ମଣିପୁର ହିଂସା ପଛରେ ବିଦେଶୀ ଶକ୍ତି : ପୂବର୍ତନ ସେନା ମୁଖ୍ୟ

ନୂଆଦିଲ୍ଲୀ : ମଣିପୁର ହିଂସାରେବିଦେଶୀ ଏଜେନ୍ସିର ସମ୍ପୃକ୍ତିକୁ ଏଡ଼ାଇଦିଆଯାଇପାରିବ ନାହିଁ ବୋଲି ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମନରବଣେ ଶୁକ୍ରବାର ଏକ ବଡ଼ ବିବୃତ୍ତିଦେଇଛନ୍ତି । ଏହା ସହିତ ସେ ‘ବିଭିନ୍ନବିଦ୍ରୋହୀ ଗୋଷ୍ଠୀକୁ ଚାଇନାର ସହାୟତା’ଦେବା ଉପରେ ମଧ୍ୟ ଆଲୋକପାତକରିଥିଲେଫ ଜେନେରାଲ (ଅବସରପ୍ରାପ୍ତ)ନରବଣେ କହିଛନ୍ତି, ଦେଶର ଜାତୀୟ ସୁରକ୍ଷାପାଇଁ ସୀମାନ୍ତ ରାଜ୍ୟଗୁଡ଼ିକରେ ଅସ୍ଥିରତା ଭଲନୁହେଁ । ସେ ଇଣ୍ଡିଆ ଇଣ୍ଟରନ୍ୟାସନାଲସେଣ୍ଟର’ରେ ‘ଜାତୀୟ ସୁରକ୍ଷା ଦୃଷ୍ଟିକୋଣ’ଉପରେ ଏକ କାର୍ଯ୍ୟକ୍ରମ ସମୟରେମଣିପୁର ହିଂସା ମାମଲାରେ ସାମ୍ବାଦିକଙ୍କପ୍ରଶ୍ନର ଉତ୍ତର ଦେଇଥିଲେ । ନରବଣେକହିଛନ୍ତି, ମୋ ପୁରା ବିଶ୍ୱାସ ରହିଛି ଯେଉଁଲୋକ ଦ୍ୱାୟିତ୍ୱବାନ ପଦରେ ଅଛନ୍ତି ଓଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ କରିବାରେ ଜବାବଦେହୀ, ସେମାନେ ଭଲ ଢଙ୍ଗରେର ନିଜର କାମ କରିପାରୁଛନ୍ତି । ମଣିପୁର ହିଂସାରେ ବିଦେଶୀ ଏଜେନ୍ସିର ହାତ ଥିବା କଥାକୁ ମନା କରିହେବନି । ଆଉ ଏକ କଥା ଯାହା ମୁଁ ଖାସ ଭାବରେ କହିବି ତାହା ହେଲା ବିଭିନ୍ନ ଉଗ୍ରବାଦୀ ସଂଗଠନକୁ ଚୀନ୍ ପକ୍ଷରୁ ସହାୟତା ମିଳିଥାଏ । ଉଗ୍ରବାଦୀ ସଂଗଠନକୁ ଚୀନ୍‌ର ସହାୟତା ବହୁ ବର୍ଷ ହେବ ମିଳୁଛି ଓ ଏପର୍ଯ୍ୟନ୍ତ ଜାରି ରହିଛି ।’ପୂର୍ବତ୍ତର ରାଜ୍ୟରେ ଚାଲିଥିବା ହିଂସା ଘଟଣାରେ ଡ୍ରଗ୍ କାରବାରର ଭୂମିକା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ନରବଣେ କହିଛନ୍ତି, ଦୀର୍ଘ ଦିନ ଧରି ଡ୍ରଗ୍ସ କାରବାର ଚାଲିଛି ଏବଂ ଜବତ କରାଯାଇଥିବା ଡ୍ରଗ୍ସ ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି । ସେ କହିଛନ୍ତି, ‘ଆମେ ଗୋଲଡେନ୍ ଟ୍ରାଇଙ୍ଗେଲ (ଥାଇଲ୍ୟାଣ୍ଡ, ମିଆଁମାର ଏବଂ ଲାଓସର ସୀମାକୁ ମିଶୁଥିବା ଅଞ୍ଚଳ) ଠାରୁ ଅଳ୍ପ ଦୂରରେ ରହିଛୁ । ମିଆଁମାରରେ ସର୍ବଦା ବିଶୃଙ୍ଖଳା ଏବଂ ସାମରିକ ଶାସନ ରହି ଆସିଛି । ମିଆଁମାରର ଭଲ ସମୟରେ ମଧ୍ୟ କେନ୍ଦ୍ରୀୟ ମିଆଁମାରରେ କେବଳ ସରକାରୀ ନିୟନ୍ତ୍ରଣ ରହିଥିଲା ଏବଂ ସୀମାନ୍ତ ଦେଶରେ ଭାରତ , ଚୀନ୍ ଓ କିମ୍ବା ଥାଇଲ୍ୟାଣ୍ଡ ସହିତ ସେଠାର ସରକାରଙ୍କ ନିୟନ୍ତ୍ରଣ ବହୁତ କମ୍ ଥିଲା । ତେଣୁ ମାଦକ ପଦାର୍ଥର ତସ୍କରୀ ସବୁବେଳେ ହେଉଥିଲା ।’

Leave a Reply

Your email address will not be published. Required fields are marked *