Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘଣ୍ଟିର ତତ୍ତ୍ୱ ଓ ମହତ୍ତ୍ୱ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘଣ୍ଟିର ତତ୍ତ୍ୱ ଓ ମହତ୍ତ୍ୱ

ହିନ୍ଦୁ ଧର୍ମରେ ମନ୍ଦିରରେ ଘଣ୍ଟି ବଜାଇବାର ମହତ୍ତ୍ୱ ରହିଛି । ମନ୍ଦିରରେ ବାଜୁଥିବା ଘଣ୍ଟିର ଶବ୍ଦକୁ ଶୁଭ ମାନନ୍ତି । ଯେତେବେଳେ ବି କୌଣସି ବ୍ୟକ୍ତି ମନ୍ଦିରରେ ଭଗବାନ୍ଙ୍କ ଦର୍ଶନ ପାଇଁ ଯାଇଥାଏ, ସେତେବେଳେ ଘଣ୍ଟି ବଜାଇକି ଆସେ । ଘଣ୍ଟି ବଜାଇବା ପୂର୍ବରୁ କୌଣସି ବି ମନ୍ତ୍ରକୁ ଜପ କରିବା ଦରକାର ଓ ଏହାର କେତେଗୁଡ଼ିଏ ମହତ୍ତ୍ୱ ରହିଛି । ମନ୍ଦିରରେ ଘଣ୍ଟି ଲାଗାଇବା ପଛରେ ଧାର୍ମିକ କାରଣ ରହିଛି ଏବଂ ଏହା ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବୈଜ୍ଞାନକିମାନଙ୍କ ମତରେ ଯେତେବେଳେ ଘଣ୍ଟି ବଜାଯାଏ, ସେତେବେଳେ ବାତାବରଣରେ ଯେଉଁ କମ୍ପନ୍ନ ସୃଷ୍ଟି ହୁଏ ତାହା ବାୟୁମଣ୍ଡଳର ବହୁ ଦୂର ପର୍ଯ୍ୟନ୍ତ ଯାଇଥାଏ । ଏହି କମ୍ପନ୍ନର ବହୁ ଉପକାର ରହିଛି । କମ୍ପନ୍ନ ଯାଉଥିବା ଆଖପାଖ ଅଞ୍ଚଳରୁ କେତେକ ଅପକାରୀ ଜୀବାଣୁ, ଭୂତାଣୁ ଓ ସୁକ୍ଷ୍ମ ଜୀବ ଆଦି ନଷ୍ଟ ହୋଇଥାନ୍ତି । ଯାହାଦ୍ୱାରା ଚତୁଃପାଶ୍ୱର୍ ବାୟୁମଣ୍ଡଳ ଶୁଦ୍ଧ ହେବା ସହ ପବିତ୍ର ହୋଇଉଠେ । ଯେଉଁ ସ୍ଥାନରେ ଘଣ୍ଟିର ଶବ୍ଦ ନିୟମିତ ଆସେ । ସେଠାକାର ବାତାବରଣ ସବର୍ଦା ଶୁଦ୍ଧ ଓ ପବିତ୍ର ରୁହେ । ଏହାର ନକାରତ୍ମକ ହଟିବା ଦ୍ୱାରା ସୁଖ, ସମୃଦ୍ଧିର ଦ୍ୱାର ଖୋଲିଥାଏ । ଭଗବାନକୁ ନିଦ୍ରାରୁ ଉଠାଇବା ପାଇଁ ଘଣ୍ଟି ବଜା ଯାଇଥାଏ ଓ ଏହାପରେ ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଇଥାଏ ବୋଲି ଲୋକକଥା ରହିଛି । ଘଣ୍ଟିର ମନମୋହକ ଧ୍ୱନୀ ମଣିଷ ମସ୍ତିଷ୍କକୁ ଆଧ୍ୟମ୍ିôକ ମାର୍ଗକୁ ନେଇଯାଏ । ଘଣ୍ଟିର ଶବ୍ଦ ଶୁଣି ମନରେ ଶାନ୍ତିର ଅନୁଭବ ହୋଇଥାଏ । ସକାଳ ଓ ସନ୍ଧ୍ୟାରେ ଯେତେବେଳେ ବି ମନ୍ଦିରରେ ପୂଜା ବା ଆଳତି ହୁଏ, ସେତେବେଳେ ଏହା ସହିତ ଘଣ୍ଟି ବଜାଯାଏ । ପୌରାଣିକମାନଙ୍କ ମତ ଅନୁସାରେ ଯେତେବେଳେ ସଂସାରର ସୃଷ୍ଟି ହୋଇଥିଲା, ତାହା କେବଳ ନାଦ କମ୍ପନ୍ନରୁ ହିଁ ସୃଷ୍ଟି ହୋଇଥିଲା । ସେହି ଶବ୍ଦ ଆଜିକାର ଘଣ୍ଟି ବଜାଇବା ନାଦ ବୋଲି ପ୍ରତୀତ ହୁଏ । ଏଥିପାଇଁ ଘଣ୍ଟିକୁ ନାଦର ପ୍ରତୀକ ମାନନ୍ତି । ସେଥିପାଇଁ ଶୁଭ କାର୍ଯ୍ୟରେ ଘଣ୍ଟି ବଜାଇବା ପ୍ରଥା ରହିଆସିଛି ।

Leave a Reply