ଲେଖା ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ଲେଖକ

ଆଳି : ସାହିତି୍ୟକ ମାନେ ନିଜ ଲେଖା ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିପାରିବେ । ଅଧିକ ନୁହେଁ ମାତ୍ର ଗୋଟିଏ ଗଳ୍ପ କି ଉପନ୍ୟାସ ଲେଖି ଲେଖକ ସମସ୍ତଙ୍କ ନିକଟତର ହୋଇ ଥିବାର ଅନେକ ଉଦାହରଣ ରହିଛି ବୋଲି ପରାଗ ସାହିତ୍ୟ ସାହିତ୍ୟ ସଂସଦ ୪୧ତମବାର୍ଷିକ ଉତ୍ସବ ରେ ଅତିଥି ମାନେ ଏହା ପ୍ରକାଶ କରିଛନ୍ତି । ରବିବାର ପୂର୍ବାହ୍ନରେ ମେଣ୍ଢପୁର ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ପରାଗ ସାହିତ୍ୟ ସଂସଦର ସଭାପତି ରମେଶଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଔପନ୍ୟାସିକ ତଥା ଧ୍ୱନି ପ୍ରତିଧ୍ୱନି ଓ ସାଗରିକାର ପରିଚାଳନା ସଂପାଦକ ସୃଷ୍ଟିଧର ପରିଡ଼ା ଯୋଗଦେଇ ଲେଖକ ମାନଙ୍କୁ ବାସ୍ତବତାକୁ ଆଧାର କରି ଲେଖନୀ ଚାଳନା କଲେ ଜଗତର ମଂଗଳ ହେବା ସହିତ ସମାଜରେ ନିଜେ ଜଣେ ସୁଲେଖକର ପ୍ରତିଷ୍ଠା ପାଇପାରିବ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ବିଶିଷ୍ଟ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ କହିଥିଲେ ଯେ ଲେଖକ ମାନଙ୍କ ଲେଖା ହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ । ଲେଖକର ଲେଖାମାନତାକୁ ପ୍ରତିଷ୍ଠା ଦେଇ ଥାଏ ଯାହା କୈାଣସି ସମ୍ମାନ କିମ୍ବା ପୁରସ୍କାର ଦେଇ ନ ଥାଏ । ସମ୍ମାନିତ ଅତିଥି ଭାବରେ ସମାଲୋଚକ ଓ କବି ହିମାଂଶୁ ପରିଡ଼ା କହିଥିଲେ ଯେ ସାହିତ୍ୟ କୁ ତର୍ଜମା କଲେ ହିଁ ପ୍ରକୃତ ସାହିତ୍ୟ ଜଣାପଡେ । ସାଧାରଣ ଭାବେ ଯାହା କୁହାଯାଏ ତାହା ସାହିତ୍ୟ ବି ନ ହୋଇ ପାରେ । ତେଣୁ ଅଧ୍ୟୟନ କଲେ ଆମେ ସବୁ ଜାଣିପାରିବା ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ନିଳାଦ୍ରୀ ଭୂଷଣ ମହାପାତ୍ର ମଞ୍ଚାସୀନ ଥିଲେ । ଏହି ଅବସରରେ ୮ଜଣ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଧ୍ୱନି ପ୍ରତିଧ୍ୱନି ର ସଂପାଦିକା ସୈରିନ୍ଧ୍ରୀ ସାହୁଗୀତି କବି ମନୋଜ ପଟ୍ଟନାୟକ, କବି ହେମନ୍ତ ରାଉତ, କବି ଚିତ୍ତରଞ୍ଜନ ନାୟକ, କବି ଇପ୍ସିତା ଷଡ଼ଙ୍ଗୀ, କବି ସୁରଞ୍ଜନ ପାତ୍ର, ଗାଳ୍ପିକ ଜ୍ଞାନରଞ୍ଜନ ନାୟକ ପ୍ରମୁଖ ଙ୍କୁ ଅତିଥି ମାନେ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବ ଆରମ୍ଭରେ ଗାଳ୍ପିକ ଲକ୍ଷ୍ମୀଧର ନାୟକ ଆଦିସ୍ୟଙ୍କ ଗଳ୍ପ ସଙ୍କଳନ “ଆସଇ ବସନ୍ତ ଶିଶିର ଅନ୍ତେ’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଓଡ଼ିଶାର ବିଶିଷ୍ଟ କବି ମାନେ କବିତା ପାଠ କରିଥିଲେ । କବି ଲାବଣ୍ୟ ନାୟକ, ସିପୁନ ଜେନା, ଖଗେଶ୍ୱର ମହାନ୍ତି, ପ୍ରବୀଣ କବି, ପ୍ରଦୀପ୍ତ କୁମାର ମହାନ୍ତତେଜସ୍ୱିନୀ ସାମଲ, ମାନସରଜ୍ଞନ ସ୍ୱାଇଁ, ନିହାରୀକା ରଥ, କାମଦେବ ମହାରଣା, ଅମ୍ରିତା ସିଂ, କେ.ବିପ୍ଳବ, ପ୍ରିୟଙ୍କା ପ୍ରିୟ ଦର୍ଶିନୀ ଦାସ, ସ୍ୱର୍ଣ୍ଣ ପ୍ରଭା ଖଟୁଆ, ପ୍ରମୁଖ ସମେତ ଅନେକ କବି ସେମାନଙ୍କ ରସ୍ୱରଚିତ କବିତାଗୁଡ଼ିକ ପାଠ କରିଥିଲେ ।କବି, ଅଶୋକ ବିଶ୍ୱାଳ, ଶୈଳେନ୍ଦ୍ର ନାଥ ଦାସ ଓ ଅକ୍ଷୟ ପଣ୍ଡା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ସଂପାଦକ ବନମାଳୀ ସେନାପତି ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶୈଳେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆରମ୍ଭରେ କଣ୍ଠ ଶିଳ୍ପୀ ତୃପ୍ତିଲତା ସ୍ୱାଇଁ ଆବାହନୀ ସଂଗୀତ ଗାନ କରିଥିଲେ ।

Leave a Reply

Your email address will not be published. Required fields are marked *