Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ ଭାବେ ଷଣ୍ଢ ଚାଲାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ ଭାବେ ଷଣ୍ଢ ଚାଲାଣ

ଦଶରଥପୁର: ଗାଡି ସାମ୍ନାରେ ଆଇ ଲଭ ଇଣ୍ଡିଆ ଲେଖାଥିବା ବେଳେ ଉକ୍ତ ଗାଡ଼ିରେ ବେଆଇନ ଭାବେ ଷଣ୍ଢ ଚାଲାଣ ହେଉଥିବାର ଜଣାଯାଇଛି । ଏପରି ଏକ ଘଟଣା ବୁଧବାର ବିଳମ୍ବିତ ରାତିରେ ମଙ୍ଗଳପୁର ଥାନା ଅଧିନସ୍ଥ ପରିପଦା – ଲାଲବାଗ ରାସ୍ତାରେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହି ମଙ୍ଗଳପୁର ପୁଲିସକୁ ହସ୍ତାନ୍ତରିତ ହୋଇଛି । ପ୍ରକାଶ ଥାଉକି କିତେକ ସଂଖ୍ୟାଲଘୁ ସାମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁମାନଙ୍କର ଆରାଧ୍ୟ ବୃଷଭ ଙ୍କୁ ଜୋର ଜବରଦସ୍ତ ପିକଅପରେ ଲଦି ଚାଲାଣ କରୁଥିବାର ଅଭିଯୋଗ ହୋଇ ଆସୁଥିଲା । ମାତ୍ର ବୁଧବାର ଘଟଣାରୁ ଏହି କଥା ପ୍ରମାଣିତ ହେଉଛି । ଜାନୁୟାରୀ 31 ତାରିଖ ବିଳମ୍ବିତ ରାତ୍ରିରେ ୮ ରୁ ଉର୍ଦ୍ଧ ଷଣ୍ଡ କୁ ବାନ୍ଧି ଗାଡି ନେଇ ଯାଉଥିବା ସମୟରେ ଗାଁ ଲୋକ ଙ୍କ କବଳରେ ପଡ଼ି ଯାଇଥିଲା । ଯାହାଫଳରେ ଦୁର୍ବୁର୍ତ୍ତମାନେ ଗାଡି ଛାଡି ଫେରାର ହୋଇଯାଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହିତ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି ।

Leave a Reply