Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜ୍ଞାନକୌଶଳର ଦେବତା ବିଶ୍ୱକର୍ମା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜ୍ଞାନକୌଶଳର ଦେବତା ବିଶ୍ୱକର୍ମା

ବାର ମାସରେ ତୋର ଓଷା ବ୍ରତ ଭିତରେ ବିଶ୍ୱକର୍ମା ପୂଜା ଅନ୍ୟତମ । ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ପୁରାଣମାନଙ୍କରୁ ଜଣାଯାଏ ଯେ ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛି ସୃଷ୍ଟିକର୍ତ୍ତା । ତେଣୁ କେତେକ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରନ୍ତି । ତା ଛଡ଼ା ବଙ୍ଗ, ବିହାର, ପ୍ରଭୃତି ସ୍ଥାନ ମାନଙ୍କରେ ଶ୍ରୀ ଶ୍ରୀ ନାରାୟଣ ଦେବଙ୍କୁ ପୂଜା କରନ୍ତି ବିଶ୍ୱକର୍ମା ପୂଜାଭାବରେ । କାରଣ ସେମାନଙ୍କର ଧାରଣା ଯେ ବିଶ୍ୱକର୍ମା ସ୍ୱୟଂ ବିଷ୍ଣୁ । ଓଡ଼ିଶାରେ କଳାକାରମାନେ ବିଶ୍ୱକର୍ମାଙ୍କୁ ଏକ ସ୍ୱତନ୍ତ୍ର ରୂପ ଦେଇଛନ୍ତି । କିମ୍ବଦନ୍ତୀ କହେ ସ୍ୱୟଂ ଜଗନ୍ନାଥଙ୍କୁ ବିଶ୍ୱକର୍ମା ନିଜେ ନିର୍ମାଣ କରିଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାପରେ ବାଙ୍କି ମୁହାଣରୁ ସଂଗ୍ରହ କରାଯାଇଥିବା ଦାରୁରେ ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ । କିନ୍ତୁ ସେମାନଙ୍କର ନିହଣ ମୁନରେ ସେ ଦାରୁ ଖୋଳଯାଇ ପାରିଲା ନାହିଁ । ବରଂ ସେଗୁଡ଼ିକର ଧାର ଓଲଟିଗଲା । ପ୍ରତ୍ୟେକ ନିରାଶରେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜା, ରାଣୀଙ୍କ ମନରେ ଭାଳେଣି ପଡ଼ିଲା । ଶେଷରେ ଦିନେ ଗୋଟିଏ ବୁଢ଼ା ବଢ଼େଇ ଆସି ପହଞ୍ôଚଲା ସେ ସ୍ଥାନରେ । ସେ ଯେ ମୂର୍ତ୍ତି ନିର୍ମାଣ କରିପାରିବ ରାଜାରାଣୀ ଏ ବିଶ୍ୱାସ କରିପାରିଲେ ନାହିଁ । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣ ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇ ସର୍ତ୍ତ ରଖିଥିଲା ୨୧ ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ । ସେ ଉପବାସ କରି ମୂର୍ତ୍ତି ନିର୍ମାଣ କରିବ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ ରଖିଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ ଠକ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାଆନ୍ତି । ହଠାତ୍ ଆଉ ଶବ୍ଦ ନ ଶୁଭିବାରୁ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ । ମନ୍ଦିର ମାରାହେବା ଭୟରେ ଓ ଗୁଣ୍ଡିଚା ରାଣୀଙ୍କ ଅନୁରୋଧକ୍ରମେ ଦ୍ୱାର ଉନ୍ମୁକ୍ତ କରାଗଲା । ଦେଖାଗଲା ଯେ ବୁଢ଼ା ବଢ଼େଇ ନାହାନ୍ତି – ଅଛି କେବଳ ଦରଗଢ଼ା ଜଗନ୍ନାଥ ମୂର୍ତ୍ତି । ଏଥିରୋ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲା ଯେ, \”ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ସେହି ରୂପରେ ହିଁ ଆବିର୍ଭୂତ ହୋଇଛି – ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ ।\’ ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ସ୍ୱର୍ଗ କାରିଗର ବିଶ୍ୱକର୍ମା । ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି ଓଡ଼ିଶାରେ ସାଧାରଣତଃ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କର ରୂପ ବୋଲି କଳ୍ପନା କରାଯାଏ । ଲକ୍ଷ୍ମୀ ପୁରାଣରୁ ମଧ୍ୟ ଜଣାଯାଏ ଯେ, ବିଶ୍ୱକର୍ମାଙ୍କ ପୁର ହେଉଛି ବୈକୁଣ୍ଠପୁର । ଶ୍ରୀୟାଚଣ୍ଡାଳୁଣୀ ଘରକୁ ଜଗତ ଜନନୀ ମା\’ ଠାକୁରାଣୀ ଯାଇଥିଲେ ବୋଲି ବଳଭଦ୍ରଙ୍କ ପ୍ରରୋଚନାରେ ଯେତେବେଳେ ଜଗନ୍ନାଥ ତାଙ୍କୁ ମନ୍ଦିରରୁ ବାହାର କରିଦେଲେ ସେତେବେଳେ ମା\’ ଲକ୍ଷ୍ମୀ ବାପ ଘରକୁ ନଯାଇ ବିଶ୍ୱକର୍ମାଙ୍କୁ ସ୍ମରଣ କରି ନିବେଦନ କରିଥିଲେ ଗୋଟିଏ ମନ୍ଦିର ନିର୍ମାଣ ପାଇଁ । ଏହି ବିଶ୍ୱକର୍ମା ବୈକୁଣ୍ଠରୁ ଅବତରଣ କରି ମା\’ଙ୍କ ପାଇଁ ବୈକୁଣ୍ଠ ସମାନ ନବର ନିର୍ମାଣ କରିଥିଲେ । ଭାଗବତରୁ ଜଣାଯାଏ ଯେ ଯେତେବେଳେ ଭକ୍ତ ସୁଦାମା ଖୁଦ ଭଜା ହାତରେ ଧରି ଦ୍ୱାରିକାର ରାଜା କୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ, ସେତେବେଳେ କୃଷ୍ଣ ଆନନ୍ଦରେ କୁଣ୍ଢାଇ ପକାଇଥିଲେ ତାଙ୍କୁ । ସୁଦାମା ନିଜର ମନକଥା କୃଷ୍ଣଙ୍କ ନିକଟରେ ପ୍ରକାଶ କରି ନଥିଲେ ମଧ୍ୟ ଅନ୍ତର୍ଯ୍ୟାମୀଙ୍କୁ କେଉଁ କଥା ଅଗୋଚର । ସଙ୍ଗେ ସଙ୍ଗେ ଦେବ ଦେବ କୃଷ୍ଣ ବିଶ୍ୱକର୍ମାଙ୍କୁ ଆଜ୍ଞା ଦେଇଥିଲେ ସୁଦାମାର ପ୍ରାସାଦ ନିର୍ମାଣ କରି ଧନଧାନ୍ୟ ଗୋପଲକ୍ଷ୍ମୀରେ ଭରପୁର କରିବା ଲାଗି । ଦ୍ୱାରିକା ଭୁବନରେ ଥିବା କୃଷ୍ଣଙ୍କର ପୁର ମଧ୍ୟ ଏହି ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ବୋଲି ଭାଗବତରୁ ଜଣାଯାଏ । ଆଶ୍ୱିନ ସଂକ୍ରମଣ ଦିନରେ ବିଶ୍ୱକର୍ମାଙ୍କ ପୂଜା ପାଳିତ ହୁଏ । ଏ ପୂଜାର ତିଥି ନକ୍ଷତ୍ର ମୁହୂର୍ତ୍ତାଦିର ବିଚାର ନାହିଁ । ଅତୀତରୁ ଏହି ପର୍ବ ପ୍ରାୟ ପ୍ରତ୍ୟେକ ଶିଳ୍ପୀଙ୍କ ଘରେ ପାଳିତ ହେଉଥିଲା । ଓଡ଼ିଶାରେ ବଢ଼େଇ, କମାର, ତନ୍ତୀ ଇତ୍ୟାଦି ଜାତିର ଲୋକେ ହାତ ହତିଆରକୁ ପୂଜା କରୁଥିଲେ । ଯେପରି ଧନର ଅଧିଶ୍ୱର ଗଣେଶ, ବିଦ୍ୟାର ଅଧିଶ୍ୱରୀ ସରସ୍ୱତୀ, ଗନ୍ତାଘରର ରକ୍ଷକ କୁବେର ଠିକ୍ ସେହିପରି ଶିଳ୍ପକଳା, ଯାନ୍ତ୍ରିକ ବିଦ୍ୟାର ଅଧିକାରୀ ବିଶ୍ୱକର୍ମା ବୋଲି ବିଶ୍ୱାସ କରାଯାଏ । ଅତୀତରେ ଏ ମୂର୍ତ୍ତିପୂଜାର ପ୍ରଚଳନ ନଥିଲା, ତେଣୁ ଘଟପୂଜା ହେଉଥିଲା । ତାଛଡ଼ା କେତେକ ସ୍ଥାନରେ ଶାଳଗ୍ରାମକୁ ପୂଜା ମଧ୍ୟ କରାଯାଉଥିଲା । ସ୍ଥାନେ ସ୍ଥାନେ ଗୋଟିଏ ବୁଢ଼ା ବଢ଼େଇର ମୂର୍ତ୍ତିକୁ ମଧ୍ୟ ଅୟୁଧ ସଙ୍ଗେ ପୂଜା କରାଯାଉଥିବାର ପ୍ରମାଣ ରହିଛି । ଏହି ଦିନଟି ଠିକ୍ ସରସ୍ୱତୀ ପୂଜା ବା ଗଣେଶ ପୂଜା ପରି ପାଳିତ ହେଉଥିଲା । ପ୍ରତ୍ୟେକ ନିଜ ନିଜର ଅୟୁଧମାନ ପୂଜାରେ ବସାଇ ସେଦିନ ଉପବାସ କରୁଥିଲେ ଓ କେତେକ ସ୍ଥାନରେ ନୂତନ ବସ୍ତ୍ର ମଧ୍ୟ ପରିଧାନ କରୁଥିଲେ । ଭାଗବତ ପୁରାଣର ଆକ୍ଷାୟିକାରୁ ଏହା ସ୍ପଷ୍ଟ ଜଣାପଡ଼େ ଯେ ଦେବଶିଳ୍ପୀ ବିଶ୍ୱକର୍ମା ବିଶ୍ୱର ସୃଷ୍ଟିକର୍ତ୍ତା । ତାଙ୍କ ସୃଷ୍ଟିର ସର୍ଜନା ପାଇଁ ସେ ଶିଳ୍ପୀ, ସେ ବୈକୁଣ୍ଠବାସୀ, ସେ ସର୍ବଗୁଣ ସଂପନ୍ନ, ସେ ସର୍ବଶକ୍ତିମାନ, ସର୍ବନିୟନ୍ତା । ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ସେ ବିଷ୍ଣୁ, ପୁଣି ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର । ସେହିପରି ତାଙ୍କରି ଇଛାରେ ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି । ସେ ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ରହି ତାଙ୍କରି ଇଚ୍ଛାମତେ ପ୍ରତ୍ୟେକ କାର୍ଯ୍ୟର ନିୟନ୍ତ୍ରଣ କରନ୍ତି । ଆଧୁନିକ ଯୁଗରେ ନାନା ଶିଳ୍ପର ଘଟିଛି ପରିପ୍ରକାଶ । ତା\’ ସଙ୍ଗେ ସଙ୍ଗେ ବିଶ୍ୱକର୍ମାଙ୍କ ପ୍ରଚାର ଓ ପ୍ରସାର ସବୁଠାରେ ଆଦର ଅଭ୍ୟର୍ଥନା ପାଉଛି । ସ୍ଥାନେ ସ୍ଥାନେ ନିର୍ମିତ ମୂର୍ତ୍ତିପୂଜା ପରେ ଦୁଇ ତିନିଦିନ ରହୁଥିବାର ଦେଖାଯାଏ । ତା\’ଛଡ଼ା ଏହି ପୂଜା ଉପଲକ୍ଷେ ସରସ୍ୱତୀ ଓ ଗଣେଶ ପୂଜାଭଳି ଭୋଜିଭାତର ଆୟୋଜନ ହୋଇଥାଏ । କିନ୍ତୁ ଏଠାରେ ଗୋଟିଏ ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ । ପୂଜାମାନଙ୍କରେ ସାଧାରଣତଃ ଆମିଷ ଭୋଜନର ନିଷେଧ ଥାଏ କିନ୍ତୁ ଶ୍ରୀବିଶ୍ୱକର୍ମା ପୂଜା ଉପଲକ୍ଷେ ଯେଉଁ ଭୋଜି ହୁଏ ଏଥିରେ କେତେକ ସ୍ଥାନରେ ମାଛ ମାଂସର ପ୍ରଚଳନ ଦୃଷ୍ଟିଗୋଚର ହୁଏ । ଫଳରେ ବିଶ୍ୱକର୍ମା ପୂଜା ଆଜି କେବଳ ବଢ଼େଇ ସଂପ୍ରଦାୟରେ ସୀମିତ ନାହିଁ । ବ୍ରାହ୍ମଣ, କରଣ, ବଢ଼େଇ, କାରଖାନା ଓ ଶିଳ୍ପାୟତନରେ କାର୍ଯ୍ୟରତ ବ୍ୟକ୍ତିମାନେ ଏ ପୂଜା କରୁଛନ୍ତି ।

ନିରୁପମା ଭୂୟାଁ

Leave a Reply