ବିଭାଜନର ଦୁଃଖଦ ଘଟଣା

– ୩ ଅଗଷ୍ଟ ୧୯୪୭ ର କାଳ ଏବଂ ଅଶାନ୍ତ ରାତି ଧୀରେ ଧୀରେ ଆଗକୁ ବଢ଼ୁଥିଲା। ଲାହୋର, ପଠାନକୋଟ ଏବଂ ବଙ୍ଗଳାରୁ ଲକ୍ଷ ଲକ୍ଷ ସମ୍ପନ୍ନ ପରିବାର ଶରଣାର୍ଥୀ ଭାବରେ ଏହି ଖଣ୍ଡିତ ଭାରତ ଭିତରକୁ ଧୀରେ ଧୀରେ ଆଗେଇ ଚାଲିଥିଲେ।

– ସେମାନଙ୍କୁ ନିଜ ଜୀବନର ଭୟ ଥିଲା। ସାରା ଜୀବନର ରୋଜଗାର ଏବଂ ଚଳ-ଅଚଳ ସମ୍ପତ୍ତିକୁ ପୂର୍ବ ଓ ପଶ୍ଚିମ ପାକିସ୍ତାନରେ ଛାଡ଼ି ପଳାଇବାର ମର୍ମାନ୍ତକ ପୀଡ଼ା ଥିଲା। ଭାରତରେ ଶରଣାର୍ଥୀ ହେବାର ବିଫଳତା, ଭୋକ, ଶୋଷ, କ୍ଲାନ୍ତ ଶରୀର, ସ୍ତ୍ରୀ-ପିଲାମାନଙ୍କର ଭୀଷଣ କଷ୍ଟ ଆଦି ସହ୍ୟ କରିବାର ଦୁଃଖବି ଥିଲା; କିନ୍ତୁ ଅନ୍ୟପଟେ ଦିଲ୍ଲୀରେ ରାଜନୀତି ନିଜ ଗତିରେ ଚାଲିଥିଲା।

– ପଞ୍ଜାବର ଲାୟଲପୁରର ଜରନୱାଲା ଗାଁ, ଯାହା ଶହୀଦ ଭଗତ ସିଂହଙ୍କ ପୈତୃକ ଗାଁ ଅଟେ। ୪ ଅଗଷ୍ଟ ୧୯୪୭ ରେ ଏଠାରେ ମୁସଲିମ୍ ନ୍ୟାସନାଲ ଗାର୍ଡର ବୈଠକ ହୋଇଥିଲା । ଏହି ବୈଠକରେ ଏହି ଚର୍ଚ୍ଚା ହୋଇଥିଲା ଯେ ୧୫ ଅଗଷ୍ଟ ପୂର୍ବରୁ ଏହି ସମ୍ପୂର୍ଣ୍ଣ ଜିଲ୍ଲାର ହିନ୍ଦୁ-ଶିଖ ବ୍ୟବସାୟୀ ଓ କୃଷକମାନଙ୍କୁ ମାରି ଏଠାରୁ କିପରି ତଡ଼ି ଦିଆଯିବ ଏବଂ ସେମାନଙ୍କ ସମ୍ପତ୍ତି, ଜମି ଓ ଘରକୁ କିପରି ନିଜ କବଜାକୁ ନିଆଯିବ।

– ଯେହେତୁ ଏହି ଗାଁରେ ହିନ୍ଦୁ ଓ ଶିଖମାନେ ବହୁ ସଂଖ୍ୟାରେ ରହୁଥିଲେ, ତେଣୁ ଏଠାରେ ରହୁଥିବା ଲୋକଙ୍କୁ ଲାଗୁଥିଲା ଯେ ଏହି ଗାଁ ଉପରେ ଆକ୍ରମଣ ହେବ ନାହିଁ। କିନ୍ତୁ ବିଳମ୍ବିତ ରାତିରେ ମୁସଲିମ୍ ନ୍ୟାସନାଲ ଗାର୍ଡର ଆକ୍ରମଣକାରୀମାନେ “ଅଲ୍ଲାହୁ ଆକବର’ ନାରା ଦେଇ ଧାରୁଆ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ କରିଦେଇଥିଲେ। ଘର ବାହାରେ କିରୋସିନି ତେଲ ଢାଳି ପୂରା ଘରକୁ ଜଳାଇ ଦେଇଥିଲେ।

– ୫ ଅଗଷ୍ଟ ୧୯୪୭ ରେ ଲାହୋର ସହରର ହିନ୍ଦୁ ଓ ଶିଖ ବ୍ୟବସାୟୀମାନେ ସହର ବନ୍ଦର ଆୟୋଜନ କରିଥିଲେ। ଏହି ବନ୍ଦ ଏଥି ପାଇଁ ଡକାଯାଇଥିଲା ଯେ ଏହି ଦୁଇ ସମୁଦାୟ (ହିନ୍ଦୁ-ଶିଖ) ଉପରେ କ୍ରମାଗତ ଆକ୍ରମଣ ହେଉଥିଲା।

– ମୁସଲିମ୍ ନ୍ୟାସନାଲ ଗାର୍ଡର ଆକ୍ରମଣାତ୍ମକ ମନୋଭାବ ବଢ଼ିବାରେ ଲାଗିଥିଲା। ମୁସଲିମ୍ ନ୍ୟାସନାଲ ଗାର୍ଡର ମୁସଲିମ୍ ଲିଗ୍ ସହିତ କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଉଥିବା କଥା କେବଳ ଏକ ଲୋକ ଦେଖାଣିଆ ଥିଲା, କିନ୍ତୁ ମୁସଲିମ୍ ନ୍ୟାସନାଲ ଗାର୍ଡ ମୁସଲିମ୍ ଲିଗର ପତାକା ବ୍ୟବହାର କରୁଥିଲା। ଏହି ସଂଗଠନର ଏକମାତ୍ର କାମ ଥିଲା ହିନ୍ଦୁ ଓ ଶିଖ ବ୍ୟବସାୟୀମାନଙ୍କୁ ପାକିସ୍ତାନରୁ ତଡ଼ିଦେବା ଏବଂ ସେମାନଙ୍କ ଯୁବତୀ ଭଉଣୀ-ଝିଅମାନଙ୍କୁ ଉଠାଇ ନେବା।

– ସ୍ୱାଧୀନତା ମିଳିବାର ଗୋଟିଏ ସପ୍ତାହ ପୂର୍ବରୁ ଅମୃତସର ରେଳ ଷ୍ଟେସନରେ ସାଧା ପୋଷାକରେ ପୋଲିସ କର୍ମଚାରୀମାନେ ଠିଆ ହୋଇଥିଲେ। ସେମାନଙ୍କୁ ସୂଚନା ମିଳିଥିଲା ଯେ ମୁସଲିମ୍ ଲିଗର କଟ୍ଟର କାର୍ଯ୍ୟକର୍ତ୍ତା ମହମ୍ମଦ ସୟୀଦ ଆଜି ଅମୃତସର ଆସୁଛି।

-ବଡ଼ ବଡ଼ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିବାରେ ମହମ୍ମଦ ସୟୀଦ ଓସ୍ତାଦ୍ ଥିଲା। ପୋଲିସ ଦ୍ୱାରା ମହମ୍ମଦ ସୟୀଦକୁ ଗିରଫ କରାଯିବା ପରେ ସମଗ୍ର ଅମୃତସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

– ଶିଖ ଓ ହିନ୍ଦୁମାନଙ୍କ ଦୋକାନ-ଘର ଉପରେ ପଥରମାଡ଼ ଆରମ୍ଭ ହୋଇଗଲା। ଅମୃତସର ନିକଟସ୍ଥ ଜବଲଫାଦ ଗାଁରେ ୧୦୦ ରୁ ଅଧିକ ହିନ୍ଦୁ ଓ ଶିଖଙ୍କୁ ନରସଂହାର କରାଯାଇଥିଲା।

– ଅଗଷ୍ଟ ୧୦ ତାରିଖରେ ଦିଲ୍ଲୀର ମନ୍ଦିର ମାର୍ଗଠାରେ ଅନୁଷ୍ଠିତ ହେଉଥିବା ସଭାରେ ବଙ୍ଗଳାରୁ ଆସିଥିବା ନ୍ୟାୟମୂର୍ତ୍ତି ନିର୍ମଳ ଚନ୍ଦ୍ର ଚାଟାର୍ଜୀ କହିଥିଲେ ଯେ, ଜୁନ୍ ୩ ରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଭାଜନ ପ୍ରସ୍ତାବକୁ ସ୍ୱୀକାର କରି କଂଗ୍ରେସ କେବଳ ଏକ ବଡ଼ ଭୁଲ୍ କରିନାହିଁ ବରଂ କୋଟି କୋଟି ଭାରତୀୟଙ୍କ ପିଠିରେ ଛୁରୀ ମଧ୍ୟ ଭୁସିଛି।

– ଭାରତର ବିଭାଜନକୁ ସ୍ୱୀକାର କରିବାର ଅର୍ଥ ହେଉଛି କଂଗ୍ରେସ ମୁସଲିମ୍ ଲିଗ୍‌ର ଗୁଣ୍ଡାଗର୍ଦ୍ଦି ଆଗରେ ପରାଜୟ ସ୍ୱୀକାର କରିନେଇଛି।

– ପ୍ରତିଷ୍ଠିତ ବ୍ୟବସାୟୀ ଲକ୍ଷ୍ମୀମଲ ଶାହ ଲାହୋରରେ ଥିଲେ, ସେତେବେଳେ ଦଙ୍ଗାକାରୀ ମୁସଲମାନମାନଙ୍କର ଏକ ବଡ଼ ଦଳ ତାଙ୍କ ଗାଁକୁ ଚାରିପାଖରୁ ଘେରି ଆକ୍ରମଣ କରିଦେଇଥିଲେ। ଉକ୍ତ ଗାଁରେ ଗୋଟିଏ ହେଲେ ବି ମୁସଲମାନ ପରିବାର ନଥିଲେ, ତେଣୁ ମୁସଲମାନ ଦଙ୍ଗାକାରୀମାନେ ପୂରା ଗାଁକୁ ଜାଳି ପୋଡି ପାଉଁଶ କରି ଦେଇଥିଲେ।

– ଲକ୍ଷ୍ମୀମଲ ଶାହଙ୍କୁ ସୈନ୍ୟ ଦଳ ସାହାଯ୍ୟ କରିଥିଲେ। ନିଜ ଟ୍ରକରେ ବସାଇବା ସମୟରେ ସୈନିକମାନେ ତାଙ୍କୁ କହିଥିଲେ ଯେ, ଭାଗବଣ୍ଟା ଯୋଗୁଁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ମୁସଲମାନମାନେ ଯେଉଁ ହିନ୍ଦୁ କିମ୍ବା ଶିଖ୍‌ମାନଙ୍କୁ ଦେଖୁଛନ୍ତି, ସେମାନଙ୍କୁ ସେହିଠାରେ ହିଁ ହତ୍ୟା କରୁଛନ୍ତି । ମହିଳା ଓ ପିଲାମାନଙ୍କୁ ଟ୍ରକରେ ଭର୍ତ୍ତି କରି ନେଇ ଯାଉଛନ୍ତି।

– ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଓ ଭୟାନକ ପରିବେଶ ମଧ୍ୟରେ ଲକ୍ଷ୍ମୀମଲ ଶାହଙ୍କୁ ତାଙ୍କ ପୁଅ ସହିତ ଲାହୋର ରେଳ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚାଯାଇଥିଲା। ସେଠାରୁ ଟ୍ରେନ୍ ଅମୃତସର ଯିବା ପାଇଁ ବାହାରିବାର ଥିଲା। ସମ୍ପୂର୍ଣ୍ଣ ଷ୍ଟେସନ୍ ରକ୍ତରେ ଜୁଡ଼ୁବୁଡ଼ୁ ହୋଇପଡ଼ିଥିଲା।

– ଏଣେତେଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ସବୁ ବିଛାଡ଼ି ହୋଇ ପଡ଼ିରହିଥିଲା। ସେନାର ଜଣେ ସିପାହୀ ଟ୍ରେନ୍‌ର ବଗି ଭିତରକୁ ଲକ୍ଷ୍ମୀମଲ୍‌ଙ୍କୁ ପ୍ରାୟ ଠେଲିଦେଇ କହିଲେ ଯେ, ଭଗବାନ କରନ୍ତୁ ବାଟରେ ଆପଣଙ୍କର କୌଣସି ମୁସଲମାନ୍ ଦଳ ସହ ସାମ୍ନା ନ ହେଉ।

– ଲକ୍ଷ୍ମୀମଲ୍ ଏବଂ ତାଙ୍କ ପୁଅ ଯେଉଁ ବଗିରେ ଚଢ଼ିଲେ ସେହି ବଗିରେ ମଧ୍ୟ ଶବର ପାହାଡ଼ ଜମିଥିଲା। ସେମାନଙ୍କୁ ଶବଗୁଡ଼ିକ ମଝିରେ ହିଁ ଲୁଚିବାକୁ ପଡ଼ିଲା ଏବଂ ବାଟରେ ଯେତେବେଳେ ବି ଟ୍ରେନ୍ ରହୁଥିଲା, “ଆଲ୍ଲା-ହୁ-ଆକବର’ର ନାରା ଶୁଣାଯାଉଥିଲା।

– କୌଣସି ଜୀବନ୍ତ ବ୍ୟକ୍ତି ଦେଖାଗଲେ ତାଙ୍କୁ ହତ୍ୟା କରାଯାଉଥିଲା। ଲାହୋରରୁ ଅମୃତସରର ଦୂରତା ମାତ୍ର ୫୦ କିଲୋମିଟର, କିନ୍ତୁ ବାହାରକୁ ଏପରି ଦେଖା ଯାଉଥିଲା ଯେ ଯେପରି ଟ୍ରେନ୍‌ଗୁଡ଼ିକରେ ମଣିଷ ନୁହେଁ ବରଂ ମୃତଦେହ (ଶବ) ଗୁଡିକ ପରିବହନ କରାଯାଉଥିଲା।

– ଅଖଣ୍ଡ ହିନ୍ଦୁସ୍ତାନର ଖଣ୍ଡିତ ସ୍ୱାଧୀନତା ଯେତେବେଳେ ଦେଶର ଦ୍ୱାରଦେଶରେ ଛିଡ଼ା ହୋଇଥିଲା, ସେତିକିବେଳେ ପୂର୍ବ ଓ ପଶ୍ଚିମ ସୀମାନ୍ତରେ ଭୟଙ୍କର ନରସଂହାର ଚାଲିଥିଲା।

– ପଞ୍ଜାବ ସମ୍ପୂର୍ଣ୍ଣ ଭାବେ ନିଆଁ ଏବଂ ହିଂସା କବଳିତ ହୋଇସାରିଥିଲା। ରାତିର ସେହି ଭୟାନକ ଅନ୍ଧକାରରେ ପଞ୍ଜାବ, ସିନ୍ଧ, ବାଲୁଚିସ୍ତାନର ଶହ ଶହ ଗାଁରୁ ଉଠୁଥିବା ନିଆଁର ଶିଖା ଦୂରଦୂରାନ୍ତ ଯାଏଁ ଦେଖାଯାଉଥିଲା। ଠିକ୍ ଏହିପରି ବଙ୍ଗଳାର ପରିସ୍ଥିତି ମଧ୍ୟ ଦ୍ରୁତ ଗତିରେ ଅରାଜକତା ଆଡ଼କୁ ବଢ଼ୁଥିଲା।

– ପଞ୍ଜାବ ପରି ବଙ୍ଗଳାରେ ମଧ୍ୟ ବିଭାଜନ ସମୟରେ ନୃଶଂସ ହତ୍ୟାକାଣ୍ଡ ଘଟିଥିଲା। ସେଠାରେ ମଧ୍ୟ ସେହିସବୁ ଘଟିଲା ଯାହା ପଞ୍ଜାବରେ ହେଉଥିଲା। ହତ୍ୟା, ବଳାତ୍କାର, ଲୁଟପାଟ୍ ଏବଂ ନିଆଁ ଲଗାଇବା ଚାରିଆଡ଼େ ଚାଲିଥିଲା। ସେହି ସମୟରେ ପଶ୍ଚିମ ବଙ୍ଗଳାର ଜନସଂଖ୍ୟା ୨ କୋଟି ୧୨ ଲକ୍ଷ ଥିଲା, ଯେଉଁଥିରେ ୨୫ ପ୍ରତିଶତ ମୁସଲମାନ ଥିଲେ।

– ସେହିପରି ପୂର୍ବ ବଙ୍ଗଳାର ଜନସଂଖ୍ୟା ପ୍ରାୟ ୩ କୋଟି ୯୦ ଲକ୍ଷ ଥିଲା, ଯେଉଁଥିରେ ୩୦ ପ୍ରତିଶତ ହିନ୍ଦୁ ଥିଲେ। ଏମାନଙ୍କ ମଧ୍ୟରୁ ୫୦ ଲକ୍ଷ ହିନ୍ଦୁ ପଶ୍ଚିମ ବଙ୍ଗଳାକୁ ଚାଲିଆସିଲେ, କିନ୍ତୁ ତଥାପି ୨ ଲକ୍ଷ ଲୋକଙ୍କର ହତ୍ୟା କରାଗଲା। ପୂର୍ବ ବଙ୍ଗଳାରେ ହିନ୍ଦୁମାନଙ୍କୁ ନିର୍ଦ୍ଧାରିତ ଅଞ୍ଚଳରେ ନଜରବନ୍ଦୀ କରି ରଖାଗଲା ଏବଂ ସେମାନଙ୍କଠାରୁ ଜଜିଆ କର ଆଦାୟ କରାଗଲା।

– ପୂର୍ବ ବଙ୍ଗଳାର ଶିକ୍ଷିତ ସହରୀ ଏବଂ ଉଚ୍ଚ ତଥା ମଧ୍ୟମବର୍ଗର ଲୋକମାନେ ଖୁବ୍ ସହଜରେ ଭାରତକୁ ଆସି ରହିଗଲେ, କିନ୍ତୁ ଗରୀବ ଏବଂ ନିମ୍ନ ବୋଲି ଗଣାଯାଉଥିବା ଜାତିର ହିନ୍ଦୁମାନେ ସେହିଠାରେ ହିଁ ରହିବାକୁ ନିଷ୍ପତ୍ତି ନେଲେ। ଯେତେବେଳେ ବି ସେଠାରେ କୌଣସି ଦଙ୍ଗା ହେଉଥିଲା, ଏହି ଲୋକମାନେ ଭାରତ ଆଡ଼କୁ ପଳାୟନ କରିବାକୁ ଲାଗୁଥିଲେ।

– ଏତେ ବଡ଼ ଜନସଂଖ୍ୟାର ସ୍ଥାନାନ୍ତର ହେବ ବୋଲି କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ଆଶା କରିନଥିଲେ। ଲକ୍ଷ ଲକ୍ଷ ବିସ୍ଥାପିତ ଲୋକଙ୍କୁ ପୁନର୍ବାସ କରିବା ପାଇଁ କୌଣସି ଯୋଜନା ନଥିଲା।

-କଂଗ୍ରେସ୍ ସରକାରଙ୍କ ସମସ୍ତ ସମ୍ବଳ ପଞ୍ଜାବର ଲୋକଙ୍କୁ ସମ୍ଭାଳିବାରେ ଖର୍ଚ୍ଚ ହୋଇସାରିଥିଲା। ପଞ୍ଜାବର ସମସ୍ୟାର ସମାଧାନ କରିବା ତ ଦୂରର କଥା, ସେମାନଙ୍କ ସମସ୍ୟାର ଗମ୍ଭୀରତା ବୁଝିବାରେ ହିଁ ସରକାର ଥକି ଯାଇଥିଲେ।

– ଅନ୍ୟ କୌଣସି ଉପାୟ ନଥିବାରୁ ପୂର୍ବ ଓ ପଶ୍ଚିମ ବଙ୍ଗଳା ସ୍ଥିର କଲେ ଯେ ଶରଣାର୍ଥୀମାନଙ୍କର ପୁନର୍ବାସ କରିବା ଅପେକ୍ଷା ଲୋକଙ୍କୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଆସିବାରୁ ରୋକାଯାଉ। ଉଭୟ ଦେଶ ନିଜ ନିଜ ଦେଶକୁ ଲୋକଙ୍କୁ ଫେରାଇ ନେବା କଥାକୁ ମଧ୍ୟ ସ୍ୱୀକାର କଲେ।

– ଏହା ପରେ ହିଁ ନେହେରୁ-ଲିଆକତ୍ ଚୁକ୍ତି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଭାବେ ବିଫଳ ଏବଂ ନିରର୍ଥକ ପ୍ରମାଣିତ ହୋଇଥିଲା।

Leave a Reply

Your email address will not be published. Required fields are marked *