– ଭାରତ ବିଭାଜନର ଯନ୍ତ୍ରଣାକୁ କେବେ ବି ଭୁଲିହେବ ନାହିଁ। ଏହି ଦିନଟି ଭାରତୀୟମାନଙ୍କ ସଂଗ୍ରାମ ଓ ବଳିଦାନର ପ୍ରତୀକ। ପ୍ରତ୍ୟେକ ଭାରତୀୟ ଏହି ଦିନକୁ ମନେ ରଖିବା ଉଚିତ।
– ଆମ ଭାରତୀୟମାନଙ୍କୁ ଏହି ଦିନଟି ମନେ ରଖିବାର ଆବଶ୍ୟକତା ରହିଛି, କାରଣ ଆମର ଲକ୍ଷ ଲକ୍ଷ ଭାଇ ଓ ଭଉଣୀ ବିସ୍ଥାପିତ ହୋଇଥିଲେ ଏବଂ ଅନେକ ଲୋକ ଅକାରଣ ଘୃଣା ଯୋଗୁଁ ନିଜ ଜୀବନ ହରାଇଥିଲେ। ବିଭାଜନ ସମୟରେ ସେମାନଙ୍କୁ ନିର୍ଯାତନାପୂର୍ଣ୍ଣ ବ୍ୟବହାର ଓ ହିଂସାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
-ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ହେବା ଦିଗରେ ଆଗେଇ ଚାଲିଛି, କିନ୍ତୁ ଦେଶ ବିଭାଜନର ଦୁଃଖକୁ କେବେ ବି ଭୁଲିହେବ ନାହିଁ। ବିଭାଜନର ଯନ୍ତ୍ରଣା ଏବଂ ସେହି ସମୟରେ ଘଟିଥିବା ହିଂସା ଦେଶର ସ୍ମୃତିରେ ଗଭୀର ଭାବରେ ଅଙ୍କିତ ହୋଇ ରହିଛି।
-ବିଭାଜନ ଏବଂ ଏହା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି — ଯେପରିକି ତୁଷ୍ଟୀକରଣ ରାଜନୀତି, ବିଭାଜନକାରୀ ଶକ୍ତିଗୁଡ଼ିକର ବିଚାରକୁ ପ୍ରାଧାନ୍ୟ ଦେବା ଏବଂ ଲୋକଙ୍କର କ୍ଷତି ପହଞ୍ଚାଉଥିବା ଚିନ୍ତାଧାରା ସହିତ ଛିଡ଼ା ହେବା, ଏଭଳି ପରିସ୍ଥିତି ଆଉ କେବେ ବି ସୃଷ୍ଟି ହେବା ଉଚିତ ନୁହେଁ।
– ବିଭାଜନକୁ ଏକ ଶିକ୍ଷା ଭାବରେ ଗ୍ରହଣ କରିବା ଉଚିତ୍, ଯାହାଦ୍ୱାରା ଭାରତ “ଅତୀତର ଭୁଲ୍’ ଗୁଡ଼ିକୁ ନ ଦୋହରାଉ ଏବଂ ଦେଶ “ତୁଷ୍ଟୀକରଣ’ର ରାସ୍ତା ନ ଆପଣାଉ; ବିଶେଷ କରି ଯେତେବେଳେ ଆମ ପଡ଼ୋଶୀରେ ଅସ୍ଥିରତା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି।
– ବିଗତ ୭୫ ବର୍ଷ ଧରି ଆମେ ସେହି ଲକ୍ଷ ଲକ୍ଷ ପୁରୁଷ ଓ ମହିଳାଙ୍କୁ ମନେ ନ ପକାଇ ସ୍ୱାଧୀନତା ଉତ୍ସବ ପାଳନ କରୁଥିଲୁ, ଯେଉଁମାନେ ଅପ୍ରୀୟ ଏବଂ ଅବ୍ୟବସ୍ଥିତ ବିଭାଜନ ସମୟରେ ନିଜ ଜୀବନ ହରାଇଥିଲେ। ଗତବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ସହିତ, ଏବେ ଅଗଷ୍ଟ ୧୫ ରେ ହେବାକୁ ଥିବା ଭବିଷ୍ୟତର ଆୟୋଜନଗୁଡ଼ିକରେ ଗଣସଂହାରର ପୀଡ଼ିତମାନଙ୍କ ସ୍ମୃତି ସଦାସର୍ବଦା ସମସ୍ତ ଭାରତୀୟଙ୍କ ମନ-ମସ୍ତିଷ୍କରେ ବିଦ୍ୟମାନ ରହିବ। ନୋବେଲ ପୁରସ୍କାର ବିଜେତା ଏଲି ୱିଜେଲ୍ ଥରେ ୟହୁଦୀ ଗଣସଂହାର ବିଷୟରେ କହିଥିଲେ, “ଯଦି ଆମେ ମୃତକମାନଙ୍କୁ ଭୁଲିଯିବା, ତେବେ ସେମାନେ ଆଉ ଥରେ ନିହତ ହେବେ ଏବଂ ବର୍ତ୍ତମାନର ପୀଡ଼ିତ ପାଲଟିଯିବେ; ଅର୍ଥାତ୍ ମୃତ ବ୍ୟକ୍ତିମାନଙ୍କୁ ଭୁଲିଯିବା ସେମାନଙ୍କୁ ଦ୍ୱିତୀୟ ଥର ହତ୍ୟା କରିବା ସହ ସମାନ।’
– ପ୍ରସିଦ୍ଧ ଅଷ୍ଟ୍ରେଲୀୟ ଇତିହାସକାର ଗ୍ରେଗ୍ ଡେନିଂ ଇତିହାସ ଅଧ୍ୟୟନର ଉଦ୍ଦେଶ୍ୟକୁ ଅର୍ଥପୂର୍ଣ୍ଣ ଭାବେ ଦର୍ଶାଇଛନ୍ତି ଯେ, “ଆମେ ମୃତକମାନଙ୍କୁ ଜୀବନ ଦେଇପାରିବା ନାହିଁ, କିନ୍ତୁ ଆମେ ସେମାନଙ୍କୁ ସ୍ୱର ଦେଇପାରିବା। ଆମେ ଅତୀତର ପୀଡ଼ିତମାନଙ୍କୁ ନ୍ୟାୟ ଦେଇପାରିବା ନାହିଁ, କିନ୍ତୁ ଆମେ ଅତୀତର ଘଟଣାବଳୀର ପରିଣାମରୁ ବର୍ତ୍ତମାନର ପରିସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିପାରିବା।’