ଗୋମାଂସ କାଟୁ ଥିବା ବେଳେ ୪ ଗିରଫ

ଧାମନଗର : ଧାମନଗର ଥାନା ଅନ୍ତର୍ଗତ କରଦା ପଞ୍ଚାୟତର ସୁଜାଣସିଂପୁର ଠାରେ ସରକାରଙ୍କ ପକ୍ଷରୁ ପାଣିଟାଙ୍କି ନିର୍ମାଣ ଚାଲିଥିବା ବେଳେ ଠିକାଦାର ରଖି ଥିବା ଲେବର ସେଠାରେ ଗୋ ମାଂସ କାଟି ରୋଷେଇ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଂଚଳର ଉତେଜନା ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି ପଶ୍ଚିମବଙ୍ଗର ଅହମ୍ମଦ ରାଜା, ନୁର ଆଲାମ, ମିର ନସିମ ଅକ୍ତର ଓ ଦୋବଲ ଅଞ୍ଚଳର କଫି ରାଜା ଖାଁ ଉକ୍ତ ପାଣି ଟାଙ୍କି କାମ କରୁଥିବା ବେଳେ ସେଠାରେ ଗୋମାଂସ ଆଣି ସେଠାରେ ଛୋଟ ପିସ କରି କାଟି ରୋଷେଇ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ରଞ୍ଜିତ ପୃଷ୍ଟି ଉକ୍ତ ଘଟଣାକୁ ବିରୋଧ କରିବା ସହ ଧାମନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗୋମାଂସକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଥାନା କେସ ନମ୍ବର ୨୩୪/୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *