Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଡ୍ରୋନ ଖସାଇଲା ବିଏସ୍ଏଫ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଡ୍ରୋନ ଖସାଇଲା ବିଏସ୍ଏଫ୍

ଅମୃତସର: ପାକିସ୍ତାନରୁ ପଞ୍ଜାବକୁ ଡ୍ରଗ୍ସ ଚୋରା ଚାଲାଣ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ । ପଞ୍ଜାବର ଯୁବକଙ୍କୁ ବିଗାଡିବା ପାଇଁ ପାକିସ୍ତାନରୁ ଗୁପ୍ତରେ ଡ୍ରଗ୍ସ ଏବଂ ଅସ୍ତ୍ର ଆସୁଛି । ତେବେ ସୀମାନ୍ତରେ ପୋଷ୍ଟ ହୋଇଥିବା ଭାରତୀୟ ସୈନିକମାନେ ଏହି ଷଡଯନ୍ତ୍ରକୁ ରୋକିବାରେ ସଫଳ ହୋଇଛନ୍ତି । ରବିବାର ପଞ୍ଜାବର ଗୁରୁଦାସପୁର ସୀମାରେ ପାକିସ୍ତାନୀ ଡ୍ରୋନକୁ ଖସାଇବାରେ ବିଏସଏଫ ସଫଳ ହୋଇଛି । ସର୍ଚ୍ଚ ଅପରେସନରେ ବିଏସଏଫ ଯବାନମାନେ ଡ୍ରୋନ ସହିତ ୪ଟି ପ୍ୟାକେଟ ହେରୋଇନ ଜବତ କରିଛନ୍ତି । ହେରାଇନର ଓଜନ ୨.୭୩୦ କିଲୋଗ୍ରାମ ବୋଲି କୁହାଯାଉଛି । ପାକିସ୍ତାନରୁ ଆସିଥିବା ଡ୍ରୋନ ଚାଇନା ନିର୍ମିତ ବୋଲି ଜଣାପଡ଼ିଛି । ଏହା ୯ କିଲୋଗ୍ରାମ ଓଜନର ଜିନିଷକୁ ପାରିବହନ କରିପାରେ । ପ୍ରାୟ ଏକ ମାସ ପୂର୍ବେ ପଞ୍ଜାବ ପୁଲିସ ପାକିସ୍ତାନୀ ଡ୍ରୋନକୁ ଗୁଳି ଚଳାଇଥିଲା । ଏହି ମାମଲାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଅନ୍ୟପଟେ ଜମ୍ମୁ ଅଞ୍ଚଳରେ ଭାରତ-ପାକିସ୍ତାନ ସୀମା ନିକଟରେ ରାଡାର ଡ୍ରୋନ ମୁତୟନ କରିଛି ବିଏସଫ । ଏହା ଦ୍ୱାରା ସୁଡଙ୍ଗ ମାଧ୍ୟମରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇ ପାରିବ । ସେହିପରି ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରା କାରାବାରକୁ ମଧ୍ୟ ଏହା ମାଧ୍ୟମରେ ରୋକାଯାଇ ପାରିବ । ଜମ୍ମୁ ସୀମାର ୧୯୨ କିଲୋମିଟର ମଧ୍ୟରେ ୫ଟି ସୁଡଙ୍ଗ ମିଳିବା ପରେ ବିଏସଏଫ ସତର୍କ ହୋଇଥିଲା । ଏହି ଡ୍ରୋନ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଟେକ୍ନାଲୋଜିରେ ନିର୍ମିତ ହୋଇଛି । ଏଥିରୁ ନିର୍ଗତ ହେଉଥିବା ରେଡିଓ ତରଙ୍ଗ ସୁଡଙ୍ଗକୁ ଚିହ୍ନଟ କରିପାରିବ । ଏହା ବ୍ୟତୀତ ଏଥିରେ ଏ ଭଳି ଗୁଣ ରହିଛି ଯାହାକି ପ୍ରକାଶ କରାଯାଇ ପାରିବ ନାହିଁ । ସୈନିକମାନେ ଏହା ଯୋଗୁ ଆଗୁଆ ସତର୍କ ହୋଇପାରିବେ ଏବଂ ଆତଙ୍କବାଦୀଙ୍କୁ କାବୁ କରିବାରେ ମଧ୍ୟ ସଫଳ ହୋଇପାରିବେ ବୋଲି ବିଏସଏଫର ଜନୈକ ଅଧିକାରୀ କହିଛନ୍ତି ।

Leave a Reply