Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜ୍ଞାନବାପି ମାମଲା- ଆହ୍ଲାବାଦ ଉଚ୍ଚ ଅଦାଲତରୁ ଖାଲି ହାତରେ ଫେରିଲା ମସଜିଦ୍ କମିଟି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜ୍ଞାନବାପି ମାମଲା- ଆହ୍ଲାବାଦ ଉଚ୍ଚ ଅଦାଲତରୁ ଖାଲି ହାତରେ ଫେରିଲା ମସଜିଦ୍ କମିଟି

ବାରାଣସୀ: ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି ଏବଂ ଏହି ସମୟ ମଧ୍ୟରେ ମସଜିଦ କମିଟି ହାଇକୋର୍ଟଙ୍କଠାରୁ ନିରାଶ ହୋଇ ଫେରି ଆସିଛି । ପରବର୍ତ୍ତୀ ଶୁଣାଣି ଫେବୃଆରୀ 6 ରେ ହାଇକୋର୍ଟରେ ହେବ। ମସଜିଦ କମିଟି ଏହାର ଆବେଦନରେ ପୂଜାପାଠ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ତଗିତାଦେଶ ଦାବି କରିଥିଲା, କିନ୍ତୁ କୋର୍ଟ ଏହି ଅନୁମତି ଦେଇନାହାଁନ୍ତି।

ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଜ୍ଞାନବାପୀ ମସଜିଦ୍‌ର କମିଟି ସଦସ୍ୟ । ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁସଲିମ ସଂପ୍ରଦାୟଙ୍କ ପକ୍ଷରୁ କୁହାଯାଇଥିଲା ଯେ ବାରାଣାସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ କେତେକ ଦିଗକୁକୁ ଅଣଦେଖା କରି ରାୟ ଦେଇଥିବାରୁ ସେମାନେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ଯିବେ ।

ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା । ରାତି ଅଧରେ ହେଲା ପୂଜା ପାଠ, କରାଗଲା ଆଳତି । ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗା ଯାଇଥିବା ବେଳେ ଗତକାଲି ବାରାଣସୀର ଗୋଟିଏ କୋର୍ଟଙ୍କ ରାୟ ପରେ ବଦଳିଛି ଦୀର୍ଘ ବର୍ଷର ନିୟମ । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଉନ୍ମକ୍ତ ହୋଇ ନାହିଁ । କୋର୍ଟଙ୍କ ରାୟ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ବିଳମ୍ବିତ ରାତିରେ ଅଚାନକ ଗହଳଚହଳଳି ବଢ଼ିବାକୁ ଲାଗିଥିଲା । ରାତି ପ୍ରାୟ ୧୦ଟା ବେଳେ ବାରଣାସୀ ଜିଲ୍ଲାପାଳ ଓ ଡିଆଇଜି ଜ୍ଞାନବ୍ୟାପୀ ମସଜିଦ ପରିସରରେ ପହଞ୍ଚିଲେ । ଏହାପରେ ସେଠାରେ ଥିବା ବ୍ୟାରିକେଟକୁ ହଟାଯିବା ସହ ଜ୍ଞାନବ୍ୟାପୀ ପରିସର ବାହାରେ ପୁଲିସ୍ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା । ଏହି ସମୟରେ ଜ୍ଞାନବ୍ୟାପି ମସଜିଦ ବାହାରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ରାତି ପ୍ରାୟ ୨ଟା ବେଳେ ଉଭୟଜିଲ୍ଲାପାଳ ଓ ଡିଆଇଜି ବାହାରକୁ ଆସି କୋର୍ଟଙ୍କ ନିୟମର ଅନୁପାଳନ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ସୂଚନା ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାସ୍ତା ପ୍ରସ୍ତୁତ ସହ ବ୍ୟାରିକେଟ ହଟାଯିବା ସହ ସୁରକ୍ଷାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ପୁଲିସ୍ କମିଶନର ଅଶୋକ ମୁଥା ଜୈନ ସୂଚନା ଦେଇଥିଲେ । ଏହି ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରାଯାଇଛି । କେବିଏମ୍ ଟ୍ରଷ୍ଟର ପୂଜାରୀଙ୍କ ଦ୍ୱାରା ମୂର୍ତ୍ତି ସ୍ଥାପନ କରାଯିବା ପରେ ଶୟନ ଆଳତି କରାଯାଇଛି । ଏଥିସହ ଅଖଣ୍ଡଜ୍ୟୋତି ବି ପ୍ରଜ୍ୱଳନ କରାଯାଇଛି । ଏବେଠୁ ପ୍ରତିଦିନ ସକାଳେ ମଙ୍ଗଳ ଆଳଳି, ଭୋର ଆଳତି ଓ ସନ୍ଧ୍ୟା ଆଳତି ସହ ଶୟନ ଆଳତି ବି କରାଯିବ । ଅଦାଲତ ଦ୍ୱାରା ଏପରି ଐତିହାସିକ ରାୟ ଆସିବା ପରେ ଆଇନଜୀବୀ ସୋହନ ଲାଲ ଆର୍ଯ୍ୟ କହିଛନ୍ତି, ଆଜି ଆମେ ବହୁତ ଗର୍ବିତ ଅନୁଭବ କରୁଛୁ । ଅଦାଲତଙ୍କ ନିର୍ଦ୍ଦେଶ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ପୂଜାର୍ଚ୍ଚନା ବ୍ୟବସ୍ଥିତ ହୋଇ ଯାଇଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ହୋଇ ନାହିଁ । ଯେଉଁ ତହଖାନେରେ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିଛି, ତାହା ନନ୍ଦୀ ଭଗବାନଙ୍କ ଠିକ୍ ସାମନାରେ ରହିଛି । ବ୍ୟାସଜୀତହଖାନେରେ ପୂଜା ଅଧିକାର ପାଇବା ପାଇଁ ମାମଲା କରାଯାଇଥିଲା । ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ । ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ସେମାନେ କହିଥିଲେ ।ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ଆସୁଛି ହିନ୍ଦୁ ପକ୍ଷ । ଏନେଇ ମାମଲା ମଧ୍ୟ ହୋଇଥିଲା । ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି ।ସୁପ୍ରିମକୋର୍ଟ ସମସ୍ତ ପକ୍ଷ ଶୁଣିବା ପରେବାସ୍ତବତାକୁ ଜାଣିବା ପାଇଁଏଏସଆଇରସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲିକହିଥିଲେ । ଏଥିସହ ମସଜିଦର ବେସମେଣ୍ଟକୁ ସିଲ କରି ସର୍ଭେ ପାଇଁ ଅନୁମତିଦେଇଥିଲେ ।

ଅଯୋଧ୍ୟା ସ୍ୱପ୍ନ ପୂରା ହେବା ପରେ, କାଶୀକୁ ନେଇ ଜାଗିଲା ଆଶା । ଜ୍ଞାନବାପୀ ମନ୍ଦିର-ମସଜିଦ ବିବାଦ ମାମଲାରେ ବଡ଼ ରାୟ ଆସିଛି । ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ଲାଗି ଅନୁମତି ଦେଇଛନ୍ତି ବାରାଣସୀ କୋର୍ଟ । ୩ ଦଶନ୍ଧି ପରେ ପୁଣି ଥରେ ଏଠାରେ ଶୁଭିଛି ମନ୍ତ୍ରପାଠ ଓ ଭୋଗରାଗ ହୋଇଛି । ଉତ୍ତରପ୍ରଦେଶ ବାରାଣସୀ ଜ୍ଞାନବାପୀ ମସଜିଦ ପରିସରରେ ଥିବା ଦେବଦେବୀଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା ପାଇଁ ହିନ୍ଦୁ ପକ୍ଷକୁ ମିଳି ସାରିଛି ଅଧିକାର । ସେଥିପାଇଁ ୭ ଦିନ ଭିତରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ବାରାଣସୀ ଜିଲ୍ଲା କୋର୍ଟ । କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପୂଜକ ଦକ୍ଷିଣ ପାର୍ଶ୍ୱ ବେସମେଣ୍ଟରେ ଥିବା ଦେବଦେବୀଙ୍କ ମୂର୍ତ୍ତିର ପୂଜାର୍ଚ୍ଚନା ଓ ଭୋଗରାଗ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି । କୋର୍ଟଙ୍କ ଏହି ରାୟ ପରେ, ସାରା ବାରାଣସୀରେ ଖୁସିର ଲହରି । ହର ହର ମହାଦେବ ନାରାରେ ପ୍ରକଂପିତ ପରିବେଶ । ଆଉ କୋର୍ଟ ବାହାରର ଦୃଶ୍ୟ ଥିଲା କିଛି ଅଲଗା । ହିନ୍ଦୁ ପକ୍ଷ ଆଇନଜୀବୀ ଓ ଅନ୍ୟ ସାମାଜିକ କର୍ମୀ ମାନେ ଦୀର୍ଘ ଦିନର ଅଧିକାର ଫେରିପାଇବା ଖୁସିକୁ ସେଲିବ୍ରେଟ୍ କରିଥିଲେ । ବର୍ଷ ବର୍ଷ ପୂର୍ବରୁ ଯେଉଁ ଐତିହାସିକ ଭୁଲ୍ ହୋଇଥିଲା ତା’ର ସଂଶୋଧନ ହୋଇଛି । ଏହାଠୁ ବଳି ଖୁସିର କଥା କିଛି ନାହିଁ ବୋଲି କହିଛନ୍ତି ବାରାଣସୀବାସୀ । ସେପଟେ ମୁସଲିମ ପକ୍ଷ ଏହି ରାୟକୁ ଚାଲେଞ୍ଜ କରି ଅହ୍ଲାବାଦ ହାଇକୋର୍ଟ ଯାଇଥିଲେ । ଜ୍ଞାନବାପୀ ବାହାରୁ ମସଜିଦ ଲାଗୁଥିଲେ ବି, ଏଠି ସୁସ୍ପଷ୍ଟ ମନ୍ଦିରର ସ୍ଥିତି । ଦାବି ହୁଏ ସପ୍ତଦଶ ଶତାବ୍ଦୀରେ ଔରଙ୍ଗଜେବ୍ ଦ୍ୱାରା କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ବିଶ୍ୱେଶ୍ୱର ମନ୍ଦିରକୁ ଭାଙ୍ଗି ମସଜିଦ୍ ନିର୍ମାଣ କରାଯାଇଥିଲା । ଜ୍ଞାନବାପୀ ପରିସରରରେ ଏବେ ବି ମନ୍ଦିରର ଭଗ୍ନାବଶେଷ ରହିଛି । କାନ୍ଥରେ ଶୃଙ୍ଗାର ଗୌରୀ, ଗଣେଶ, ହନୁମାନ, ନନ୍ଦି ଆଦି ଦେବଦେବୀଙ୍କର ମୂର୍ତ୍ତି ରହିଛି । ବର୍ଷକୁ ଥରେ ଏଠାରେ ପୂଜାର୍ଚ୍ଚନା ହୋଇଥାଏ । ତେବେ ଦୈନିକ ପୂଜାର୍ଚ୍ଚନା ଅନୁମତି ଦାବିରେ ବାରଣାସୀ କୋର୍ଟରେ ଆବେଦନ ହେବା ପରେ, ଏହା ଦୀର୍ଘ ବର୍ଷ ଧରି ଆଇନଗତ ପ୍ରକ୍ରିୟାରେ ଛନ୍ଦି ହୋଇ ରହିଥିଲା । ଜ୍ଞାନବାପୀ ପରିସରର ଭିଡିଓ ସର୍ଭେ ପାଇଁ ବାରାଣସୀ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟକୁ ଯାଇଥିଲେ ମଧ୍ୟ, ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

Leave a Reply