Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକାରେ ଅର୍ଥ ସଂକଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକାରେ ଅର୍ଥ ସଂକଟ

ନୂଆଦିଲ୍ଲୀ: ଆର୍ଥôକ ସଂକଟ ଭତିର ସୁପର ପାୱାର ଆମେରିକା । ଖାଲି ହେବାରେ ଲାଗିଛି ବିକଶିତ ଦେଶର ରାଜକୋଷ । ଧୀରେ ଧୀରେ ମୁଦ୍ରା ଭଣ୍ଡାର ଶୂନ ହେଉଛି । ଏନେଇ ତିନି ମାସ ପୂର୍ବରୁ ୟୁଏସ ଟ୍ରେଜେରୀ ଚେତାବନୀ ଦେଇଥିଲା, କି ଆମେରିକା ସରକାରଙ୍କ ଋଣ କରିବା ସୀମା ପାର୍ କରିଛି । କୌଣସି ଦେଶ ଆର୍ଥôକ ସଂକଟରେ ଗତି କରୁଥାଏ, ସେତେବେଳେ ଆମେରିକାର ସହାୟତା ଦେଇଥାଏ । ହେଲେ ଏବେ ଡିଫଲ୍ଟ ହେବାର ଦ୍ୱାରଦେଶରେ ପହଞ୍ଚିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ । ଆମେରିକାର ଆର୍ଥନୈତିକ ସଂଟକ ଅର୍ଥାତ୍ ସରକାରଙ୍କ ରାଜକୋଷରେ ଋଣ ପରିଶୋଧ ଓ ସରକାର ଚଳାଇବା ପାଇଁ ଆଉ ଅର୍ଥ ନାହିଁ । ଟ୍ରେଜେରୀ ଚେତାବନୀ ପରେ ଆମେରିକା ଲଗାତାର ମୁଦ୍ରାକୋଷକୁ ସୁଧାରିବା ପାଇଁ ଚେଷ୍ଟା କରିଥିଲା । ହେଲେ ଦୁଇ ରାଜନୈତିକ ପାର୍ଟି ଏହାର ସମାଧାନର ସୂତ୍ର ବାହାର କରିବାରେ ବିଫଳ ହୋଇଛନ୍ତି । ଆମେରିକାର ଆର୍ଥôକ ସ୍ଥିତିକୁ ଦେଖି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫ ଗତ ସପ୍ତାହରେ ଚେତାବନୀ ଦେଇଥିଲା । ଯଦି ଆମେରିକା ଡିଫଲ୍ଟ ହୁଏ, ତେବେ ଏହାର ପ୍ରଭାବ ପୂରା ବିଶ୍ୱ ଉପରେ ପଡ଼ିବ । ବିଶ୍ୱରେ ଅର୍ଥନୈତିକ ଅସ୍ଥିରତା ଦେଖାଦେବ । ଏହାର ପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ । ଆଇଏମଏଫର କମ୍ୟୁନିକେସନ ଡାଇରେକ୍ଟର ଜୁଲି କୋଜୌକ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଯହି ଆମେରିକାରେ ଡିଫଲ୍ଡ ଦେଖାଦିଏ, ତାହାଲେ ପୂରା ବିଶ୍ୱର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ । ୟୁଏସ ଟ୍ରେଜେରୀ ସଂସଦକୁ ସ୍ପଷ୍ଟ ଭାବେ ଲେଖିଛନ୍ତି କି, ଆର୍ଥôକ ସ୍ଥିତିକୁ ସ୍ଥିର ରଖିବା ପାଇଁ ସରକାରଙ୍କୁ ଋଣ ଲିମିଟ୍ ବଢ଼ାଇବାକୁ ପଡ଼ିବ । କିନ୍ତୁ ଏହି ମୁଦ୍ଦାକୁ ନେଇ ଆମେରିକାର ପ୍ରମୁଖ ଦୁଇ ରାଜନୈତିକ ଦଳ ରିପବ୍ଲିକ୍ ଓ ଡେମୋକ୍ରାଟିକ୍ ବିଭାଜିତ ହୋଇଛନ୍ତି । ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଡେମୋକ୍ରାଟିକ୍ ପାର୍ଟି ନେତା ଋଣ ସୀମା ବଢ଼ାଇବା ସପକ୍ଷରେ ରହିଛନ୍ତି । ହେଲେ ଏହି ବିଲ୍ ହାଉସ୍ ଅଫ୍ ରିପ୍ରେଜେଣ୍ଟାଟିଭ୍ସରେ ଦୀର୍ଘ ଦିନ ହେଲା ଝୁଲି ରହିଛି । ଏହ ବିଲକୁ ପାସ୍ କରିବାକୁ ଡୋଲାନ୍ଡ ଟ୍ରମ୍ପଙ୍କ ପାର୍ଟି ରାଜି ହୋଇଥିଲା ମଧ୍ୟ ବଜେଟରେ କିଛି ଅଂଶ କାଟିବାକୁ ପ୍ରସ୍ତାବ ରଖିଛି । ହେଲେ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି ବାଇଡେନ ।

Leave a Reply