Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମଙ୍କ କାର୍ଯ୍ୟରେ ଯୋଡି ହେବି, ଏହା କେବେବି ଭାବିନଥିଲି- କାମେଶ୍ୱର ଚୌପାଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମଙ୍କ କାର୍ଯ୍ୟରେ ଯୋଡି ହେବି, ଏହା କେବେବି ଭାବିନଥିଲି- କାମେଶ୍ୱର ଚୌପାଲ

ଅଯୋଧ୍ୟା,: ଶ୍ରୀରାମ ଜନ୍ମଭୂମି ଉପରେ ଆଜି ଯେଉଁ ମନ୍ଦିର ନିର୍ମାଣ ହୋଇଛି, ଏଥିପାଇଁ ଆରଏସଏସ ସାରା ଦେଶରେ ଅନେକ ଆନ୍ଦୋଳନ ଓ ଅଭିଯାନ ଚଳାଇଥିଲା । ତାମିଲନାଡୁର ମୀନାକ୍ଷିପୁରମର ଘଟଣା ପରେ ସଂଘ ୧୯୮୩ରେ ଏକାତ୍ମତା ଯାତ୍ରା ଆରମ୍ଭ କରିଥିଲା । ୧୯୮୪ ମସିହାରେ ରାମମନ୍ଦିର ପ୍ରସଙ୍ଗ ଉଠିଥିଲା । ସେବେଠାରୁ ଆଜି ଯାଏ ରାମମନ୍ଦିରକୁ ନେଇ ଲଗାତର ଅନେକ ଅଭିଯାନ ଚଳାଯାଇଛି । ତେବେ ସମସ୍ତ ବୈଠକରେ ଯୋଗ ଦେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟି ତଥା ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ର ଉପାଧ୍ୟକ୍ଷ କାମେଶ୍ୱର ଚୌପାଲ । ସେ କହିଛନ୍ତି ଯେ, ମୋର ସୌଭାଗ୍ୟ ଯେ, ସେହି ପ୍ରଥମ ବୈଠକରୁ ନେଇ ଆଜି ପର୍ଯ୍ୟନ୍ତ ମନ୍ଦିର ନିର୍ମାଣକୁ ନେଇ ହୋଇଥିବା ସମସ୍ତ ପ୍ରମୁଖ ବୈଠକରେ ମୁଁ ଉପସ୍ଥିତ ରହିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ମଧ୍ୟ ଅଛି । ହିନ୍ଦୁସ୍ଥାନ ସମାଚାରର ସମ୍ବାଦଦାତା ବ୍ରଜନନ୍ଦନ ରାଜୁଙ୍କ ସହ ଆଲୋଚନା କରି କାମେଶ୍ୱର ଚୌପାଲ ଏହା କହିଛନ୍ତି । ପ୍ରଶ୍ନ- ରାମମନ୍ଦିରର ଶିଳାନ୍ୟାସ ଆପଣଙ୍କ ହାତରେ ହୋଇଥିଲା, ଆଜି ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି ଆପଣ କଣ କହିବେ ? ଉତ୍ତର- ମୁଁ ନିଜ ଜୀବନରେ ପ୍ରଭୁ ରାମଙ୍କ କାମ ସହିତ ଯୋଡି ହେବେ, ଏହା କଳ୍ପନା କରିନଥିଲି । ମୋ ଉପରେ ପ୍ରଭୁଙ୍କର ବହୁତ କୃପା ଥିଲା । ଆଜି ପୂରା ଦେଶରେ ଉଲ୍ଲାସ ଭରିଯାଇଛି । ଏହି ଯେଉଁ ପରିବର୍ତ୍ତନ ହୋଇଛି ସାଂସ୍କୃତିକ ପୁନର୍ଜାଗରଣର ସମୟ ଅଟେ । ଯିଏ ଧାରାର ସମ୍ମୁଖରେ ଆସିବ, ସିଏ ଲୋପ ପାଇବ । ୫ଶହ ବର୍ଷରୁ ଲୋକେ ମନ ପ୍ରାଣ ଦେଇଥିଲେ । ପ୍ରାଣ ସମର୍ପିତ, ମନ ସମର୍ପିତ ଏବଂ ଏହି ଜୀବନ ସମର୍ପିତ ।

ପ୍ରଶ୍ନ- କଣ ଶିଳାନ୍ୟାସ ପୂର୍ବରୁ ଆପଣଙ୍କୁ କୁହାଯାଇଥିଲା ଯେ, ରାମମନ୍ଦିରର ପ୍ରଥମ ଇଟା ଆପଣଙ୍କ ହାତରେ ରଖାଯିବ ?

ଉତ୍ତର- ସେହି ସମୟରେ ଏହି ଆଲୋଚନା ହେଉଥିଲା, ଯେ କୌଣସି ଅନୁସୂଚିତ ସମାଜର ବ୍ୟକ୍ତିଙ୍କ ଦ୍ୱାରା ପ୍ରଥମ ଇଟା ରଖାଯିବ, କିନ୍ତୁ ସେହି ସୌଭାଗ୍ୟଶାଳୀ ବ୍ୟକ୍ତି ମୁଁ, ଏହା ଜାଣିନଥିଲି । ଶିଳାନ୍ୟାସ ଦିବ୍ୟ କାମ ଥିଲା । ୧୯୮୯ ମସିହାରେ କୁହାଯାଇଥିଲା ଯେ, ସଙ୍ଗଠନ ମନ୍ତ୍ରୀ ଅଯୋଧ୍ୟା ଆସିବେନି । ରାମ ଶିଳା ପଠାଇ ମୁଁ ଗୟାରେ ଥିଲି । ରାସ୍ତାରେ ଝଗଡା ହେବା ପରେ କୁହାଯାଇଥିଲା ଯେ, କୌଣସି ଦାୟିତ୍ୱସମ୍ପନ୍ନ ପଦାଧିକାରୀଙ୍କୁ ଶିଳା ସହ ଯିବାରଥିଲା । ସେଠାରେ ଯୁଦ୍ଧ ପରିସ୍ଥିତି ଥିଲା । ପୋଲିସ କବଜା କରିବାକୁ ଚାହୁଁଥିଲା । ଏହାପରେ ମୋତେ ଅଯୋଧ୍ୟା ଡକାଯାଇଥିଲା । ଅଶୋକ ସିଂହଲଜୀ ହଠାତ୍ ମୋତେ ମଞ୍ଚ ଉପରକୁ ଡାକିଥିଲେ, ଏବଂ ମୋର ନାମ ଘୋଷଣା କରିଦେଇଥିଲେ । ଯେତେବେଳେ ମୋ ନାମ ଘୋଷଣା ହେଲା ମୁଁ ଅବାକ୍ ହୋଇପଡିଥିଲି । ହଠାତ୍ ମୋତେ ଲାଗିଲା କି କଣ ହେଉଛି, ମୋତେ ଜଣାପଡୁନି ।

ପ୍ରଶ୍ନ- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଜେ ରାମଲଲାଙ୍କ ନିମନ୍ତ୍ରଣକୁ ଅସ୍ୱୀକାର କଲେ, ଏହା ଉପରେ ଆପଣ କଣ କହିବେ ?

ଉତ୍ତର- ରାମଙ୍କ ନାମକୁ ନେଇ କଂଗ୍ରେସ ଚିଡୁଛି । ରଘୁପତି ରାଘବ ରାଜା ରାମ ପତିତ ପାବନ ସୀତାରାମ ଗାଇଥିବା ମହାତ୍ମା ଗାନ୍ଧି ଏହି ଦେଶର ରାଜନୀତିରେ ରାମଙ୍କ ନାମକୁ ଉପଯୋଗ କରିଥିଲେ । ଆମର ଶାସ୍ତ୍ରରେ ଆଚାର୍ଯ୍ୟମାନେ ଲେଖିଛନ୍ତି ଯେ, କ୍ଷମତା ନିଷ୍ଠୁର ଅଟେ । କ୍ଷମତାର ନା କୌଣସି ଧର୍ମ ଅଛିଳ ନା କୌଣସି ଚରିତ୍ର ଥାଏ ।

Leave a Reply