ ପରିବାର ଏବଂ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ସହ ମିଶି ଏକ ପୂଜାରୀଙ୍କ ଚୟନ କରନ୍ତୁ, ସେ ସେଠାରେ ନିୟମିତ ପୂଜା ପାଠ କରିବେ ।

Leave a Reply